ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ଜଗତସିଂହପୁରରେ ବୋମାମାଡ଼, ଜଣେ ଗୁରୁତର

ଜଗତସିଂହପୁର: ଜଗତସିଂହପୁର ପଲିଗାଁ  ତ୍ରିବେଣୀ ପୋଖରୀରେ ବୋମାମାଡ । ପୂର୍ଵ ଶତ୍ରୁତାକୁ କେନ୍ଦ୍ରକରି ହୋଇଛି ବୋମାମାଡ଼ । ବୋମାମାଡ଼ରେ ଗାଁର ପ୍ରଭାତ ଗାନ ଗୁରୁତର ହୋଇଛନ୍ତି । ତାଙ୍କୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାଇକରେ ଆସି ଦୁଇ ଦୁର୍ବୃତ୍ତ ବୋମାମାଡ କରି ଫେରାର ହୋଇଯାଇଥିଲେ । ଘଟଣାରେ ହାପୁ ମଲ୍ଲିକ ଓ ଅନ୍ୟଜଣେ ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ ।

ଆହତ ବ୍ୟକ୍ତିଙ୍କ ସୂଚନା ଅନୁଯାୟୀ , ୪ ଜଣ ଗାଁ ପୋଖରୀ ତୁଠରେ ବସିଥିଲେ । ଠିକ ସେତିକି ବେଳେ ହାପୁ ମଲ୍ଲିକ ନାମକ ଜଣେ ଯୁବକ ଗାଡ଼ିରୁ ଓହ୍ଲାଇ ବୋମାମାଡ଼ କରିବା ଆରମ୍ଭ କରିଥିଲା । ଚାରି ପାଞ୍ଚ ଦିନ ହେବ ଫୋନରେ ଖରାପ ମେସେଜକୁ କେନ୍ଦ୍ର କରି ବଳି ଏବଂ ହାପୁ ନାମକ ଯୁବକଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ।

ଝଗଡ଼ା ଏତେ ଆଗକୁ ବଢ଼ିଯାଇଥିଲା ଯେ ମାଡ଼ଗୋଳ ପର୍ଯ୍ୟନ୍ତ କଥା ବଢ଼ିଗଲା । ଏଥିରେ ବଳିର ନାକ ମଧ୍ୟ ଫାଟି ଯାଇଥିଲା । ଆପୋଷ ବୁଝାବଣା ପାଇଁ ଆହତ ଯୁବକଙ୍କ ଦାଦା ହାପୁ ଘରକୁ ୭ ଥର ଜାଇଥିଲେ । କିନ୍ତୁ ହାପୁ ତାକୁ ମାରିବା ପରେ ହିଁ କମ୍ପ୍ରୋମାଇଜ କରିବ ବୋଲି କହିଥିବା ଅଭିଯୋଗ କରିଛନ୍ତି ଆହତଙ୍କ ପରିବାର ଲୋକ ।

ସେହିପରି ଭାବରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଞ୍ଚପଡ଼ାରେ ଏକ ଦୋକାନ ଉପରକୁ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟାରେ ଦୋକାନୀ ଉମାକାନ୍ତ ସାହୁଙ୍କ ସହିତ ଦୁଇ ଜଣ ଯୁବକଙ୍କ ଖାଇବାକୁ ନେଇ ବଚସା ହୋଇଥିଲା । ପରେ ଦୁଇ ଯୁବକ ପଳାଇଥିଲେ । ତେବେ ରାତି ୧୨ ଟା ପରେ ଉମାକାନ୍ତଙ୍କ ଦୋକାନ ଓ ତାଙ୍କ ପାଖ ଘରକୁ ଅଚାନକ ୨ଟା ବୋମା ପକାଇ ପଳାଇଥିଲେ ଦୁବୃତ୍ତ ।

ବୋମାମାଡ ଯୋଗୁ ଦୋକାନର କବାଟ ଭାଙ୍ଗି ଯାଇଥିବା ବେଳେ ଦୋକାନରେ ଥିବା ଉମାକାନ୍ତଙ୍କ ଝିଅ ଆଶାରାଣୀ ସାମାନ୍ୟ ଆହତ ହୋଇଛନ୍ତି । ପାଖ ଘର ଆଜବେଷ୍ଟସ ଓ ବାଇକ ଭାଙ୍ଗି ଯାଇଛି । ଚାନ୍ଦବାଲି ପୋଲିସ ଘଟଣାସ୍ଥଳରୁ କିଛି ସୁତୁଲି ଜବତ କରିବା ସହ ଜଣକୁ ଅଟକ ରଖି ପଚରା ଉଚାର କରୁଛି ।

Leave a Reply