ପୁଣି ଗୋଟିଏ ରାତି ଜେଲ୍‌ରେ ରହିବେ ଅର୍ଣ୍ଣବ

Bombay High Court refuses to grant interim bail to Arnab Goswami

ମୁମ୍ବାଇ: ପୁଣି ଗୋଟିଏ ରାତି ଜେଲରେ ରହିବେ ଅର୍ଣ୍ଣବ । ରିପବ୍ଲିକ୍ ଟିଭିର ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବମ୍ବେ ହାଇକୋର୍ଟରୁ ମିଳିଲାନି ଆସ୍ୱସ୍ତି । ଶନିବାର ମଧ୍ୟାହ୍ନରେ ଆବେଦନ ଉପରେ ଶୁଣାଣି କରିବେ ହାଇକୋର୍ଟ । ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଅନ୍ତରୀଣ ଜାମିନ ନେଇ ଶୁକ୍ରବାର ଥିଲା ପୂନଃ ଶୁଣାଣି । ତେବେ ମାମଲା ପୁରୁଣା ହୋଇଥିବାରୁ ସମସ୍ତଙ୍କ ପକ୍ଷ ଶୁଣିବା ପରେ ହିଁ ନିଷ୍ପତ୍ତି ନେବେ ବୋଲି କୋର୍ଟ କହିଛନ୍ତି । ଡିଜାଇନର ଅନ୍ୱୟ ନାଏକ ଓ ତାଙ୍କ ମା’ କୁମୁଦଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗରେ ଗିରଫ ଅର୍ଣ୍ଣବଙ୍କୁ ଜାମିନ ଦେବାକୁ ମନା କରିଥିଲେ ବମ୍ବେ ହାଇକୋର୍ଟ ।

arnab

୨୦୧୮ ମସିହାର ଏକ ପୁରୁଣା ମାମଲାରେ ଅର୍ଣ୍ଣବଙ୍କୁ ମୁମ୍ବାଇ ପୋଲିସ ବୁଧବାର ସକାଳେ ଗିରଫ କରିଥିଲା । ଗିରଫ ପରେ ତାଙ୍କୁ ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଅର୍ଣ୍ଣବଙ୍କ ସହିତ ଅନୁରୂପ ଅଭିଯୋଗରେ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଫିରୋଜ ଶେଖ ଓ ନିତେଶ ସାରଦା । ସେମାନଙ୍କୁ ମଧ୍ୟ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।

arnab goswami

ଅନ୍ୱୟ ନାଏକଙ୍କ ମାଲିକାନାଧୀନ କନକର୍ଡ ଡିଜାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ରିପବ୍ଲିକ ଟିଭିର ଷ୍ଟୁଡିଓ ନିର୍ମାଣ କରିଥିଲା । ଷ୍ଟୁଡିଓ ନିର୍ମାଣ ବାବଦକୁ ଟିଭି ଚାନେଲ ଆଉ ୮୩ ଲକ୍ଷ ଟଙ୍କା ଦେବାକୁ ବାକିଥିଲା । ଅନ୍ୱୟ ତାଙ୍କର ବକେୟା ଅର୍ଥ ମାଗିବାରୁ ତାଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ହୋଇଛି । ଧମକ ପାଇବା ପରେ ଅନ୍ୱୟ ଓ ତାଙ୍କ ମା’ କୁମୁଦ ଆତ୍ମହତ୍ୟା କରିଥିଲେ । ୨୦୧୮ ମେ’ ମାସରେ ଅନ୍ୱୟ ଓ ତାଙ୍କ ମା’ଙ୍କ ମୃତଦେହ ଅଲିବାଗସ୍ଥିତ ଫାର୍ମ ହାଉସରୁ ମିଳିଥିଲା । ପୋଲିସ ଜବତ କରିଥିବା ସୁଇସାଇଡ୍‌ ନୋଟ୍‌ରେ ଅର୍ଣ୍ଣବଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କ ନାମ ଉଲ୍ଲେଖ କରାଯାଇଥିଲା ।

Leave a Reply