ମଦ ପିଇ ହାତରେ ଧରିଥିଲେ ବୋମା, ଦ୍ରୁତଗତିରେ କରୁଥିଲେ ବାଇକ୍ ଡ୍ରାଇଭିଂ

Bomb Explosion in Running Bike, One Dead In Ganjam

ବ୍ରହ୍ମପୁର: ମାନି ନଥିଲେ ଗାଡ଼ି ଚାଳନାର କୌଣସି ନିୟମ । ମୁଣ୍ଡରେ ନା ଥିଲା ହେଲମେଟ, ନା ଗାଡ଼ିରେ ବେଗ ଉପରେ ନିୟନ୍ତ୍ରଣ । ନିଶାସକ୍ତ ଅବସ୍ଥାରେ ଦ୍ରୁତ ଗତିରେ ମାଡ଼ି ଯାଉଥିଲେ ୨ ଜଣ । ପୁଣି ହାତରେ ଥିଲା ସୁତୁଲି ବୋମା । ଏଭଳି ଅବସ୍ଥାରେ ସବୁ ନିୟମକୁ ଅମାନ୍ୟ କରି ଦ୍ରୁତ ଗତିରେ ବାଇକରେ ଯାଉଥିବା ୨ ଜଣଙ୍କ ସହ ବଡ଼ ଭୟଙ୍କର ଦୁର୍ଘଟଣା ଘଟିଛି । ପ୍ରବଳ ବେଗରେ ଯାଉଥିବା ବାଇକଟି ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ବୋମା ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।

Bomb Explosion in Running Bike, One Dead In Ganjam

ସମୟ ଅପରାହ୍ଣ ୩ଟା ୪୧ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏନଏସିର ନୂଆ ଫାସୁଳା ଗାଁ ପଟୁ ଦ୍ରୁତ ଗତିରେ ନିଶାସକ୍ତ ଅବସ୍ଥାରେ ଯାଉଥିବା ବେଳେ ନିର୍ମଳଝର ନିକଟରେ ଦୁର୍ଘଟଣା ଘଟିଥିଲା । ଅଳ୍ପ ମୋଡ଼ଣି ରାସ୍ତାରେ ଭାରସାମ୍ୟ ହରାଇ ଖସି ଯାଇଥିଲା ବାଇକ୍ । ବାଇକ୍ ଖସିବା ମାତ୍ରେ ହାତରେ ଥିବା ବୋମା ବିସ୍ଫୋରଣ ଘଟିଥିଲା । କେହି କିଛି ବୁଝିବା ପୂର୍ବରୁ ରାସ୍ତାରେ ଛିଟିକି ପଡ଼ିଥିଲା ବୁନ୍ଦାକୁ ବୁନ୍ଦା ରକ୍ତ ସହ ମାଂସ, ହାଡ଼ । ସୌଭାଗ୍ୟର କଥା ୨ ଯୁବକ ପେଟ୍ରୋଲ ପମ୍ପର ତେଲ ଭରିବା ପାଇଁ ଯାଉଥିବା ବେଳେ ଟାଙ୍କି ପୂର୍ବରୁ ଦୁର୍ଘଟଣା ଘଟିଛି ।

Bomb Explosion in Running Bike, One Dead In Ganjam

ବିସ୍ଫୋରଣ ସ୍ଥାନରୁ କିଛି ଦୂରରେ ମୃତାହତଙ୍କ ଡାହାଣ ହାତ ଛିଟିକି ପଡ଼ିଛି । ମୃତକ ମଣ୍ଟୁ ମହାରାଣା (୨୨ ବର୍ଷ) । ଗୁରୁତର ସିଲୁ ପାହାନକୁ ଖଲ୍ଲିକୋଟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରେ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି । ତେବେ ଯୁବକ ଦ୍ୱୟ କାହିଁକି ହାତରେ ବୋମା ଧରି ଯାଉଥିଲେ । ଦୁହେଁ କୌଣସି ଅପରାଧ ଘଟାଇବା ଲାଗି ଯାଉଥିଲେ ନା ଅନ୍ୟ କୌଣସି ଅପରାଧୀ ଗ୍ୟାଙ୍ଗକୁ ଯୋଗାଉଥିଲେ ବୋମା । ସ୍ଥାନୀୟ ପୋଲିସ ମକଦ୍ଦମା ରୁଜୁ କରି ତଦନ୍ତ କରୁଛି । ଘଟଣାସ୍ଥଳରୁ ହାତ ବୋମାର ଅଂଶକୁ ପୋଲିସ ଜବତ କରିଛି ।

Leave a Reply