ଡ୍ରଗ୍ସ କନେକ୍ସନ: ଅର୍ଜୁନ ରାମପାଲଙ୍କୁ ୭ ଘଣ୍ଟା ପଚରାଉଚରା କଲା NCB

1 min read
Arjun Rampals Residence At Bandra Being Raided By NCB

ମୁମ୍ବାଇ: ନିକଟରେ ଡ୍ରଗ୍ସ କନେକ୍ସନୁ ନେଇ ଏନସିବି ଅର୍ଜୁନ ରାମପାଲଙ୍କୁ ୭ ଘଣ୍ଟା ଧରି ପଚରାଉଚରା କରିଛି । ଖବର ଅନୁସାରେ ତଦନ୍ତ ସମୟରେ ଅର୍ଜୁନ ସଂପୂର୍ଣ୍ଣ ଭାବରେ ଏନସିବିକୁ ସହଯୋଗ କରୁଥିଲେ । ତେବେ ଡ୍ରଗ୍ସ ସହିତ କୌଣସି ସଂପର୍କ ନଥିବା କଥା କହିଛନ୍ତି ଅର୍ଜୁନ ରାମପାଲ । ଘରେ ଥିବା ଔଷଧ ଏବଂ ପ୍ରେସକ୍ରିପ୍ସନକୁ ଏନସିବିକୁ ହସ୍ତାନ୍ତର କରିଥିବା କହିଛନ୍ତି ଅର୍ଜୁନ ବୟାନରେ ଉଲ୍ଲେଖ କରିଛନ୍ତି । କେବଳ ସେତିକି ନୁହେଁ ଏନସିବିର ତଦନ୍ତ ପ୍ରକ୍ରିୟାକୁ ମଧ୍ୟ ସେ ବେଶ୍‌ ପ୍ରଶଂସା କରିଛନ୍ତି ।

ସୂଚନାଯୋଗ୍ୟ ବଲିଉଡରେ ଡ୍ରଗ୍ସ କନେକ୍ସକୁ ନେଇ ଏନସିବି ଛାନଭିନ ଜାରି ରଖିଛି । ଅର୍ଜୁନଙ୍କୁ ପଚରାଉଚରା କରିବା ପୂର୍ବରୁ ଏନସିବି ତାଙ୍କ ଲିଭ-ଇନ ପାର୍ଟନର ଗ୍ୟାବ୍ରିଏଲାଙ୍କୁ ପଚରାଉଚରା କରିଥିଲା । ଅନ୍ୟ ପକ୍ଷରେ ଏନସିବି ଅଷ୍ଟ୍ରେଲିୟାନ ଆର୍କିଟେକ୍ଟ ପର୍ଲ ର୍ଓ୍ୱାର୍ଟଲଙ୍କୁ ସୁଶାନ୍ତ ସିଂ ରାଜପୂତଙ୍କ ଡ୍ରଗ୍ସ କନେକ୍କସନକୁ ନେଇ ଗିରଫ କରିଛି । ଖବର ଅନୁସାରେ ଅର୍ଜୁନ ରାମପାଲ ଏବଂ ପର୍ଲ ଓ୍ୱାର୍ଟଲଙ୍କୁ ସାମ୍ନାସାମ୍ନି ପଚରାଉଚରା କରିପାରେ ଏନସିବି । ଗତ ବୁଧବାର ରାତିରେ ଏନସିବି ପଲଙ୍କ ବାନ୍ଦ୍ରା ସ୍ଥିତ ଘରେ ରେଡ୍‌କରିଥିଲା । ଘରୁ ସେଭଳି କିଛି ପ୍ରମାଣ ନମିଳିବାରୁ ଏନସିବି ପଲଙ୍କୁ ସମନ ପଠାଇଥିଲା । ପ୍ରାୟ ୯ ଘଣ୍ଟା ପଚରାଉଚରା ପରେ ପଲଙ୍କୁ ଗିରଫ କରାଯାଇଛି ।

ପୂରା ଘଟଣାରେ ଅର୍ଜୁନଙ୍କ ନାଁ ସାମ୍ନାକୁ ଆସିବାର କାରଣ ହେଉଛି ତାଙ୍କ ଲିଭଇନ ପାର୍ଟନର ଗ୍ୟାବ୍ରିଏଲାଙ୍କ ନିକଟରୁ କିଛି ଔଷଧ ଜବତ ହୋଇଥିଲା, ଯାହା ଏନସିବିକୁ ସନ୍ଦେହ କରିବାକୁ ବାଧ୍ୟ କରିଛି।

Leave a Reply