ଅମିତାଭ ବଚ୍ଚନଙ୍କ ‘ଝୁଣ୍ଡ୍’ ଉପରେ ପ୍ରତିବନ୍ଧକ ଲଗାଇଲା ତେଲେଙ୍ଗାନା ହାଇକୋର୍ଟ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ଅପକମିଂ ଫିଲ୍ମ ଝୁଣ୍ଡର ରିଲିଜ ଉପରେ ରୋକ ଲଗାଇଛି ତେଲେଙ୍ଗାନା ହାଇକୋର୍ଟ । କୋର୍ଟର ଆଦେଶ ପରେ ଏହି ଫିଲ୍ମକୁ ଦେଶ ବିଦେଶ କିମ୍ବା କୌଣସି ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରାଯାଇ ପାରିବ ନାହିଁ । ଏହି ପୂରା ମାମଲା ପଛରେ ରହିଛି କପି ରାଇଟରୁ ନେଇ ବିବାଦ ।

ହାଇଦ୍ରାବାଦ ସ୍ଥିତ ଫିଲ୍ମ ନିର୍ମାତା ନନ୍ଦି ଚିନ୍ନି କୁମାର ଏହି ଫିଲ୍ମର ଏକ୍ସକ୍ଲୁସିଭ ରାଇଟସ ରଖିଥିବା କଥା କହିଥିଲେ । ତେବେ ନନ୍ଦି କୁମାରଙ୍କ ପିଟିସନ ଉପରେ ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।

ନନ୍ଦି ଚିନ୍ନିଙ୍କ କହିବା ଅନୁସାରେ ସେ କେବଳ ଡକ୍ୟୁମେଣ୍ଟରୀ ପାଇଁ ଅଖିଳେଶ ପଲଙ୍କୁ ରାଇଟସ ବିକ୍ରି କରିଥିଲେ । କିନ୍ତୁ ଏବେ ଏହାକୁ ନେଇ ପୂରା ଫିଲ୍ମ ନିର୍ମାଣ ହୋଇ ସାରିଛି । ତେବେ ଫିଲ୍ମର ନିର୍ମାତା ତାଙ୍କୁ ଫୋନ କରି ଜଣାଇଥିଲେ କି ସେ ଅଖିଳେଶଙ୍କ ଠାରୁ ଏହାର ରାଇଟସ କିଣିଛନ୍ତି । କିନ୍ତୁ କୌଣସି ଲିଖିତ କାଗଜ ସେ ଦେଖାଇ ନାହାଁନ୍ତି । ସୂଚନାଯୋଗ୍ୟ  ଫିଲ୍ମରେ ଅମିତାଭ ବଚ୍ଚନ ବିଜୟ ବର୍ସେଙ୍କ ଚରିତ୍ରରେ ନଜର ଆସିବେ, ଯିଏ ବସ୍ତି ପିଲାଙ୍କୁ ଫୁଟବଲ ଶିଖାଇ ସେମାନଙ୍କୁ ଅପରାଧ ଦୁନିଆରୁ ଦୁରେଇ ରଖିବାକୁ ଉଦ୍ୟମ କରିଥିଲେ ।

ଫିଲ୍ମରେ ଅମିତାଭଙ୍କ ବ୍ୟତୀତ ସୈରାଟ ଫିଲ୍ମର ସୁପରହିଟ ଯୋଡ଼ି ରିଙ୍କୁ ରାଜଗୁରୁ ଏବଂ ଆକାଶ ଠୋସର ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେ । ଫିଲ୍ମର ନିର୍ମାତା ହେଉଛନ୍ତି ଭୂଷଣ କୁମାର,କୃଷ୍ଣ କୁମାର, ରାଜ୍ ହୀରେମଥ,ସବିତା ରାଜ୍ ଏବଂ ନିର୍ଦ୍ଦେଶକ ନାଗରାଜ୍ । ଲକଡାଉନ ପୂର୍ବରୁ ଏହି ଫିଲ୍ମ ୮ ମଇକୁ ରିଲିଜ ହେବାର ଥିଲା, କିନ୍ତୁ ଏହା ଉପରେ ରୋକ ଲାଗି ଯାଇଥିଲା ।

Leave a Reply