ଆସ୍ୱସ୍ତି, ବିଏସ୍‌-IV ମଡେଲ୍‌ ଗାଡ଼ି ରେଜିଷ୍ଟ୍ରେସନ୍‌ ପାଇଁ ଅନୁମତି ଦେଲେ ସୁପ୍ରିମ୍‌କୋର୍ଟ

1 min read

ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ଆସିଲା ବଡ଼ ନିଷ୍ପତ୍ତି । ମାର୍ଚ୍ଚରେ ବିଏସ-IV ଗାଡି କିଣିଥିବା ଲୋକଙ୍କୁ ମିଳିଲା ଆସ୍ୱସ୍ତି । ଲକ୍‌ଡାଉନ୍‌ କାରଣରୁ ପଞ୍ଜିକୃତ କରିପାରିନଥିବା ଗାଡ଼ି ଏବେ ହୋଇପାରିବ ପଞ୍ଜିକୃତ । ଲକ୍‌ଡାଉନ୍‌ ପୂର୍ବରୁ ଯେଉଁମାନେ ବିଏସ୍‌-IV ମଡେଲର ଗାଡ଼ି କିଣିଥିଲେ ହେଲେ ପଞ୍ଜିକୃତ କରିପାରି ନଥିଲେ, ସେମାନଙ୍କ ପାଇଁ ଆସ୍ୱସ୍ତି ପ୍ରଦାନ କରିଛନ୍ତି ସୁପ୍ରିମ୍‌କୋର୍ଟ । ଏଣିକି ସେମାନେ ପଞ୍ଜିକୃତ କରିପାରିବେ ବୋଲି କହିଛନ୍ତି କୋର୍ଟ ।

ତେବେ କେବଳ ସେହିମାନଙ୍କୁ ଏହି ଅନୁମତି ଦିଆଯାଇଛି ଯେଉଁମାନେ ଲକ୍‌ଡାଉନ୍ ପୂର୍ବରୁ ଗାଡ଼ି କିଣିଥିଲେ ଏବଂ ଲକ୍‌ଡାଉନ୍‌ ଯୋଗୁଁ ଧାର୍ଯ୍ୟ ତାରିଖ ପୂର୍ବରୁ ରେଜିଷ୍ଟ୍ରେସନ୍‌ କରିପାରିନଥିଲେ । ଲକଡାଉନ୍ ପରେ ବିକ୍ରି ହୋଇଥିବା BS-IV ଗାଡ଼ିଗୁଡିକର ପଞ୍ଜୀକରଣ ଉପରେ ପ୍ରତିବନ୍ଧକ ସେହିଭଳି ରହିବ ବୋଲି ଜଣାପଡ଼ିଛି ।

ଗତ ଶୁଣାଣି ସମୟରେ ସୁପ୍ରିମକୋର୍ଟ ଲକ୍‌ ଡାଉନ୍‌ ସମୟରେ ବିଏସ- IV ଗାଡ଼ି ବିକ୍ରି ଉପରେ ପ୍ରଶ୍ନ କରିଥିଲେ । କୋର୍ଟ କହିଥିଲେ ଯେ ମାର୍ଚ୍ଚ ଶେଷ ସପ୍ତାହରେ ଲକ୍‌ ଡାଉନ୍‌ ଥିବାବେଳେ ପୂର୍ବ ଅପେକ୍ଷା ଅଧିକ ଗାଡି ବିକ୍ରି ହୋଇଥିଲା । ଏହା ସହିତ ସୁପ୍ରିମକୋର୍ଟ ମାର୍ଚ୍ଚ ମାସରେ ବିଏସ- IV ଗାଡି ବିକ୍ରୟ ଆକଳନ ପାଇଁ ମଧ୍ୟ କହିଥିଲେ ।

BS IV

ଅନ୍ୟପଟେ ଏହି ନିୟମ ଦିଲ୍ଲୀ NCRରେ ଲାଗୁ ହେବ ନାହଁ ବୋଲି କୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ୨୦୨୦ ମାର୍ଚ୍ଚ ୩୧ ଯାଏଁ BS-IV ଗାଡି ବିକ୍ରି କରିବା ପାଇଁ ଓ ପଞ୍ଜିକରଣ କରିବା ପାଇଁ ଅନୁମତି ଦେଇଥିଲେ । ତେବେ ମାର୍ଚ୍ଚ ୨୨ ରେ ଜନତା କର୍ପ୍ୟୁ ଓ ୨୫ ତାରିଖରୁ ଲକଡାଉନ୍‌ ଫଳରେ ପଞ୍ଜିକରଣ ଓ ଗାଡି ବିକ୍ରି ସମ୍ଭବ ହୋଇ ପାରିନଥିଲା । ଯାହାଫଳରେ ଏହାକୁ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ଡିଲର ସଙ୍ଘ ।

ଏହା ଉପରେ ସୁପ୍ରିମକୋର୍ଟ ଡିଲରମାନଙ୍କୁ BS-IV ଗାଡିର ୧୦ ପ୍ରତିଶତ ବିକ୍ରୟ କରିବାକୁ ଅନୁମତି ଦେଇଛନ୍ତି । ଏହା ପରେ ଜୁଲାଇ ୮ରେ ସୁପ୍ରିମକୋର୍ଟ ମାର୍ଚ୍ଚ ୨୭ ର ଆଦେଶ ପ୍ରତ୍ୟାହାର କରିନେଇଥିଲେ

Leave a Reply