ଅର୍ଜୁନ ରାମପାଳଙ୍କୁ NCBର ପଚରାଉଚରା, ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଥିଲା ନାଁ

1 min read

ମୁମ୍ବାଇ: ଡ୍ରଗ୍ସ ମାମଲାକୁ ନେଇ ବଲିଉଡ ସେଲିବ୍ରିଟିଙ୍କ ଉପରେ NCBର ଯାଞ୍ଚ ବଢ଼ିବାରେ ଲାଗିଛି । ଆଜି ଅଭିନେତା ଅର୍ଜୁନ ରାମପାଳଙ୍କୁ ପଚରାଉଚରା କରୁଛି NCB । ଏହାପୂର୍ବରୁ ଅର୍ଜୁନ ରାମପାଳଙ୍କ ଲିଭ ଇନ ପାର୍ଟନର ଗୈବ୍ରିଆଲଙ୍କୁ ଏନସିବି ପଚରାଉଚରା କରିଥିଲା । ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ଅର୍ଜୁନ ରାମପାଳଙ୍କ ଘରେ ଏନସିବିର ସର୍ଚ୍ଚ ଅପରେସନ ପରେ ଉଭୟ ଅଭିନେତା ଏବଂ ଗୈବ୍ରିୟାଲଙ୍କୁ ଏନସିବି ସମନ ପଠାଇଥିଲା ।

ଅନ୍ୟପଟେ, ଏନସିବି ଅଷ୍ଟ୍ରେଲିଆ ମୂଳ ଆର୍କିଟେକ୍ଟ ପଲ ବର୍ଟଲଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରିଛି । ପଲ ବର୍ଟଲଙ୍କୁ Agisialos Demetriades ( ଅର୍ଜୁନ ରାମପାଳଙ୍କ ଲିଭ ଇନ ପାର୍ଟନର ଗୈବ୍ରିଆଲଙ୍କ ଭାଇ ) ଡ୍ରଗ୍ସ ଯୋଗାଇଥିଲେ ଏବଂ ସେ ଅର୍ଜୁନଙ୍କ ଖାସ ଲୋକ ଥିଲେ । ଏନସିବି ସୂଚନା ଅନୁଯାୟୀ ଅର୍ଜୁନ ରାମପାଳ ଓ ପଲ ବର୍ଟରଙ୍କୁ ସାମ୍ନା ସାମ୍ନି ବସାଇ ପଚରାଉଚରା କରାଯାଇପାରେ ।

ବୁଧବାର ରାତିରେ ଏନସିବି ପଲଙ୍କ ବାନ୍ଦ୍ରାସ୍ଥିତ ଘରେ ଚଢ଼ାଉ କରିଥିଲା ଏବଂ ସମନ ଜାରି କରି ଗୁରୁବାର ପଚରାଉଚରା ପାଇଁ ଡକାଯାଇଥିଲା । ପାଖାପାଖି ୯ ଘଣ୍ଟାର ପଚରାଉଚରା ପରେ ପଲଙ୍କୁ ଗିରଫ କରାଗଲା ଏନସିବି । ଏହି ପୁରା ଘଟଣାରେ ଅର୍ଜୁନ ଏବଂ ତାଙ୍କ ଲିଭ ଇନ ପାର୍ଟନର ଗୈବ୍ରିଆଲଙ୍କ ନାଆ ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଏନସିବି ଗୈବ୍ରିଆଲଙ୍କ ଭାଇ ଆଗିସିଆଲୋସଙ୍କ ପାଖରୁ ହଶିଶ ଏବଂ ଏପ୍ଲାଜୋଲମର ଟାବଲେଟ ମିଳିଥିଲା । ବର୍ତ୍ତମାନ ଆଗିସିଆଲୋସଙ୍କୁ ଏନସିବି ଗିରଫ କରିଛି ।

Leave a Reply