Budget 2021-22: ସୀତାରମଣଙ୍କ ବଜେଟ୍ ଟିମର ସଦସ୍ୟ କିଏ ଜାଣନ୍ତୁ

1 min read

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ ତାରିଖରେ ୨୦୨୧-୨୨ର ଆର୍ଥିକ ବଜେଟ ଉପସ୍ଥାପନ ହେବ। ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାର ଉପସ୍ଥାପନ କରିବେ। ପାରମ୍ପାରିକ ହାଲୱା ସେରିମନି ସହ ବଜେଟ ପ୍ରସ୍ତୁତିର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ପୂରା ଦେଶର ନଜର ତାଙ୍କ ଉପରେ ରହିଛି।  ଏହି ବଜେଟ ପ୍ରସ୍ତୁତିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ତାଙ୍କ ପୂରା ଟିମର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଆସନ୍ତୁ ଜାଣିବା ପୂରା ବଜେଟ୍ ଟିମ୍ ବିଷୟରେ।

କୃଷ୍ଣମୂର୍ତ୍ତି ସୁବ୍ରମଣୀୟମ: କେନ୍ଦ୍ରୀୟ ବଜେଟ୍ ଟିମର ସଦସ୍ୟ କୃଷ୍ଣମନ୍ତ୍ରୀ ସୁବ୍ରମଣୀୟମ ଫାଇନାନସିଆଲ  ଇକୋନୋମିକ୍ସରେ ପି.ଏଚ୍.ଡି। ୟୁନିଭରସିଟି ଏଫ ସିକାଗୋ ବୁଥ୍ ସ୍କୁଲ୍ ଅଫ ବିଜନେସରେ ପ୍ରଫେସର ଲ୍ୟୁଗୀ ଜିଙ୍ଗେଲ୍ସ ଓ ରଘଉରାମ ରାଜନଙ୍କ ମାର୍ଗ ଦର୍ଶନରେ ସେ ଏହି ଡକ୍ଟରେଟ୍ ହାସଲ କରିଛନ୍ତି। ସୁବ୍ରମଣୀୟମଙ୍କୁ ୨୦୧୮ରେ କେନ୍ଦ୍ରସରକାରଙ୍କ ମୁଖ୍ୟ ଆର୍ଥୀକ ପରାମର୍ଶଦାତା ବନାଯାଇଥିଲା । ତାଙ୍କୁ ବ୍ୟାଙ୍କିଂ, କର୍ପୋରେଟ୍ ପ୍ରଶାସନ ଓ ଆର୍ଥିକ ନୀତିର ଏକ୍ସପର୍ଟ ବୋଲି କୁହାଯାଏ।

ଟିଭି ସୋମନାଥନ୍: ବ୍ୟୟ ବିଭାଗର ସଚିବ ଭାବେ କାମ କରନ୍ତି ସୋମନାଥନ୍ । ସୋମନାଥନ୍ ୧୯୮୭ ବ୍ୟାଚ୍ ର ତାମିଲନାଡୁ କ୍ୟାଡରର IAS ଅଧିକାରୀ। ୨୦୧୫ରେ ସୋମନାଥନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୁଗ୍ମ ସଚିବ ଭାବେ ସେବା ଯୋଗାଇଥିଲେ। ଏଅହାବ୍ୟତୀତ ସେ ୱାର୍ଲ୍ଡ ବ୍ୟାଙ୍କରେ ମଧ୍ୟ କାମ କରିଛନ୍ତି। କଲିକତା ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ପିଏଚଡି କରିଛନ୍ତି। ରାଜସ୍ୱ ଖର୍ଚ୍ଚକୁ ଅଙ୍କୁଶରେ ରଖିବା ସୋମନାଥନଙ୍କ ଦାୟିତ୍ୱ।

