କେମିତି ସୋନୁ ୧୬୯ ଓଡ଼ିଆ ଝିଅଙ୍କୁ ଓଡ଼ିଶା ପଠାଇଲେ,ଜାଣନ୍ତୁ ପୁରା ଅପରେସନର ଟିକନିଖି ତଥ୍ୟ…

1 min read

ଭୁବନେଶ୍ୱର: ବଲିଉଡର ଖଳନାୟକ ସୋନୁ ସୁଦ କରୋନା କାଳରେ ପ୍ରବାସୀଙ୍କ ତାରଣକର୍ତ୍ତା ଭାବେ ଉଭା ହୋଇଛନ୍ତି । ଗୋଟିଏ ମେସେଜ୍ କିମ୍ବା ଟ୍ୱିଟ୍ ସୋନୁ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପହଞ୍ଚିଯିବେ । ନେତା ଯେତେବେଳେ ପ୍ରବାସୀଙ୍କୁ ନେଇ ବୟାନ ଖେଳ ଖେଳିବାରେ ବ୍ୟସ୍ତ ସେତେବେଳେ ଏହି ଦବଙ୍ଗ ରାସ୍ତା ଉପରେ । ନିଜ ଖର୍ଚ୍ଚରେ ସେ ପ୍ରବାସୀଙ୍କୁ ସେମାନଙ୍କ ଘରକୁ ପଠାଉଛନ୍ତି । ବିହାର, ଉତ୍ତରପ୍ରଦେଶରେ ସୋନୁ ଭଗବାନଙ୍କ ରୂପ ନେଇସାରିଥିବା ବେଳେ ଏବେ ଓଡ଼ିଶା ସୋନୁଙ୍କ ଉଦାରତାକୁ ଦେଖିଛି । କେରଳର ଏର୍ଣ୍ଣାକୁଲମ ଜିଲ୍ଲାର ଏକ ଲୁଗା କମ୍ପାନୀରେ ଫସିଥିବା ୧୬୯ ଓଡ଼ିଆ ଝିଅଙ୍କୁ ସୋନୁ ଏୟାରଲିଫ୍ଟ କରାଇ ଓଡ଼ିଶାର ପହଞ୍ଚାଇଛନ୍ତି । କୋଭିଡ୍-୧୯ କାରଣରୁ ବନ୍ଦ ପଡିଥିବା ଏହି ଫ୍ୟାକ୍ଟ୍ରିର ମାଲିକ ତାର କର୍ମଚାରୀଙ୍କୁ ଟଙ୍କା କିମ୍ବା ଖାଇବା ପିଇବା ପାଇଁ କିଛି ମଧ୍ୟ ଦେଉନଥିଲେ । ତେବେ ଏହି ଅପରେସନ୍ଏ ୟାରଲିଫ୍ଟ କେମିତି ହୋଇଥିଲା ? ଆସନ୍ତୁ ନଜର ପକାଇବା ପୁରା ଘଟଣାକ୍ରମ ଉପରେ

ବନ୍ଧୁ ଦେଲେ ସୂଚନା

ଭୁବନେଶ୍ୱରରେ ରହୁଥିବ ସୋନୁଙ୍କ ଜଣେ ବନ୍ଧୁ ତାଙ୍କୁ ଏହି ଝିଅ ମାନଙ୍କ ବାବଦରେ ସୂଚନା ଦେଇଥିଲେ । ଏହାପରେ ସୋନୁ ସକ୍ରିୟ ହୋଇଥିଲେ । ତାଙ୍କ ଟିମ୍ ଭୁବନେଶ୍ୱର ଓ କୋଚ୍ଚି ଏୟାରପୋର୍ଟକୁ ଅପରେଟ୍ କରିବା ପାଇଁ ସରକାରଙ୍କ ଅନୁମତି ନେଇଥିଲେ ।

ବେଙ୍ଗାଲୁରୁରୁ ଆସିଲା ସ୍ପେଶାଲ ଏୟାରକ୍ରାଫ୍ଟ

ସୂଚନା ଅନୁସାରେ ଏହି ଝିଅମାନଙ୍କ ପାଇଁ ବେଙ୍ଗାଲୁରୁର ଗୋଟିଏ ବିଶେଷ ବିମାନକୁ କୋଚ୍ଚି ଡକାଯାଇଥିଲା । ସେହି ବିମାନରେ ଝିଅମାନଙ୍କୁ ଭୁବନେଶ୍ୱର ପଠାଯାଇଥିଲା । ଭୁବନେଶ୍ୱରରୁ ଝିଅମାନେ ବସ ଦ୍ୱାରା କେନ୍ଦ୍ରାପଡା ଯାଇଥିଲ ।

ସୋନୁ ଜିନ୍ଦାବାଦ

ପ୍ରବାସୀ ଶ୍ରମିକଙ୍କୁ ନିଜ ଘରକୁ ପଠାଇବା ପାଇଁ ସୋନୁଙ୍କ ଉଦ୍ୟମକୁ ସବୁ ମହଲରୁ ପ୍ରଶଂସା କରାଯାଉଛି । ସୋନୁ ଶ୍ରମିକ ମାନଙ୍କୁ ବସରେ ବସାଇ ଘରକୁ ମେଲାଣି ଦେଉଛନ୍ତି । ଏହା ସହ ସେମାନଙ୍କୁ ପୁଣିଥରେ ମୁମ୍ବାଇ ଫେରିବାକୁ ଅନୁରୋଧ କରୁଛନ୍ତି ।

ଓଡ଼ିଆ ଝିଅଙ୍କୁ ଘରକୁ ଫେରାଇ ଆଣିଲେ ସୋନୁ, ଫ୍ୟାନ୍ କହିଲେ ଆପଣ ମହାନ..

Leave a Reply