ଅନ୍‌ଲାଇନ୍‌ ପରୀକ୍ଷା ନେଇ ବିପିୟୁଟି ଛାତ୍ରଛାତ୍ରୀ ଟଣାଓଟରା: ଗାଇଡଲାଇନ୍‌ ଅନୁସାରେ ପରୀକ୍ଷା ସମ୍ଭବ ନୁହେଁ

1 min read

ଭୁବନେଶ୍ୱର: ଅନ୍‌ଲାଇନ୍ ପରୀକ୍ଷା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିପିୟୁଟି । ଜୁଲାଇ ୯ ତାରିଖରୁ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି । ସେପଟେ ଅନ୍‌ଲାଇନ୍ ପରୀକ୍ଷାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ଗାଇଡ୍‌ଲାଇନ୍ ଅନୁସାରେ ପରୀକ୍ଷା ଦେବା ସମ୍ଭବ ନୁହେଁ ବରଂ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ପୂର୍ବ ପରୀକ୍ଷା ଅନୁସାରେ ମାର୍କିଂ କରିବାକୁ ଦାବି କରିଥିବା ବେଳେ ମନ୍ତ୍ରୀଙ୍କ ଉତ୍ତର କଲେଜ ଖୋଲିବା ସମ୍ଭବ ନୁହେଁ ।

ଅନ୍‌ଲାଇନ୍‌ରେ ଉଭୟ ପରୀକ୍ଷା ଏବଂ କ୍ଳାସ୍ ସାରିବାକୁ ଦିଆଯାଇଛି ନିର୍ଦ୍ଦେଶ । ଅନ୍‌ଲାଇନ୍ ପରୀକ୍ଷା ନେଇ ବିପିୟୁଟି ଛାତ୍ରଛାତ୍ରୀ ଟଣାଓଟରା । ଜୁଲାଇ ୯ ରୁ ପରୀକ୍ଷା ପାଇଁ ବିପିୟୁଟି ପ୍ରସ୍ତୁତ । ମକ୍ ଟେଷ୍ଟ ପାଇଁ ପ୍ରସ୍ତୁତି ଆରମ୍ଭ ।

ପ୍ରତିବାଦ ଜଣାଇଲେ ଛାତ୍ରଛାତ୍ରୀ । ସମସ୍ତଙ୍କ ପାଇଁ ଅନ୍‌ଲାଇନ୍ ଅସମ୍ଭବ । ଗୋଟିଏ ପଟେ ପରୀକ୍ଷା ପାଇଁ ସଜବାଜ ହେଉଛି ବିପିୟୁଟି । ଅନ୍ୟପଟେ ଅନ୍‌ଲାଇନ୍ ପରୀକ୍ଷା ପାଇଁ ନାରାଜ ଛାତ୍ରଛାତ୍ରୀ ।

ପରୀକ୍ଷା ପାଇଁ ଲାପ୍‌ଟପ୍, କ୍ୟାମେରା ଓ ୧ MBPS ର ନେଟ୍‌ ସ୍ପିଡ ଆବଶ୍ୟକତା ଥିବାବେଳେ ଏହା କିପରି ସମ୍ଭବ ହେବ ସେ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ । ପୂର୍ବରୁ ସବୁ ସେମିଷ୍ଟର ସବ୍‌ଜେକଟିଭ ପରୀକ୍ଷା ହେଉଥିବାବେଳେ ଏବେ ଅବଜେକ୍ଟିଭ ବା ଏମସିକ୍ୟୁ ପରୀକ୍ଷା ଏକ ସପ୍ତାହ ରେ ପ୍ରସ୍ତୁତ କରିବା ସମ୍ଭବ ନୁହେଁ । ସେହିଭଳି ପରୀକ୍ଷା ପାଇଁ ଇଣ୍ଟରନେଟ ବାଧ୍ୟତାମୂଳକ ହୋଇଥିବାବେଳେ ସମସ୍ତଙ୍କ ପାଖେ ସେଇ ସୁବିଧାନାହିଁ।

ଅନଲାଇନ ପରୀକ୍ଷା କରୁଥିବା ସଂସ୍ଥାର ପରୀକ୍ଷା, ଖାତାଦେଖା ଓ ଫଳ ପ୍ରକାଶନ କୁ ନେଇ ଅଭିଯୋଗ ହୋଇଛି । ଅନ୍ୟ ସମସ୍ତ ପରୀକ୍ଷା ଫଳ ପି କ୍ୟୁ ମେଥଡ଼ରେ ପ୍ରକାଶ କରି ପିଲାଙ୍କୁ ଉତ୍ତୀର୍ଣ୍ଣ କରିବାକୁ ସ୍ଥିର କରିଥିବାବେଳେ ବିପିୟୁଟି କାହିଁକି ଉଚିତ ପଦକ୍ଷେପ ନେଉନାହିଁ। ତାକୁ ନେଇ ଉଠିଛି ଅଭିଯୋଗର ସ୍ୱର । ବିପିୟୁଟି କୁଳପତିଙ୍କ କହିବା କଥା ଅନ୍‌ଲାଇନ୍ ପରୀକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଅନ୍‌ଲାଇନ୍ ଦେଇନପାରିବେ ସେମାନଙ୍କ ପାଇଁ ଅଫ୍‌ଲାଇନ୍ ବ୍ୟବସ୍ଥା କରାଯିବ ।

୭୦ ମାର୍କ ପାଇଁ ୧୨୦ଟି ପ୍ରଶ୍ନ ଏବଂ ୧୦୦ ମାର୍କ ପାଇଁ ୧୫୦ଟି ପ୍ରଶ୍ନ ରହିବ । ଜୁଲାଇ ୯ ତାରିଖ ପୂର୍ବରୁ ସବୁ କେନ୍ଦ୍ର ଗୁଡିକରେ ମକ୍ ଟେଷ୍ଟ କରାଯିବ ବୋଲି ଭିସି ସୂଚନା ଦେଇଛନ୍ତି । ସେପଟେ ବିଭାଗୀୟ ମନ୍ତ୍ରୀଙ୍କ କହିବା କଥା କରୋନା କଟକଣା ପର୍ଯ୍ୟନ୍ତ କୌଣସି ପରିସ୍ଥିତିରେ କଲେଜ ଖୋଲିବା ଅସମ୍ଭବ । କେବଳ ପରୀକ୍ଷା ନୁହେଁ ପାଠ ପଢା ପାଇଁ ବି ଅନ୍‌ଲାଇନ୍ ବ୍ୟବସ୍ଥା କରାଯାଉଛି ।

ସ୍ଥିତି ସ୍ୱାଭାବିକ ନ ହେବା ଯାଏଁ ଘରେ ବସି ଛାତ୍ରଛାତ୍ରୀମାନେ ପାଠ ପଢିବେ । ଜୁଲାଇ ୯ ତାରିଖରେ ପରୀକ୍ଷା ପାଇଁ ବିପିୟୁଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ବିଭାଗ ପକ୍ଷରୁ ପ୍ରସ୍ତୁତି ସରିଛି । କିନ୍ତୁ ଛାତ୍ରଛାତ୍ରୀ କେମିତି ପରୀକ୍ଷା ଦେବେ ସେ ନେଇ ଚିନ୍ତାରେ ।

Leave a Reply