ଦଳ ବିରୋଧୀ କାର୍ଯ୍ୟ କଳାପ ପାଇଁ ୭ ବିଏସ୍‌ପି ବିଧାୟକ ନିଲମ୍ୱିତ: ଖୁବଶୀଘ୍ର ଏସ୍‌ପିରେ ସାମିଲ ହୋଇପାରନ୍ତି

1 min read

ଲକ୍ଷ୍ନୌ: ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ୭  ବିଧାୟକ ନିଲମ୍ୱିତ । ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ​୭ ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି ଦଳ । ବିଏସପି ସଭାପତି ମାୟାବତୀ ଏହି ୭ଜଣ ବିଧାୟକଙ୍କ ନିଲମ୍ବନ ନେଇ ଘୋଷଣା କରିଛନ୍ତି । ଏଥିସହିତ ମାୟାବତୀ କହିଛନ୍ତି ଯେ, ଏମଏଲସି ନିର୍ବାଚନରେ ​​ବିଏସପି ଉଚିତ୍ ଜବାବ ଦେବ । ଏଭଳି କି ଆବଶ୍ୟକ ପଡ଼ିଲେ ବିଜେପିକୁ ଭୋଟ ଦେବେ ବୋଲି କହିଛନ୍ତି ମୟାବତୀ ।

ବିଏସପି ବିଧାୟକ ଅସଲମ ରାଇନି (ଭୀନଗା-ଶ୍ରାବସ୍ତି), ଅସଲମ ଅଲ୍ଲୀ (ଢୋଲାନା-ହାପୁର), ମୁଜତାବା ସିଦ୍ଦିକି (ପ୍ରତାପପୁର-ଆହ୍ଲାବାଦ), ହାକିମ ଲାଲ ବିନ୍ଦ (ହାଣ୍ଡିଆ-ପ୍ରୟାଗରାଜ), ହରଗୋବିନ୍ଦ ଭର୍ଗବ (ସିଦ୍ଧୌଲି-ସୀତାପୁର), ସୁଷମା ପଟେଲ(ମୁଙ୍ଗରା ବାଦଶାହପୁର) ଏବଂ ଭନ୍ଦନା ସିଂ(ସଗଡି-ଆଜମଗଡ଼) ଦଳରୁ ନିଲମ୍ବିତ ହୋଇଛନ୍ତି।

ବିଏସପି ସଭାପତି ମାୟାବତୀଙ୍କ କହିବାନୁସାରେ, ଏମଏଲସି ନିର୍ବାଚନରେ ​​ସେ ଅନ୍ୟ ପ୍ରାର୍ଥୀଙ୍କୁ ପରାସ୍ତ କରିବାକୁ ସମ୍ପୂର୍ଣ୍ଣ ଗୁରୁତ୍ୱ ଦେବେ । ଏଥିପାଇଁ ଯଦି ତାଙ୍କୁ ବିଜେପିକୁ ଭୋଟ୍ ଦେବାକୁ ପଡିବ, ତାହେଲେ ସେମାନେ ଦେବେ । ୧୯୯୫ ମାମଲାକୁ ପ୍ରତ୍ୟାହାର କରିବା ତାଙ୍କର ବଡ ଭୁଲ ଥିଲା । ଏହା ସହିତ ମାୟାବତୀ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିଥିଲେ।

ବିଏସପି ସଭାପତି ମାୟାବତୀଙ୍କ ପାର୍ଟି ନିଷ୍ପତ୍ତି ନେଇଛି ଯେ, ଯଦି ଅଖିଳେଶ ଯାଦବ ତାଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କୁ ରାଜ୍ୟସଭା ନିର୍ବାଚନରେ ​​ସୁଯୋଗ ଦେଉଛନ୍ତି, ତାହେଲେ ବିଏସପି ତାଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ। ସପା ଶାସନ ସମୟରେ ମାଫିଆ ଏବଂ ଗୁଣ୍ଡାରାଜ ଚାଲିଥିଲା ଯାହା ସମସ୍ତେ ଜାଣିଛନ୍ତି । ଉଲ୍ଲେଖନୀୟ ଯେ, ବିଦ୍ରୋହୀ ବିଧାୟକ ଖୁବଶୀଘ୍ର ସମାଜବାଦୀ ପାର୍ଟିରେ ସାମିଲ ହୋଇପାରନ୍ତି । ସେମାନେ ଅଖିଳେଶ ଯାଦବଙ୍କୁ ଭେଟିସାରିଥିବା ସୂଚନା ରହିଛି ।

 

Leave a Reply