ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କର ପରଲୋକ

1 min read
Bollywood choreographer Saroj Khan dies of cardiac arrest

ମୁମ୍ବାଇ: ସିନେମା ଜଗତରେ ପୁଣି ଆଉ ଜଣଙ୍କ ମୃତ୍ୟୁ ।ଆଉ ନାହାନ୍ତି ବଲିଉଡର ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନ୍ ।ବଲିଉଡର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ୭୧ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଗଲେ । ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା । ମୁମ୍ବାଇ ସ୍ଥିତ ବାନ୍ଦ୍ରାର ଗୁରୁନାନକ ହସ୍ପିଟାଲରେ ସେ ଭର୍ତ୍ତି ହୋଇଥିଲେ । ଜୁନ୍ ମାସ ୧୭ ତାରିଖରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ମଧୁମେହ ସମସ୍ୟା ପରେ ତାଙ୍କ ଅବସ୍ଥା ଆହୁରି ବିଗିଡି ଯାଇଥିଲା। ମଧୁମେହ ସହ ଅନ୍ୟ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଥିଲେ ସରୋଜ ଖାନ୍ । ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ସରୋଜ ଖାନ କରୋନା ଟେଷ୍ଟ ମଧ୍ୟ କରାଇଥିଲେ । ହେଲେ ତାଙ୍କର ନେଗେଟିଭ ରିପୋର୍ଟ ଆସିଥିଲା । ଡାକ୍ତରଖାନାରେ ଭର୍ତ୍ତି ହେବାର ୨ ଦିନ ପରେ ତାଙ୍କ ଅବସ୍ଥାରେ ପରିବର୍ତ୍ତନ ଆସିଥିଲା । ହେଲେ ଏକ୍ୟୁଟ୍ ଡାଏବେୟିଜ୍ ହେତୁ ତାଙ୍କ ଅବସ୍ଥା ବିଗିଡିଯାଇଥିଲା ଓ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଛି ।

ମାତ୍ର ୩ ବର୍ଷ ବୟସରୁ ସେ ବ୍ୟାକଗ୍ରାଉଣ୍ଡ ଡାନ୍‌ସର ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ସରୋଜ ଖାନ ୨୦୦ରୁ ଅଧିକ ବଲିଉଡ ଗୀତ ପାଇଁ ସେ କାମ କରିଥିଲେ। ୨୦୧୯ ମସିହାରେ ରିଲିଜ ହୋଇଥିବା ଫିଲ୍ମ କଲଙ୍କରେ ସେ କାମ କରିଥିଲା ଓ ଏହି ଫିଲ୍ମରେ ସେ ଶେଷ ଥର ପାଇଁ କାମ କରିଥିଲେ । ୧୯୭୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ଗୀତା ମେରା ନାମ୍ ରେ ସେ ପ୍ରଥମ ଥର ପାଇଁ ଆସିଷ୍ଟାଣ୍ଟ କୋରିଓଗ୍ରାଫର ଭାବେ କାମ କରିଥିଲେ ।

ଏହା ପରେ ସେ ଅନେକ ଫିଲ୍ମରେ କାମ କରିଥିଲେ । ହେଲେ ସେ ତାଙ୍କ ପ୍ରକୃତ ପରିଚୟ ୧୯୮୮ରେ ରିଲିଜ ହୋଇଥିବା ଫିଲ୍ମ ତେଜାବରେ କାମ କରି ପାଇଥିଲେ । ସେହି ଫିଲ୍ମର ଏକ ଦୋ ତିନ୍ ଗୀତ ଅନେକ ଦର୍ଶକଙ୍କୁ ପସନ୍ଦ ଆସିଥିଲା । ତାଙ୍କର ସବୁଠାରୁ ବିଶେଷ ଶିଷ୍ୟ ଥିଲେ ଧକ୍-ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ ।

ସରୋଜ ଖାନ ତାଙ୍କର ଅନେକ ହିଟ୍ ଗୀତରେ କୋରିଓଗ୍ରାଫ ପାଇଁ ଫିଲ୍ମଫେୟାର ବେଷ୍ଟ କରିଓଗ୍ରାଫର ଆୱାର୍ଡ ମଧ୍ୟ ହାସଲ କରିଥିଲେ । ତାଙ୍କୁ ତିନି ଥର ନାସନାଲ ଆୱାର୍ଡ ମଧ୍ୟ ମିଳିଥିଲା ।ଡାନ୍ସର ସରୋଜ କେବଳ ଫିଲ୍ମ ଗୀତରେ ନୁହେଁ ବରଂ ଅନେକ ରିଆଲିଟି ସୋ’ରେ ମଧ୍ୟ ଜଜ୍ ଭାବେ ନଜର ଆସିଥିଲେ । ସେ ଅନେକ ଡ୍ୟାନ୍ସ ଆକାଡେମି ମଧ୍ୟ ଚଲାଉଥିଲେ ।

Leave a Reply