ପେଟ୍ରୋଲ ଉପରେ ଲିଟର ପ୍ରତି ୨.୫୦ ଟଙ୍କା କୃଷି ସେସ୍ ,ଡିଜେଲରେ ୪ ଟଙ୍କା

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଦିନକୁ ଦିନ ଆକାଶଛୁଆଁ ହେବାକୁ ଲାଗିଛି । ନିକଟରେ ପେଟ୍ରୋଲ ଦର ୮୬ ଟଙ୍କା ଅତିକ୍ରମ କରିଥିବାରୁ ଏହା ଅନେକଙ୍କ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ହୋଇଯାଇଛି । ଏଭଳି ସ୍ଥିତିରେ ସରକାର କେଉଁ ବଜେଟରେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସକୁ ଲାଗୁ କରିଛନ୍ତି ।

ପେଟ୍ରୋଲ ଲିଟର ପ୍ରତି କୃଷି ସେସ୍ ୨ଟଙ୍କା ୫୦ ପଇସା ଓ ଡିଜେଲ ଲିଟର ପ୍ରତି ୪ ଟଙ୍କା ସେସ୍ ଲାଗୁ ହେବ । ତେବେ ଗ୍ରାହକଙ୍କ ଉପରେ ଏହାର ପ୍ରଭାବ ପଡିବାର ସମ୍ଭାବନା କମ ରହିଛି । ସରକାର କରୋନା କାଳରେ ପେଟ୍ରୋଲ କମ୍ପାନୀ କରିଥିବା ଲାଭରୁ ଏହି ସେସ୍ ନେଇ ପାରନ୍ତି ।

ପେଟ୍ରୋଲ ଓ ଡିଜେଲ ଉପରେ କୃଷି ସେସ ଲାଗୁ ହେବା ସହିତ ମୌଳିକ ଉତ୍ପାଦ ଶୁଳ୍କ (ବିଇଡି) ଓ ବିଶେଷ ଉତ୍ପାଦ ଶୁଳକ(ଏସଇଡି)କୁ ବଜେଟରେ ସରକାର କମ କରିଛନ୍ତି । ଏହି କାରଣରୁ କୃଷି ସେସର ଭାର ଗ୍ରାହକଙ୍କ ଉପରେ ପଡିବ ନାହିଁ । ଏବେ ଅନବ୍ରାଣ୍ଡେଡ୍ ପେଟ୍ରୋଲ ଡିଜେଲ ଉପରେ କ୍ରମଶଃ ୧.୪ ପ୍ରତିଶତ ଓ ୧.୮ ପ୍ରତିଶତ ବିଇଡି ଲାଗୁ ହେବ । ସେହିଭଳି ପେଟ୍ରୋଲ ଓ ଡିଜେଲ ଉପରେ ବିଶେଷ ଉତ୍ପାଦ ଶୁଳ୍କ (ଏସଇଡି) ଯଥାକ୍ରମ୧୧ ଟଙ୍କା ଓ ୮ ଟଙ୍କା ପ୍ରତି ଲିଟର କରି ଦିଆଯାଇଛି ।

 

Leave a Reply