ଆଜି G-7 ସମ୍ମିଳନୀ: ଅତିଥି ଦେଶ ଭାବେ ଯୋଗ ଦେବ ଭାରତ

1 min read

ନୂଆଦିଲ୍ଲୀ: ଆଜି ବସିବ G-7 ସମ୍ମିଳନୀ। କରୋନା ପାଇଁ ଚଳିତବର୍ଷ ଏହି ବୈଠକ ଭର୍ଚୁଆଲରେ ଅନୁଷ୍ଠିତ ହେବ। ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବୈଠକରେ ଅଧ୍ୟକ୍ଷତା କରିବେ।

ଏହି ବୈଠକରେ ବ୍ରିଟେନ ସମେତ କାନାଡ଼ା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଓ ଆମେରିକାର ପ୍ରତିନିଧି ସାମିଲ ହେବେ। ଏଥିରେ ବିଶ୍ୱ ଅର୍ଥନୀତି ଓ କରୋନା ଭାକ୍‌ସିନ୍‌ ନେଇ ଆଲୋଚନା କରାଯିବ। ସାରା ବିଶ୍ୱରେ କିଭଳି କରୋନା ଟିକା ପହଞ୍ଚିବ ଓ ଭବିଷ୍ୟତରେ ମହାମାରୀକୁ କିପରି ପରିଚାଳନା କରାଯିବ, ସେ ସମ୍ପର୍କରେ ବୈଠକରେ ଆଲୋଚନା ହେବ।

ସୂଚନା ଅନୁଯାୟୀ, ବୈଠକରେ ଭାରତ ସମେତ ଦକ୍ଷିଣ କୋରିଆ ଓ ଅଷ୍ଟ୍ରେଲିଆ ଅତିଥି ଦେଶ ଭାବେ ସାମିଲ ହେବେ। ୟୁରୋପିଆନ କାଉନସିଲ ଓ ୟୁରୋପିଆନ କମିସନର ପ୍ରେସିଡେଣ୍ଟ ମଧ୍ୟ ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି।

Leave a Reply