ନୂଆ ଦଶନ୍ଧିର ପ୍ରଥମ ବଜେଟ: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ୨ଗୁଣା ଲକ୍ଷ୍ୟ

1 min read

ନୂଆଦିଲ୍ଲୀ: ନୂଆ ଦଶନ୍ଧିର ନୂଆ ପ୍ରଥମ ତଥା ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହି ବଜେଟ ଦେଶବାସୀଙ୍କ ଆକାଂକ୍ଷାକୁ ପୂରା କରିବ ବୋଲି କହିଲେ ଅର୍ଥମନ୍ତ୍ରୀ । ଅଭିଭାଷଣ ପୂର୍ବରୁ ଜିଏସ୍‌ଟି କାର୍ଯ୍ୟକାରୀ ନେଇ ପୂର୍ବ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ସଲାମ୍ ଜଣାଇଲେ ।

୬୦ଲକ୍ଷ ନୂଆ କରଦାତା ସୃଷ୍ଟି ହୋଇଛନ୍ତି । ୨୭.୧ କୋଟି ଲୋକ ଗରିବ ସୀମାରେଖା ଉପରକୁ ଆସିଛନ୍ତି । ୫ ବର୍ଷ ମଧ୍ୟରେ ୨୮ ହଜାର ୪ଶହ କୋଟି ଡଲାରର ଏଫ୍‌ଡିଆଇ ନିବେଶ ହୋଇଛି । ଯୁବକଙ୍କୁ ରୋଜଗାର ଦେବା ଲାଗି ଚେଷ୍ଟା କରାଯିବ ।

୨୦୨୨ ସୁଦ୍ଧା କୃଷକଙ୍କ ଆୟ ୨ ଗୁଣା କରିବାକୁ ଲକ୍ଷ୍ୟ । ୨୦ ଲକ୍ଷ କୃଷକଙ୍କୁ ସୋଲାର ପମ୍ପ ଯେଗାଇଦିଆଯିବ । ପିପିପି ମୋଡରେ କିଷାନ ରେଳ ନିର୍ମାଣ କରାଯିବ । ଧାନ୍ୟ ଲକ୍ଷ୍ମୀ ଯୋଜନା ଜରିଆରେ ଏସ୍‌ଏଚ୍‌ଜି ମହିଳାଙ୍କୁ ନାବାର୍ଡରେ ସହାୟତାେର ବୀଜ ବ୍ୟାଙ୍କ ତିଆରି କରିବାକୁ ସୁବିଧା ଯୋଗାଇଦିଆଯିବ । କୃଷକ କ୍ରେଡିଟ୍‌ ପାଇଁ ୧୫ଲକ୍ଷ କୋଟି ଟଙ୍କାର ଲକ୍ଷ୍ୟ । ମତ୍ସ୍ୟପାଳନ ବିସ୍ତାର ପାଇଁ ଫେର୍ମଓ୍ୱାର୍କ ପ୍ରସ୍ତୁତ ହେବ ।

୨୦୨୫ସୁଦ୍ଧା ଦୁଗ୍ଧ ପ୍ରସେସିଂ କ୍ଷମତା ଦୁଇଗୁଣା କରାଯିବ । କୃଷି ଓ ଜଳସେଚନ ନେଇ ୨.୮୩ଲକ୍ଷ କୋଟି ପ୍ରଦାନ କରାଯାଇଛି । ଇଣ୍ଟରନ୍ୟାସନାଲ ଓ ନ୍ୟାସନାଲ ରୁଟ୍‌ରେ କୃଷି ଉଡାନ ଯୋଜନାକୁ ଆରମ୍ଭ କରାଯିବ । ପିପିପି ମୋଡରେ ନିର୍ମାଣ ହେବ ହସ୍ପିଟାଲ । ଆୟୁଷ୍ମାନ ଯୋଜନା ଅଧିନରେ ନିର୍ମାଣ କରାଯିବ ହସ୍ପିଟାଲ । ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ ୬୯ହଜାର କୋଟି ଟଙ୍କାର ପ୍ରସ୍ତାବ । ସମସ୍ତ ଘରେ ପାଇପ ଯୋଗେ ପାଣି ପହଞ୍ଚାଇବା ଲାଗି ୩.୬ଲକ୍ଷ କୋଟି ଖର୍ଚ୍ଚ କରାଯିବ । ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରରେ ଚଳିତ ବର୍ଷ ହିଁ ଏହି ଯୋଜନା ଲାଗୁ କରାଯିବ ।

