ରିୟାଙ୍କ ପାଇଁ ବଢ଼ୁଛି ସମସ୍ୟା, ବମ୍ବେ ହାଇକୋର୍ଟରେ ହୋଇପାରିଲାନି ଜାମିନ ଆବେଦନର ଶୁଣାଣି !

ମୁମ୍ବାଇ: ଡ୍ରଗ୍ସ ମାମଲାକୁ ନେଇ ଜେଲ୍‌ରେ ଥିବା ରିୟା ଚକ୍ରବର୍ତ୍ତୀଙ୍କ ପାଇଁ ସମସ୍ୟା ବଢ଼ି ବଢ଼ି ଚାଲିଛି । ଗତ ସେପ୍ଟେମ୍ବର ୮ରେ ରିୟାଙ୍କୁ ଗିରଫ କରାଯାଇଥିଲା । ଏହା ପରେ ତାଙ୍କୁ ୧୪ ଦିନ ପାଇଁ ନ୍ୟାୟିକ ହେଫାଜତ୍‌କୁ ପଠାଯାଇଥିଲା । ଏହି ଅବଧି ୨୨ ସେପ୍ଟେମ୍ବରରେ ଶେଷ ହେବାକୁ ଥିଲା । କିନ୍ତୁ ବର୍ତ୍ତମାନ ରିୟାଙ୍କୁ ଆସନ୍ତା ଅକ୍ଟୋବର ୬ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବାକୁ ପଡ଼ିବ । ଜେଲରୁ ବାହାରିବାର ଆଶା ତାଙ୍କ ପାଇଁ କ୍ଷୀଣ ହୋଇଯାଇଛି ।

ରିୟା ଏବଂ ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ବୁଧବାର ବମ୍ବେ ହାଇକୋର୍ଟରେ ଏନେଇ ଶୁଣାଣି ହେବାର ଥିଲା । କିନ୍ତୁ ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଶୁଣାଣିକୁ ପୋଷ୍ଟପୋନ୍‌ କରାଯାଇଛି । ଗତ ରାତିରୁ ମୁମ୍ବାଇରେ ପ୍ରବଳ ବର୍ଷା ରହିଛି, ତେଣୁ ଆଜି ବମ୍ବେ ହାଇକୋର୍ଟ ସମ୍ବୂର୍ଣ୍ଣ ବନ୍ଦ ରହିଛି।

ସୂଚନାଯୋଗ୍ୟ, ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ୍ ଗ୍ରଗ୍ସ କାରବାର କରୁଥିବା ନେଇ ସ୍ୱୀକାର କରିଛନ୍ତି । ସେମାନେ ସୁଶାନ୍ତଙ୍କୁ ଡ୍ରଗ୍ସ ଯୋଗାଉଥିଲେ ବଲି ମଧ୍ୟ ଏନ୍‌ସିବି ଆଗରେ ମାନିଛନ୍ତି । ଅନେକ ଡ୍ରଗ୍ସ ବେପାରୀଙ୍କ ସହ ରିୟା ଏବଂ ସୌଭିକ୍‌ଙ୍କ ସମ୍ପର୍କ ଥିବା ନେଇ ହ୍ୱାଟ୍‌ସଆପ୍‌ ଚାଟ୍‌ରୁ ପ୍ରମାଣିତ ହୋଇ ସାରିଛି । ଡ୍ରଗ୍ସ ମାମଲାରେ ଏନସିବି ଏପର୍ଯ୍ୟନ୍ତ ସମୁଦାୟ ୧୮ ଜଣଙ୍କୁ ଗିରଫ କରିସାରିଛି।

ଅନ୍ୟପକ୍ଷରେ ରିୟା ଏନସିବିକୁ ପଚରାଉଚରା ବେଳେ କହିଥିଲେ ଯେ ସୁଶାନ୍ତ ତାଙ୍କ ଜୀବନରେ ଆସିବା ପୂର୍ବରୁ ସେ ଡ୍ରଗ୍ସ ନେଉଥିଲେ। କିନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଦେଖିବା ପରେ ସେ ଡ୍ରଗ୍ସରୁ ଦୂରେଇ ରହିବାକୁ ଚେଷ୍ଟା କରୁଥିଲେ । ରିୟା ଏହା ମଧ୍ୟ କହିଛନ୍ତି ଯେ, କେଦାରନାଥ ଫିଲ୍ମ ସୁଟିଂ ବେଳେ ସୁଶାନ୍ତ ଡ୍ରଗ୍ସ ବ୍ୟବହାର କରୁଥିଲେ।

Sara Riya Rakul

ଏବେ ଏହି ଡ୍ରଗ୍ସ କଣ୍ଟ୍ରୋଲର ତାଲିକାରେ ବଡ଼ ବଡ଼ ବଲିଉଡ୍‌ ସେଲିବ୍ରିଟିଙ୍କ ନାଁ ବାହାରକୁ ଆସୁଛି | ସେଥିମଧ୍ୟରେ ଦୀପିକା ପାଦୁକୋନ, ସାରା ଅଲି ଖାନ, ଶ୍ରଦ୍ଧା କପୁର, ରାକୁଲ ପ୍ରୀତ ସିଂ, ନମ୍ରତା ଶିରୋଦକରଙ୍କ ନାମ ରହିଛି।

Leave a Reply