ସୁଶାନ୍ତ ସିଂହ ଆତ୍ମହତ୍ୟା ମାମଲାରେ ମହେଶ ଭଟ୍ଟଙ୍କୁ ଅଢେଇ ଘଣ୍ଟା ଧରି ଜେରା କଲା ପୋଲିସ

Bollywood Sushant Singh Rajput Suicide Case Police recorded Mahesh Bhatt Statement (1)

ମୁମ୍ବାଇ: ଦିବଂଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟାର ଖିଅ ଖୋଜୁଛି ପୋଲିସ । ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ମୁମ୍ବାଇ ପୋଲିସ ବିଭିନ୍ନ ଲୋକଙ୍କୁ ପଚରାଉଚରା ଜାରି ରଖିଛି । ଆଜି ବାନ୍ଦ୍ରା ପୋଲିସ ହିନ୍ଦୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ପଚରାଉଚରା କରିଛି । ମହେଶ ଭଟ୍ଟ ଆଜି ଦିନ ପ୍ରାୟ ୧୧ଟା ୩୦ ବେଳେ ଥାନାରେ ପହଞ୍ଚିଥିଲେ । ପ୍ରାୟ ଅଢେଇ ଘଣ୍ଟା ପରେ ୨.୩୦ରେ ସେ ବାହାରକୁ ଆସିଥିବା ଦେଖିବାକୁ ମିଳିଛି । ଅଢେଇ ଘଣ୍ଟା ଧରି ପୋଲିସ ମହେଶ ଭଟ୍ଟଙ୍କୁ ଶାନ୍ତାକ୍ରୁଜ ଥାନାରେ ଜେରା କରିଛି । ଏହି ସମୟରେ ଥାନାରେ ମାମଲାର ତଦନ୍ତ କରୁଥିବା ଅଧିକାରୀଙ୍କ ସହ ଅନ୍ୟ ଟିମ୍ ମଧ୍ୟ ଉପସ୍ଥିତ ଥିଲେ ।

Bollywood Sushant Singh Rajput Suicide Case Police recorded Mahesh Bhatt Statement (1)

ସୁଶାନ୍ତ ସିଂହ ରାଜପୁତ ସାଇସାଇଡ୍ ମାମଲାରେ ପଚରାଉଚରା ପାଇଁ ପୋଲିସ ମହେଶ ଭଟ୍ଟଙ୍କୁ ସମନ ଜାରି କରିଥିଲା । ଯାହାପରେ ବୟାନ ଦେବାକୁ ଆଜି ମୁମ୍ବାଇ ଶାନ୍ତାକ୍ରୁଜ ଥାନାରେ ପହଞ୍ଚିଥିଲେ ମହେଶ ଭଟ୍ଟ । ମିଳିଥିବା ସୂଚନା ଅନୁଯାୟୀ ଡିସିପି ନିଜେ ମହେଶ ଭଟ୍ଟଙ୍କୁ ପଚରାଉଚରା କରିଛନ୍ତି ।

ଏହା ପୂର୍ବରୁ ରବିବାର ମହାରାଷ୍ଟ୍ର ଗୃହମନ୍ତ୍ରୀ ସୂଚନା ଦେଇଥିଲେ କି ମହେଶ ଭଟ୍ଟଙ୍କୁ ପଚରାଉଚରା ପାଇଁ ଡକାଯିବ । ଏଥିସହ ବର୍ତ୍ତମାନ ଯାଏଁ ୩୭ ଜଣଙ୍କ ବୟାନ ରେକର୍ଡ କରାଯାଇଥିବା ନେଇ ସେ ସୂଚନା ଦେଇଥିଲେ । କହିଥିଲେ ମହେଶ ଭଟ୍ଟଙ୍କ ବୟାନ ମଧ୍ୟ ରେକର୍ଡ କରାଯିବ । କଙ୍ଗନା ରଣାୱତଙ୍କ ବୟାନ ରେକର୍ଡ ପାଇଁ ତାଙ୍କୁ ସମନ କରାଯାଇଥିବା ସୂଚନା ଦେଇଥିଲେ । ଏଥିସହ କରଣ ଜୋହରଙ୍କ ମ୍ୟାନେଜରଙ୍କୁ କଲ୍ କରାଯାଇଛି । ଦରକାର ପଡ଼ିଲେ କରଣ ଜୋହରଙ୍କୁ ମଧ୍ୟ କଲ୍ କରାଯିବ ବୋଲି କହିଥିଲେ ।

sushant singh rajput

ମୁମ୍ବାଇ ପୋଲିସ କିଛି ସମୟ ପୂର୍ବରୁ ଲେଖକ, ଅଭିନେତା ଓ ନିର୍ଦ୍ଦେଶକା ରୁମି ଜାଫରୀଙ୍କୁ ପଚରାଉଚରା ପାଇଁ ଡାକିଛି । ସୂଚନା ଅନୁସାରେ ରୁମି ଜାଫରୀ ବାନ୍ଦ୍ରା ପୋଲିସ ଥାନାରେ ପହଞ୍ଚିଥିଲେ । ସେଠାରେ ତାଙ୍କ ବୟାନ ରେକର୍ଡ କରାଯାଇଛି । ଏହି ସମୟରେ ପୋଲିସ ସୁଶାନ୍ତଙ୍କ ଡିପ୍ରେସନ, ରିୟାଙ୍କ ସହିତ ସମ୍ପର୍କ ଓ ସୁଶାନ୍ତଙ୍କ ସହ ତିଆରି କରିବାକୁ ଥିବା ଫିଲ୍ମ ବିଷୟରେ ପଚରାଉଚରା କରିଥିବା ଜଣାପଡ଼ିଛି ।

Leave a Reply