ନୂଆ ଶିକ୍ଷା ନୀତିର ଘୋଷଣା ଖୁବ୍‌ଶୀଘ୍ର କରାଯିବ । ୧୫୦ ଉଚ୍ଚ ଶିକ୍ଷା ସଂସ୍ଥାନ ମାର୍ଚ୍ଚ ୨୦୨୧ ସୁଦ୍ଧା ଆରମ୍ଭ ହେବ । ଯେଉଁଥିରେ ସ୍କିଲଡ୍‌ ପ୍ରଶିକ୍ଷଣ ଦିଆଯିବ । ଗୁଣବତ୍ତାପୂର୍ଣ୍ଣ ଶିକ୍ଷା ନିମେନ୍ତେ ଡିଗ୍ରୀ ଲେବଲ ଅନ୍‌ଲାଇନ ସ୍କିମ୍‌ ଆରମ୍ଭ କରାଯିବ । ଶିକ୍ଷାକ୍ଷେତ୍ରରେ ବଡ଼ ପୁଞ୍ଜିନିବେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଶିକ୍ଷାକ୍ଷେତ୍ରରେ ଏଫ୍‌ଡିଆଇ ଲାଗୁ ନେଇ ପ୍ରସ୍ତାବ ।

ବଜେଟରେ ନ୍ୟାସନାଲ ପୋଲିସ ୟୁନିଭରସିଟିର ପ୍ରସ୍ତାବ ଦିଆଯାଇଛି । ନ୍ୟାସନାଲ ଫରେନ୍ସିକ୍‌ ସାଇନ୍ସ ୟୁନିଭରସିଟିର ମଧ୍ୟ ପ୍ରସ୍ତାବ । ନିର୍ଦ୍ଦେଶଳାୟର ଅଭାବ ଦୂର କରିବା ନେଇ ସବୁ ଜିଲ୍ଲା ହସ୍ପିଟାଲ ସହିତ ମେଡିକାଲ କଲେଜ ନିର୍ମାଣ ହେବ । ୯୯୩୦୦ କୋଟି ଶିକ୍ଷା ଓ ୩୦୦ କୋଟି ସ୍କିଲ୍‌ ଡେଫଲପମେଣ୍ଟ ପାଇଁ ଖର୍ଚ୍ଚ କରାଯିବ ।

ଘରୋଇ ଉତ୍ପାଦନ ବୃଦ୍ଧି ନେଇ ପ୍ରୟାସ କରାଯାଉଛି । ମୋବାଇଲ ଏବଂ ଇଲୋକଟ୍ରନିକ୍ସ ଉପକରଣ ତିଆରି ନେଇ ବିଶେଷ ସହାୟତା ଦିଆଯବି ।

୧୬ ଅରବ ଟଙ୍କାର କପଡ଼ା ବାହାରୁ ଆମଦାନୀ କରାଯାଏ । ଏହାକୁ ରୋକାଯିବା ନେଇ ୧୮୦୦ କୋଟି ଟଙ୍କାର ସହାୟତାରେ ସ୍ପେଶାଲ ସ୍କିଲ ଆରମ୍ଭ କରାଯିବ ।

ଭିତ୍ତିଭୂମି ବିକାଶ ନେଇ ଆଗାମୀ ୫ ବର୍ଷ ମଧ୍ୟରେ ୧୦୦ଲକ୍ଷ କୋଟିର ବିନିଯୋଗ କରାଯିବ । ହାଉସିଂ, ସ୍ୱଚ୍ଛପାଣି, ହେଲଥ୍‌ କେୟାର, ଶିକ୍ଷଣ ସଂସ୍ଥାନ, ରେଲଓ୍ୱେ ଷ୍ଟେସନ, ଏୟାରପୋର୍ଟ, ଗୋଦାମ ଘର, ଜଳସେଚନା ଭଳି କ୍ଷେତ୍ରରେ ବିନିଯୋଗ କରାଯିବ ।

