ଆନ୍ଧ୍ର-ଓଡ଼ିଶା ସୀମାରେ ବିବାଦୀୟ ଜମିର ମାପଚୁପ୍ କଲେ ଅଧିକାରୀ

1 min read
Border Land Dispute Matter, Officer Of Andhra Pradesh And Odisha Examined In Spot

ଗଜପତି: ଆରମ୍ଭ ହେଲା ଆନ୍ଧ୍ର-ଓଡ଼ିଶା ସୀମାର ଜମି ବିବାଦ ଆଲୋଚନା । ବିବାଦୀୟ ସ୍ଥାନକୁ ଉଭୟ ଓଡ଼ିଶା ଓ ଆନ୍ଧ୍ରର ରାଜସ୍ୱ କର୍ମଚାରୀ ଗସ୍ତ କରିଛନ୍ତି । ଗଜପତି ଏବଂ ଶ୍ରୀକାକୁଲମ ଜିଲ୍ଲାର ସୀମାନ୍ତରେ ଥିବା ଏଏସ କାଭିଟିର ୧୨ ଏକର ଜମିର ମାଲିକାନାକୁ ନେଇ ଦୀର୍ଘବର୍ଷ ଧରି ଉଭୟ ରାଜ୍ୟର ଚାଷୀଙ୍କ ମଧ୍ୟରେ ଲାଗି ରହିଛି ବିବାଦ । ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ସହ ବାରମ୍ବାର ଯୋଗାଯୋଗ କରାଯାଇଥିଲା ।

Border Land Dispute Matter, Officer Of Andhra Pradesh And Odisha Examined In Spot

ଆଜି ଉଭୟ ଜିଲ୍ଲାର ରାଜସ୍ୱ ବିଭାଗର କର୍ମଚାରୀ ବିବାଦୀୟ ଜମିରେ ପହଞ୍ଚି ମାପଚୁପ୍ କରିଛନ୍ତି । ଉଭୟ ରାଜ୍ୟର ସୀମାରେ ଥିବା ଜମିର ଦସ୍ତାବିଜ୍ ସହିତ ରିପୋର୍ଟ ମିଳାଇ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦାନ କରିବେ । ପରେ ଉଭୟ ଜିଲ୍ଲାର ପ୍ରଶାସନିକ ଅଧିକାରୀ ସ୍ତରରେ ଏକ ବୈଠକ ଅନୁଷ୍ଠିତ ହେବ । ବୈଠକ ପରେ ବିବାଦୀୟ ଜମିର ମାଲିକାନାକୁ ନେଇ ନିଷ୍କର୍ସ ବାହାରିବ ବୋଲି କହିଛନ୍ତି ଉଭୟ ଜିଲ୍ଲାର ରାଜସ୍ୱ ପ୍ରତିନିଧି ।

Leave a Reply