ଭରା ନଈରେ ଝରି ପଡ଼ୁଛି ଜୀବନ, କେବେ ହେବ ପୋଲ ପାଇଁ ପୁଣି ଟେଣ୍ଡର ?

ପାରଳାଖେମୁଣ୍ଡି: ବିପଦରେ ଜୀବନ । ଡିଜାଇନ୍ ଅନୁମୋଦନରେ ଅଟକିଛି ପୋଲ୍ ନିର୍ମାଣ । ପୋଲ ନଥିବାରୁ ଜୀବନକୁ ବାଜି ଲଗାଇ ପାଣିରେ ପଶି ନଦୀ ପାର ହେଉଛନ୍ତି ଲୋକେ । ଛାତ୍ରଛାତ୍ରୀ ପଢ଼ିବାକୁ ଯିବା ପାଇଁ ବା ସଉଦା ପାଇଁ ହାଟ ବଜାର । ଏପରିକି ମେଡିକାଲ ଯିବା ପାଇଁ ଭରା ନଈ ପାରକୁ ହେବାକୁ ପଡ଼େ । ସୁସ୍ଥ ହୁଅନ୍ତୁ କି ଅସୁସ୍ଥ, ଗର୍ଭବତୀଙ୍କୁ ମଧ୍ୟ ଚିକିତ୍ସା ପାଇଁ ପାର ହେବାକୁ ପଡ଼େ ଭରା ନଈ । ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ଦୁର୍ଗମ ତିନି ପଞ୍ଚାୟତ କରଡ଼ାସିଙ୍ଗ, ଅଜୟଗଡ଼ ଓ କୁଜାସିଙ୍ଗବାସୀଙ୍କୁ ଏମିତି ଭରା ନଈ ପାର ହେବାକୁ ପଡ଼ୁଛି ।

Bridge Over Mahendra Tanaya Tender Waiting For Design Approval

ମହେନ୍ଦ୍ରତନୟା ନଦୀରେ ନିତିଦିନ ବାଜିରେ ଲାଗୁଛି ଲୋକଙ୍କ ଜୀବନ । ଅନେକ ସମୟରେ ନଦୀ ପାର ବେଳେ ଲୋକଙ୍କ ଜୀବନ ବି ଯାଉଛି । ସମସ୍ୟାକୁ ଦୂର ଲାଗି ୨୦୧୨ ମସିହାରେ ଆରମ୍ଭ ହୋଇଥିବା ପୋଲ ନିର୍ମାଣ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଛି । ଏନେଇ ଲୋକ ବାରମ୍ବାର ଦାବି କରୁଥିଲେ ମଧ୍ୟ କାମରେ ଅଗ୍ରଗତି ହେଉନାହିଁ । ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Bridge Over Mahendra Tanaya Tender Waiting For Design Approval

ପୋଲ ନିର୍ମାଣ ବିଳମ୍ବିତ ହେଉଥିବା ବେଳେ ବାଧାପ୍ରାପ୍ତ ହୋଇଛି ଅଞ୍ଚଳର ବିକାଶ । ରାସ୍ତା ନଥିବାରୁ ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ସାଧାରଣ ବଣ୍ଟନ ସାମଗ୍ରୀ ଓ ବାର୍ଦ୍ଧକ୍ୟ ଭତ୍ତା ଭଳି ମୌଳିକ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ସମସ୍ୟାର ସମାଧାନ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି ଜିଲ୍ଲାପାଳ । ୨୦୧୮ରେ ବାତ୍ୟା ତିତିଲି ପରେ ବ୍ରିଜର ନକ୍ସା ପରିବର୍ତ୍ତନ ଆବଶ୍ୟକତା ଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗ ନୂଆ ନକ୍ସା ସରକାରଙ୍କୁ ପଠାଇଛନ୍ତି । ନୂଆ ନକ୍ସା ଅନୁମୋଦନ ହୋଇ ଆସିଲେ ତତ୍କାଳ ଟେଣ୍ଡର କରାଯାଇ ବ୍ରିଜ୍ କାମ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave a Reply