୨୫୦୦ କିଲୋମିଟର ଏକ୍ସପ୍ରେସ ହାଇଓ୍ୱେ, ୯ ହଜାର କିଲୋମିଟର ଇକୋନୋମିକ୍‌ କରିଡର, ୨ହଜାର କିଲୋମିଟର ଷ୍ଟ୍ରାଟେଜିକ୍‌ ହାଇଓ୍ୱେ ନିର୍ମାଣ କରାଯିବ । ଦିଲ୍ଲୀ-ମୁମ୍ୱାଇ ଏକ୍ସପ୍ରେସ ଓ୍ୱେ, ଚେନ୍ନାଇ-ବେଙ୍ଗାଲୁରୁ ଏକ୍ସପ୍ରେସ ଖୁବଶୀଘ୍ର ନିର୍ମାଣ କରାଯିବ । ୨୦୨୪ସୁଦ୍ଧା ୬ହଜାର କିଲୋମିଟରର ହାଇଓ୍ୱେ ନିର୍ମାଣ କରାଯିବ ।

୫୫୦ ରେଳବାଇ ଷ୍ଟେସନ୍‌ ଓ୍ୱାଇ-ଫାଇ ଦିଆଯାଇଛି । ୨୭ ହଜାର କିଲୋମିଟର ଟ୍ରାକ୍‌ର ଇଲେକ୍ଟିଫିକେସନ୍‌ କରାଯିବ । ଏହି ନୂଆ ବ୍ୟବସ୍ଥା । ୧୫୦ ଟ୍ରେନ୍‌ ପିପିପି ମୋଡରେ ଚଳାଇବାର ନିଷ୍ପତ୍ତି ନିଆଯାଇଛି । ତେଜସ ଭଳି ଟ୍ରେନ୍‌ର ସଂଖ୍ୟା ବୃଦ୍ଧି କରାଯିବ । ୧୪୮ କିଲୋମିଟର ବେଙ୍ଗାଲୁରୁ ଉପନଗରୀୟ ଟ୍ରେନ୍‌ ସିଷ୍ଟମ ନିର୍ମାଣ କରାଯିବ । କେନ୍ଦ୍ର ସରକାର ୨୫% ଟଙ୍କା ଦେବେ । ୧୮ ହଜାର ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।  ଏୟାର ଟ୍ରାଫିକ୍‌ ଭାରତରେ ଅନ୍ୟ ଦେଶ ତୁଳନରେ ବଢ଼ିବାରେ ଲାଗିଛି । ୧୦୦ରୁ ଊର୍ଦ୍ଧ୍ୱ ଏୟାରପୋର୍ଟ ନିର୍ମାଣ କରାଯିବ । ୧.୭ ଲକ୍ଷ କୋଟି ଟଙ୍କା ଟ୍ରାନ୍ସପୋର୍ଟ ଭିତ୍ତିଭୂମି ବିକାଶ ନେଇ ୨୦୨୦-୨୧ରେ ଖର୍ଚ୍ଚ କରାଯିବ ।

ପ୍ରପେଡ୍‌ ବିଜୁଳ ମିଟର ଲଗାଯିବ । ଧିରେ ଧିରେ ପୁରୁଣା ମିଟର ହଟାଯିବ । ସ୍ମାର୍ଟ ମିଟର ଦ୍ୱାରା ସପ୍ଳାୟରଏବଂ  ଦର ଚୟନର ବିକଳ୍ପ ରହିବ । ୨୨ ହଜାର କୋଟି ପାଓ୍ୱାର ସେକ୍ଟର ପାଇଁ ପ୍ରସ୍ତାବ ରହିଛି ।

ଜାତୀୟ ଗ୍ୟାସ୍ ଗ୍ରେଡ୍‌କୁ ୧୬,୨୦୦ କିଲୋମିଟରରୁ ୨୭ ହଜାର କିଲୋମିଟରକୁ ବୃଦ୍ଧି କରାଯିବ ।

 

 

Leave a Reply