ବ୍ରାଉନସୁଗାର ଚୋରା ଚାଲାଣ : ବଢୁଛି ମାମଲା, ବାଲେଶ୍ୱରରେ ଧରା ପଡ଼ିଲା ୪ କିଲୋରୁ ଅଧିକା ବ୍ରାଉନସୁଗାର

ବାଲେଶ୍ୱର : କ୍ରାଇମବ୍ରାଞ୍ଚ ଏସଟିଏଫ୍  ବାଲେଶ୍ୱରର ଜଳେଶ୍ୱର ଅଞ୍ଚଳରୁ ୪ କିଲୋ ୨୫ ଗ୍ରାମର ବ୍ରାଉନସୁଗାର ଜବତ କରିଛି । ଏହି ଘଟଣାରେ କ୍ରାଇମବ୍ରାଞ୍ଚ ଦୁଇ ଜଣଙ୍କ ଗିରଫ କରିଛି । ବାଲେଶ୍ୱରରେ କିଛି ଦିନ ତଳେ ପୋଲିସ ଓ ବ୍ରାଉନସୁଗାର ଦଲାଲଙ୍କ ମଧ୍ୟରେ ଡିଲ୍ ହେଉଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ କ୍ରାଇମବ୍ରାଞ୍ଚ ଉକ୍ତ ଜିଲ୍ଲା ଓ ସନ୍ଦିଗ୍ଧ ଅଞ୍ଚଳରେ ଖୋଲତାଡ଼ ଆରମ୍ଭ କରିଥିଲା । ଏହି କ୍ରମରେ ଆଜି ବ୍ରାଉନସୁଗାର ଜବତ ହୋଇଥିବା ଏସଟିଏଫ ପକ୍ଷରୁ ପ୍ରକାଶ କରାଯାଇଛି । ଏସଟିଏଫ ଜଣାଇଛି ଯେ ଏହା ଚଳିତ ବର୍ଷର ୨ୟ ସର୍ବାଧିକ ଜବତ ବ୍ରାଉନସୁଗାର ।

ଉଲ୍ଲେଖଯୋଗ୍ୟ ଯେ ପଶ୍ଟିମବଙ୍ଗ ଲିଙ୍କରେ ରାଜ୍ୟକୁ ବାଲେଶ୍ୱର ଦେଇ ବ୍ରାଉନସୁଗାର ଆସିବା ଏକ ଅଭ୍ୟାସଗତ କଥା ହେଲାଣି । ସେହିଭଳି  ଚଳିତବର୍ଷ ୨୦ କେଜି ୭୩୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ୨୨ଟି ମାମଲାରେ ୪୩ ଜଣଙ୍କୁ ଗିରଫ କରାଯାଇଛି । ତେବେ ଚଳିତ ବର୍ଷ ରାଜ୍ୟରେ ବ୍ରାଉନସୁଗାର ଚୋରା ଚାଲାଣ ଗତ ୮ ବର୍ଷର ରେକର୍ଡ ଅତିକ୍ରମ କରିବ ବୋଲି ପୋଲିସ ଡିଜି ଆଶଙ୍କା ପ୍ରକଟ କରିଛନ୍ତି । ସେହିଭଳି ଏସଟିଏଫ୍ ଏଯାବତ୍ ଚଳିତ ବର୍ଷରେ ୬୩୦ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ କରିସାରିଲେଣି ।

Leave a Reply