ଚାଷୀଙ୍କ ସମର୍ଥନରେ ବକ୍ସର ବିଜେନ୍ଦ୍ର

1 min read

ନୂଆଦିଲ୍ଲୀ: ୧୧ ଦିନରେ ପହଁଚିଛି ରାଜଧାନୀରେ ଲାଗିଥିବା ନିଆଁ । ୫ ଥରର ବୈଠକ ପରେ ମଧ୍ୟ ହୋଇପାରିନା ନାହିଁ ନିର୍ଣ୍ଣୟ । କୃଷି ବିଲ ପ୍ରତ୍ୟାହୃତ ନେଇ ଚାଷୀ ଅଟଳ ରହିଛି । ସରାକର ବୈଠକ ଡାକୁଛନ୍ତି କିନ୍ତୁ ବିଫଳ ହେଉଛନ୍ତି । ଏପରି ସ୍ଥିତିରେ ହରିଆଣା-ଦିଲ୍ଲୀ ସୀମା ସିନ୍ଧୁରେ ବ୍ୟାପକ ପ୍ରତିବାଦ ପାଇଁ ସଜାଗ ହେଉଛନ୍ତି କୃଷକ । ଆନ୍ଦୋଳନରତ କୃଷକଙ୍କ ସମର୍ଥନରେ ବର୍ତ୍ତମାନ ସାମିଲ ହୋଇଛନ୍ତି ଅନେକ ନେତା, ଅଭିନେତା ଏବଂ କ୍ରୀଡାବିତ ।

ଗୋଟେପଟେ ଦାବିକୁ ସମର୍ଥନ ଜଣାଇ ପୁରସ୍କାର ଫେରାଇବା ପର୍ବ ଆରମ୍ଭ ହୋଇଯାଇଛି । ଏହି ପର୍ବରେ ସାମିଲ ହୋଇଛନ୍ତି ଭାରତର ତାରକା ବକ୍ସର ବିଜେନ୍ଦ୍ର ସିଂ । ସରକାର ଯଦି କୃଷକଙ୍କ ଦାବି ନଶୁଣନ୍ତି କିମ୍ବା ସେମାନଙ୍କ ଦାବିକୁ ସମର୍ଥନ ନକରନ୍ତି, ତେବେ ମିଳିଥିବା ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ସେ ଫେରାଇଦେବେ ବୋଲି ଘୋଷଣା କରିଛନ୍ତି । ଏହି ତାଲିକାରେ ଆଗରୁ ସାମିଲ ହୋଇସାରିଛନ୍ତି ଅନେକ ପ୍ରସିଦ୍ଧ କଣ୍ଠଶିଳ୍ପୀ, ପ୍ରତିଷ୍ଠିତ ନେତା ।

ପୂର୍ବରୁ କୃଷକଙ୍କ ଦାବିକୁ ସମର୍ଥନ କରି ପଞ୍ଜାବ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲ ପଦ୍ମ ବିଭୂଷଣ ପୁରସ୍କାର ଫେରାଇଛନ୍ତି । ସେହିପରି କଣ୍ଠଶିଳ୍ପୀ ଏବଂ ଅଭିନେତା ଦଲଜିତ୍ ଦୋସାଞ୍ଜ ମଧ୍ୟ କୃଷକ ମାନଙ୍କୁ ସମର୍ଥନ ଜଣାଇଛନ୍ତି । ଆନ୍ଦୋଳନରତ କୃଷକ ମାନଙ୍କ ପାଇଁ ୧ କୋଟି ଟଙ୍କା ଦାନ ବି କରିଛନ୍ତି । ସେପଟେ ଆସନ୍ତା ୯ ତାରିଖରେ ଚାଷୀ ମାନଙ୍କର ପରବର୍ତ୍ତୀ ବୈଠକ ସରକାର ସହ ଥିବାବେଳେ, ଡିସେମ୍ବର ୮ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଆନ୍ଦୋଳନରତ କୃଷକ । ସେପଟେ ଭାରତ ବନ୍ଦକୁ ସମସ୍ତ ବାମଦଳ ସହ କଂଗ୍ରେସ, ଏନସିପି ଓ ଆପ୍ ମଧ୍ୟ ସମର୍ଥନ କରିଛି ।

Leave a Reply