ଭଗବାନ ଜଗନ୍ନାଥଙ୍କ ରଥଯାତ୍ରାକୁ ତବଲିଗି ଜମାତ୍ ସହ ତୁଳନା କରି ଟ୍ରୋଲ୍ ହେଲେ ବଲିଉଡ୍ ନିର୍ଦ୍ଦେଶକ ହଂସଲ ମେହଟ୍ଟା

1 min read

ମୁମ୍ବାଇ:  ହେବ କି ହେବ ନାହିଁ । ଏମିତି ଅନେକ ଆଶା ଆଶଙ୍କା ଭିତରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କରୋନା କାରଣରୁ ରଥଯାତ୍ରା ଆୟୋଜନକୁ ନେଇ ଆଶଙ୍କା ଥିଲା । ତେବେ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଅନେକ ପ୍ରତିବନ୍ଧକ ଭିତରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । କିନ୍ତୁ ପୁରୀରେ ରଥଯାତ୍ରା ଆୟୋଜନକୁ ନେଇ ଧର୍ମନିରପେକ୍ଷତାର ତଥାକଥିତ ସ୍ୱୟମ୍ଭୁ ଠିକାଦାର ବଲିଉଡ୍ ନିର୍ଦ୍ଦେଶକ ହଂସଲ ମେହଟା ଏମିତି କିଛି କମେଣ୍ଟ୍ କରିଛନ୍ତି ଯାହାକୁ ନେଇ ଏବେ ତାଙ୍କୁ ଟ୍ରୋଲ୍ ହେବାକୁ ପଡୁଛି । ସୋସିଆଲ ମିଡିଆରେ ହଂସଲ ମେହଟ୍ଟାଙ୍କୁ ଭଲକରି ଶୁଣାଉଛନ୍ତି ନେଟିଜନ୍ ।

ନିର୍ଦ୍ଦେଶକ ହଂସଲ ମେହଟ୍ଟା ତବଲିଗି ଜମାତ୍ ସହିତ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରାକୁ ତୁଳନା କରିଛନ୍ତି । ସେ ଟ୍ୱିଟ କରିଛନ୍ତି ଯେ, ତବଲିଗି ଜମାତ୍ ନିଜ ଅତୀତରୁ କିଛି ମଧ୍ୟ ଶିଖିବ ନାହିଁ । ହଂସଲ ମେହଟ୍ଟା ଏହି ଟ୍ୱିଟ୍ ପରେ ଟ୍ରୋଲରଙ୍କ ନିଶାନାକୁ ଆସିଯାଇଛନ୍ତି । ଫିଲ୍ମ ନିର୍ଦ୍ଦେଶକ ଅନୁଭବ ସିହ୍ନା ହଂସଲ ମେହେଟ୍ଟାଙ୍କ ଏହି ଟ୍ୱିଟ୍ ଉପରେ ଲେଖିଛନ୍ତି –ବୟାନକୁ ସ୍ପଷ୍ଟ କରନ୍ତୁ ।

ଜଣକ ପରେ ଜଣେ କମେଣ୍ଟ କରି ସୋସିଆଲ ମିଡିଆ ୟୁଜର ଏହି ଟ୍ୱିଟ୍ ପାଇଁ ହଂସଲ ମେହେଟ୍ଟାଙ୍କ କ୍ଲାସ୍ ନେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି ଯେ, ମୁଁ ଓଡ଼ିଆ ହେବା ସହ ଜଣେ ମୁସଲମାନ । ମୁଁ ମୋ ସରକାରଙ୍କୁ ଜାଣେ । ସେମାନଙ୍କୁ ଏଥିରେ ସାମିଲ ହେବାକୁ ଅନୁମତି ମିଳିଛି ଯେଉଁମାନଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି ।  

ସେହିଭଳି ଅନ୍ୟଜଣେ ୟୁଜର ଲେଖିଛନ୍ତି ଯେ, ଅତିକମରେ ମାସ୍କ୍ ଅଛି ଓ କୌଣସି ହିନ୍ଦୁ ଧାର୍ମିକ ସ୍ଥଳରେ ଛେପ ପକାନ୍ତି ନାହିଁ ।

hansal tweet

ସୂଚନାଯୋଗ୍ୟ ଯେ, ଜୁନ୍ ୧୮ ତାରିଖ ଦିନ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ମହାମାରୀ କରୋନା ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲେ । ତେବେ ରିଭ୍ୟୁ ପିଟିସନର ଶୁଣାଣି କାଳରେ ସୁପ୍ରିମକୋର୍ଟ ରଥଯାତ୍ରାର ଗୋଟିଏ ଦିନ ପୂର୍ବରୁ ଯାତ୍ରା ଲାଗି ସସର୍ତ୍ତ ଅନୁମତି ଦେଇଥିଲେ  । ସୁପ୍ରିମକୋର୍ଟଙ୍କ ଅନୁମତି ପରେ କର୍ଫ୍ୟୁ ମଧ୍ୟରେ କେବଳ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଅନ୍ୟପକ୍ଷରେ ଭାରତରେ କରୋନା ଆରମ୍ଭ କାଳରେ ତବଲିଗି ଜମାତ ଦିଲ୍ଲୀର ନିଜାମଉଦ୍ଦିନି ଇଲାକାରେ ଅନେକ ବ୍ୟକ୍ତିଙ୍କୁ ନିଜ ମୁଖ୍ୟାଳୟରେ ଗାଇଡଲାଇନ୍ ଉଲ୍ଲଂଘନ କରି ରଖିଥିଲା । ତବଲିଗିର କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜ ନିଜ ରାଜ୍ୟକୁ ଫେରିଥିବା ଅନେକ ଜମାତିଙ୍କ ପାଇଁ କରୋନା ସଂକ୍ରମଣ ବୃଦ୍ଧି ପାଇଥିଲା ବୋଲି ସେତେବେଳେ ଅଭିଯୋଗ ହୋଇଥିଲା । ତବଲିଗି ବିରୋଧରେ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ । ନିଜ ବିବାଦୀୟ ମନ୍ତବ୍ୟ ପାଇଁ କୁଖ୍ୟାତ ହଂସଲ ଏବେ ତବଲିଗି ଜମାତକୁ ଜଗନ୍ନାଥଙ୍କ ରଥଯାତ୍ରା ସହ ଯୋଡି ନୂଆ ବିବାଦ ସୃଷ୍ଟି କରୁଛନ୍ତି ବୋଲି କୁହାଯାଉଛି ।

Leave a Reply