ନିଆଁ ଲାଗି ୪୩ ଜଣଙ୍କ ମୃତ୍ୟୁ ଘଟଣା, ବନ୍ଧାହେଲେ ଫ୍ୟାକ୍ଟ୍ରି ମାଲିକ

1 min read

ନୂଆଦିଲ୍ଲୀ: ଝାନ୍ସି ରୋଡସ୍ଥିତ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟଣା । ଗିରଫ ହେଲେ ବିଲ୍ଡିଂ ମାଲିକ ରେହାନ । ଦିଲ୍ଲୀ ପୋଲିସ ରେହାନକୁ ଗିରଫ କରିଛି । ତାଙ୍କ ବିରୋଧରେ ଆଇପିସି ଧାରା ୩୦୪ରେ ମାମଲା ରୁଜୁ କରାଯାଇଛି । ଏଥିସହ ତାଙ୍କ ଭାଇଙ୍କୁ ଅଟକ ରଖି ପଚରାଉଚରା କରୁଛି । ଆଜି ସକାଳୁ କୋଠାରେ ନିଆଁ ଲାଗି ୪୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରଠାରୁ ଫେରାର୍ ଥିଲେ ଘର ମାଲିକ ରେହାନ ।

ଘଟଣାକ୍ରମ

ଝାନ୍ସି ବଜାରର ଏକ ଫ୍ୟାକ୍ଟ୍ରିରେ ରବିବାର ଭୋର ୪ଟା ୩୦ରୁ ୫ଟା ମଧ୍ୟରେ ନିଆଁ ଲାଗିଥିଲା । ଭୋର ସମୟରେ ସମସ୍ତେ ଶୋଇଥିବାରୁ କେହି କିଛି ଜାଣିପାରି ନଥିଲେ । ଫ୍ୟାକ୍ଟ୍ରି ଫାଟକ ମଧ୍ୟ ବନ୍ଦ ଥିଲା । ଫଳରେ ଅଧିକାଂଶ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ପରେ ସ୍ଥାନୀୟ ଲୋକ ଗେଟ୍ ଭାଙ୍ଗି କିଛି ଲୋକଙ୍କୁ ନିଆଁ ଓ ଧୂଆଁ ଭିତରୁ ଉଦ୍ଧାର କରିଥିଲେ । ପରେ ନିଆଁ ଲିଭାଇବା ପାଇଁ ପ୍ରାୟ ୩୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା ।

ପରେ ଜଣଙ୍କ ପରେ ଜଣଙ୍କୁ ପ୍ରାୟ ୬୦ ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ, ନିଆଁ ଲାଗିଥିବା ବିଲ୍ଡିଂକୁ ଯାଇଥିବା ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଉଦ୍ଧାର ଓ ନିଆଁ ଲିଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ବିଲ୍ଡିଂରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ନଥିଲା । ଏପରିକି ଅଗ୍ନିଶମ ବିଭାଗ ଏନଓସି ଦେଇ ନଥିଲା । ଏମସିଡି କର୍ତ୍ତୃପକ୍ଷ ମଧ୍ୟ ଏନେଇ ଅବଗତ ନଥିବା ଜଣାପଡ଼ିଛି ।

https://nandighoshatv.comfire-in-delhi-jhansi-rani-area-32-people-died/

Leave a Reply