ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼, ସିସିଟିଭିରେ କଏଦ ହେଲା ସମସ୍ତ ଦୃଶ୍ୟ

ଖୋର୍ଦ୍ଧା: ଅନ୍ଧକାରର ସାହାରା ନେଇ ଘର ଉପରକୁ ବୋମା ମାଡ଼ କଲେ ଦୁର୍ବୃତ୍ତ । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ତେବେ ସିସିଟିଭିରେ କଏଦ ହୋଇଛି ବୋମାମାଡ଼ର ଲାଇଭ୍ ଭିଡିଓ । ଘଟଣାଟି ହେଉଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଦଳେଇପୁଟ ଗାଁରେ । ସେହି ଗାଁର ଟୁକୁନି ସ୍ୱାଇଁଙ୍କ ଘରକୁ କେହି ଦୁର୍ବୃତ୍ତ ବିଳମ୍ୱିତ ରାତିରେ ବୋମାମାଡ଼ କରିଛି। ଏଥିରେ ତାଙ୍କ ଘର କ୍ଷତିଗ୍ରସ୍ତ ହୋଇଛି ।

ଗତ ୧୨ ତାରିଖ ରାତିରେ ମଧ୍ୟ ଘର ଉପରକୁ ବୋମାମାଡ଼ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ସେପଟେ ପୂରା ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି । ଭିଡ଼ିଓଟିରେ ସ୍ପଷ୍ଟ ଜଣାପଡ଼ିଛି ଯେ, କିଭଳି ବିଳମ୍ବିତ ରାତିରେ ବୋମାମାଡ଼ କରିଛନ୍ତି ଦୁର୍ବୃତ୍ତ । ତେବେ ଏହି ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତନାଘନା ଚଳାଇଛି ।

Leave a Reply