ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କୁ କରୋନା

ଲଣ୍ଡନ: ବ୍ରିଟେନ୍ ରାଜାଙ୍କ ପରେ ମହାମାରୀ କରୋନା ସରକାରଙ୍କୁ ଛୁଇଁଛି । ଦେଶକୁ କରୋନା କବଳରୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଠାରେ କରୋନା ପଜିଟିଭ୍ ମିଳିଛି । ବ୍ରିଟେନରେ ଏବେ ଯାଏଁ ୧୨ ହଜାର ଲୋକଙ୍କ ଠାରେ କରୋନା ପଜିଟିଭ୍ ମିଳିଥିବା ବେଳେ ୫୭୮ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି । ଅନ୍ୟପଟେ ୨ ଦିନ ତଳେ ବ୍ରିଟେନ୍ ରାଜା ପ୍ରିନ୍ସ ଚାର୍ଲସ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ ।

କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ବୋରିସ୍ ଜନସନ୍ ଏବେ ଡାଉନିଙ୍ଗ ଷ୍ଟ୍ରିଟରେ ନିଜକୁ ସେଲ୍ଫ ଆଇସୋଲେସନରେ ରଖିଛନ୍ତି । ତେବେ, ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଦେଶ ସେବାରେ ଯୋଗଦାନ ରଖିବେ । ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ସରକାରୀ କାର୍ଯ୍ୟରେ ଭାଗନେବେ ବୋଲି କହିଛନ୍ତି ।

ଜଣେ କରୋନା ଆକ୍ରାନ୍ତ ୫୯ହଜାର ଲୋକଙ୍କୁ ସଂକ୍ରମିତ କରିପାରିବେ, ଜାଣନ୍ତୁ କେମିତି…

ବ୍ରିଟେନ୍ ଏବେ ଲକ୍ ଡାଉନ୍ ଭିତରେ ରହିଛି । ରାସ୍ତାରେ ପୋଲିସ୍ ବ୍ୟାରିକେଡ୍ କରି ଯାନବାହାନ ପ୍ରବେଶକୁ ରୋକାଯାଇଛି । ଏପରିକି ଏୟାରକ୍ରାଫଟ ସାହାଯ୍ୟରେ ଲୋକଙ୍କ ଚାଳି ଚଳନ ଉପରେ ସରକାର ତୀକ୍ଷଣ ନଜର ରଖିଛନ୍ତି ।

Leave a Reply