ଅଜୟ ଭୂଷଣ ପାଣ୍ଡେ: ରାଜସ୍ୱ ସଚିବ ଅଜୟ ଭୂଷଣ ପାଣ୍ଡେ ମହାରାଷ୍ଟ୍ର କ୍ୟାଡରର ୧୯୮୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ସେ ଭାରତର ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ(UIDAI)ର ସିଇଓ ଭାବେକାମ କରିସାରିଛନ୍ତି। UIDAIରେ କାମ କରିବାପରେ ବର୍ତ୍ତମାନ ପାଣ୍ଡେ ଧେଶର ବଜେଟ ନିର୍ମାଣରେ ନିୟୋଜିତ ହୋଇଛନ୍ତି । ପାଣ୍ଡେ ଆଇଆଇଟି କାନପୁରରୁ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ କରିଛନ୍ତି। ଏଥିସହ ମିନେସୋନା ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସରେ ପି.ଏଚ୍.ଡି କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ପ୍ରତିରକ୍ଷା ଉପରେ ଖର୍ଚ୍ଚ ପାଇଁ ଅର୍ଥ ଯୋଗଡ଼ ଏବଂ ମହାମାରୀରେ ଆୟକରର ସନ୍ତୁଳନ ବଜାୟ ରଖିବାକୁ ପାଣ୍ଡେଙ୍କର ଦାୟିତ୍ୱ ରହିଛି।

ତରୁଣ ବଜାଜ: ଅର୍ଥ ମନ୍ତ୍ରାଳୟର ଆର୍ଥିକ ମାମଲା ବିଭାଗରେ ତରୁଣ ବଜାଜ ସଚିବ ଭାବେ କାର୍ଯ୍ୟତର। ଅର୍ଥ ମନ୍ତ୍ରାଳୟରେ ଯୋଗ ଦେବା ପୂର୍ବରୁ ସେ ପ୍ରଧାମନ୍ତ୍ରୀ କାର୍ଯ୍ୟାଳୟରେ ମଧ୍ୟ କାମ କରିସାରିଛନ୍ତି। ସେ ୧୯୮୮ ହରିୟାଣା ବ୍ୟାଚର IAS ଅଧିକାରୀ । ସେ ଅନେକ ରିଲିଫ୍ ପ୍ୟାକେଜ୍ ଉପରେ କାମ କରିଛନ୍ତି। ତିନୋଟି ଆତ୍ମନିର୍ଭର ଭାରତ ପ୍ୟାକେଜ୍ ଗଠନ କରିବାରେ ତରୁଣ ବଜାଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ତୁହିନ କାନ୍ତ ପାଣ୍ଡେ: ତୁହିନକାନ୍ତ ହେଉଛନ୍ତି ଓଡ଼ିଶା କ୍ୟାଡର୍ ର ୧୯୮୭ ବ୍ୟାଚ୍ ର IAS ଅଧିକାରୀ । ସେ ପୁଞ୍ଜି ନିବେଶ ଏବଂ ସାଧାରଣ ସମ୍ପତ୍ତି ପରିଚାଳନା ବିଭାଗର ସଚିବ ଅଛନ୍ତି। ଅକ୍ଟୋବର ୨୦୧୯ରେ ସେ DIPAM ର ସଚିବ ଭାବରେ ନିଯୁକ୍ତ ହୋଇଥିଲେ।

ଦେବାଶିଷ ପଣ୍ଡା: ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ସଚିବ ହେଉଛନ୍ତି ଦେବାଶିଷ ପଣ୍ଡା। ବଜେଟରେ ଆର୍ଥିକ କ୍ଷେତ୍ର ସହିତ ଜଡ଼ିତ ସମସ୍ତ ଘୋଷଣା ତାଙ୍କ ଦାୟିତ୍ୱରେ ରହିଛି। ସେ ଉତ୍ତରପ୍ରଦେଶ କ୍ୟାଡର୍ ର ୧୯୮୭ ବ୍ୟାଚ୍ ର IAS ଅଧିକାରୀ। ପଣ୍ଡାଙ୍କ ଉପରେ ଆର୍ଥିକ ବ୍ୟବସ୍ଥାର ସ୍ଥିରତା ନିଶ୍ଚିତ କରିବାକୁ ଆରବିଆଇ ସହିତ ମିଶି କାମ କରିବାର ଦାୟିତ୍ୱ ରହିଛି।

Leave a Reply