ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ରାଜ୍ ଖୋଲିଲେ ଡ୍ରାଇଭର

ମୁମ୍ବାଇ:  ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁକୁ ପ୍ରାୟ ଦୁଇ ମାସ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ ରହସ୍ୟର ପର୍ଦ୍ଦାଫାଶ ହୋଇ ପାରୁ ନାହିଁ । ବିଭିନ୍ନ ବାଦ ବିବାଦ ମଧ୍ୟରେ ଫସି ରହିଛି ଏହି ମାମଲା । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଗୋଟିଏ ପରେ ଗୋଟିଏ ନୂଆ କଥା ସାମ୍ନାକୁ ଆସୁଛି । ସୋସିଆଲ ମିଡିଆ ଏବଂ ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ବିଭିନ୍ନ ଦିଗକୁ ନେଇ ଏହି ମୃତ୍ୟୁ ମାମଲାର ଚର୍ଚ୍ଚା ହେଉଛି । ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ସୁଶାନ୍ତଙ୍କ ଡ୍ରାଇଭର ଭାବରେ କାମ କରିଥିବା ଜଣେ ବ୍ୟକ୍ତି ଏକ ଆଶ୍ଚର୍ଯ୍ୟ କରିବା ଭଳି ବୟାନ୍ ଦେଇଛନ୍ତି ।

ପ୍ରଥମେ ସୁଶାନ୍ତ ସିଂ ରାଜପୂତଙ୍କ ମୃତ୍ୟୁକୁ ନେଇ ନେପୋଟିଜମର ଯୁକ୍ତି ଦିଆଯାଉଥିବା ବେଳେ ଧୀରେ ଧୀରେ ଏହି ଘଟଣା ରିଆ ଚକ୍ରବର୍ତ୍ତୀଙ୍କ ଆଡ଼କୁ ମୁହାଁଇଲା । ରିଆଙ୍କ ବିରୋଧରେ ଥାନାରେ ଅଭିଯୋଗ ଦାଖଲ କଲେ ସୁଶାନ୍ତଙ୍କ ପରିବାର । ଏହା ପରଠାରୁ ରିଆ ଏବଂ ସୁଶାନ୍ତଙ୍କୁ ନେଇ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ କରିବା ଭଳି ତଥ୍ୟ । ତେଣୁ ପ୍ରତ୍ୟେକଟି ଦିଗରୁ ନଜରରେ ରଖି ତଦନ୍ତ କରାଯାଉଛି । ଏହା ମଧ୍ୟରେ ସୁଶାନ୍ତଙ୍କ ପାଇଁ କେବେ ଡ୍ରାଇଭର ଭାବରେ କାମ କରୁଥିବା ଧୀରେନ ଏକ କଥାର ଖୁଲାସା କରିଛନ୍ତି, ଯାହା ହୁଏତ କେହି ମଧ୍ୟ ଜାଣି ନଥିବେ । ଧୀରେନଙ୍କ କହିବା ଅନୁସାରେ ରିଆ ସୁଶାନ୍ତଙ୍କୁ ନିଜ ହାତମୁଠାରେ ରଖିବାକୁ ଚେଷ୍ଟା କରୁଥିଲେ । ଏହା ସହିତ ସୁଶାନ୍ତଙ୍କ ଶରୀର ଅସୁସ୍ଥ ଥିବା ସମୟରେ ରିଆ ପାର୍ଟି କରନ୍ତି ବୋଲି କହିଛନ୍ତି ଧୀରେନ୍ ।
ଏହା ବ୍ୟତୀତ ଧୀରେନ ଆଉ ଏକ କଥାର ମଧ୍ୟ ଖୁଲାସା କରିଛନ୍ତି । ତାଙ୍କ କହିବା ଅନୁସାରେ ସୁଶାନ୍ତଙ୍କ ବଡ଼ ଭଉଣୀ ପ୍ରିୟଙ୍କା ଥରେ ରିଆ ଓ ତାଙ୍କ ଭାଇ ଶୌଭିକଙ୍କ ସହିତ ପାର୍ଟିକୁ ଯାଇଥିଲେ । କିନ୍ତୁ ସେଠାରୁ ଫେରିବା ପରେ ପ୍ରିୟଙ୍କା ହଠାତ୍ ଦିଲ୍ଲୀ ଚାଲିଗଲେ । ସେଠାରେ ସେମାନଙ୍କ ମଧ୍ୟରେ ବୋଧହୁଏ କୌଣସି ଝଗଡ଼ା ହୋଇଥିଲା ।

Leave a Reply