ନବରାତ୍ରକୁ ନେଇ ଏରୋଜର ବିବାଦୀୟ ଟ୍ୱିଟ୍,କଙ୍ଗନା କହିଲେ ପର୍ଣ୍ଣହର୍ବ ହୋଇଗଲେଣି OTT ପ୍ଲାଟଫର୍ମ୍

1 min read

ନୂଆଦିଲ୍ଲୀ: ନବରାତ୍ରୀକୁ ନେଇ ଏରୋସ ଏଣ୍ଟରଟେନମେଣ୍ଟ୍ ପକ୍ଷରୁ କରାଯାଇଥିବା ଟ୍ୱିଟକୁ ନେଇ ବିବାଦ ସୃଷ୍ଟି ହୋଇଛି । ଏଭଳି ଟ୍ୱିଟ୍ କରି ଏରୋସ ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆଘାତ ଦେଇଛି ବୋଲି ଅଭିଯୋଗ ହେବା ପରେ କଂପାନୀ ପକ୍ଷରୁ କ୍ଷମା ପ୍ରାର୍ଥନା କରି ପୋଷ୍ଟକୁ ହଟାଇ ଦିଆଯାଇଛି । ତେବେ କଂପାନୀର କ୍ଷମାପ୍ରାର୍ଥନା ମଧ୍ୟ ବିରୋଧୀକୁ ଶାନ୍ତ କରି ପାରିନାହିଁ । ଏବେ ଟ୍ୱିଟର ସହିତ ଅନ୍ୟ ସୋସିଆଲ ମିଡିଆ ସାଇଟରେ ବୟକଟ୍ ଏରୋସ୍ ଜୋର ଧରିଛି । ଏରୋସକୁ ବିରୋଧ କରି ଟ୍ୱିଟ୍ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି କଙ୍ଗନା ରନାୱାତ ।

ସେ ଏଭଳି ଅଶ୍ଳୀଳ ଫଟୋ ଓ ବାର୍ତ୍ତା ସମାଜିକ ବାତାବରଣକୁ ଖରାପ କରୁଥିବା କଥା କଙ୍ଗନା କହିଛନ୍ତି । ସେ ଲେଖିଛନ୍ତି, ବ୍ୟକ୍ତିଗତ ସ୍ତରରେ ଏଭଳି ବାର୍ତ୍ତାକୁ ଲୋକେ ହେଡ୍ ଫୋନ୍ ଲଗାଇ ନିଜ ଏକାନ୍ତ ସ୍ଥାନରେ ଉପଭୋଗ କରିପାରିବେ ସତ ମାତ୍ର ଏହା ଗୋଷ୍ଠୀ ସ୍ୱାର୍ଥ ସାଧନ କରିପାରିବ ନାହିଁ । ଏକ ପାରିବାରିକ ସଂସ୍କାର ଓ ଚଳଣୀକୁ ଏଭଳି ବାର୍ତ୍ତା ବ୍ୟାପକ ଭାବେ ପ୍ରଭାବିତ କରିବ । ସେହିଭଳି ଏଭଳି ଅଶ୍ଳୀଳ ବାର୍ତ୍ତା ଦେଉଥିବା ପ୍ଲାଟଫର୍ମକୁ କଙ୍ଗନା ପର୍ଣ୍ଣ ହବ୍ କହିବାକୁ ମଧ୍ୟ ପଛାଇ ନାହାନ୍ତି ।

https://twitter.com/beingarun28/status/1319111887619960832

ତେବେ ଏହି ପୋଷ୍ଟକୁ ବିରୋଧ କରିବାର ଏକମାତ୍ର କାରଣ ଏହାର ଅଶ୍ଳୀଳତା ମଧ୍ୟ ନୁହେଁ । କିଛି ଏହାକୁ ହିନ୍ଦୁ ଧର୍ମ ବିରୋଧୀ ବୋଲି ମଧ୍ୟ କହୁଛନ୍ତି । ସେମାନଙ୍କ ଯୁକ୍ତି ଏହା ଯେ ଇରୋସ୍ ଏଣ୍ଟରଟେନମେଣ୍ଟ ଭଳି ସଂସ୍ଥା ଧର୍ମୀୟ ଭେଦଭାବ କରୁଛି । ମୁସଲମାନ ପର୍ବ ଇଦର ଶୁଭେଚ୍ଛା ଦେବା ବେଳେ ଯେଉଁଭଳି ଭାବେ ପୋଷ୍ଟର ବ୍ୟବହାର ହୋଇଥିଲା, ନବରାତ୍ରୀର ଶୁଭେଚ୍ଛା ବେଳେ ସେଭଳି ପୋଷ୍ଟରର ବ୍ୟବହାର ହୋଇନି । ଏସବୁ ଧର୍ମୀୟ ଭେଦଭାବ ସୃଷ୍ଟି କରୁଛି । ହିନ୍ଦୁ ଧର୍ମର ପର୍ବ ଶୁଭେଚ୍ଛା ବେଳେ ସଂପୃକ୍ତ ସଂସ୍ଥା ଅଶ୍ଳୀଳ ଫଟୋ ଓ ଡବଲ ମିନିଂ ବାକ୍ୟ ବ୍ୟବହାର କରୁଥିବା ବେଳେ ମୁସଲମାନଙ୍କ ଧର୍ମକୁ ମର୍ଯ୍ୟାଦା ଦେଇ ଶାଳୀନତାପୂର୍ଣ୍ଣ ଫଟୋ ପୋଷ୍ଟ କରାଯାଇଛି ।

ଅର୍ଥାତ୍ ଏଭଳି ପୋଷ୍ଟକୁ କିଛି ହିନ୍ଦୁ ଧର୍ମବିରୋଧୀ ବୋଲି ବିଚାର କରୁଛନ୍ତି । ଏହାପରଠାରୁ ଟ୍ୱିଟର୍ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ୟୁଜର୍ସମାନେ #BoycottErosNow  ଟ୍ୟାଗ୍ କରିବାରେ ଲାଗିଥିଲେ । ତେବେ ଏତେ ମାତ୍ରାରେ ବିରୋଧ ପରେ କମ୍ପାନୀ କ୍ଷମା ପ୍ରାର୍ଥନା କରି ଏକ ନୋଟ୍ ଜାରି କରିବା ସହ ସଂସ୍ଥା ନିରପେକ୍ଷତାକୁ ଗୁରୁତ୍ୱ ଦେଉଥିବା ସଫେଇ ଦେଇଛି ।

Leave a Reply