ବଲାଙ୍ଗିର ତମିଆଁ-ମୁଦଲସର୍ ବ୍ରିଜ୍ ଭୁଷୁଡିବା ଘଟଣା, ତଦନ୍ତ ଆରମ୍ଭ କରିଛନ୍ତି ଭିଜିଲାନ୍ସ ଟେକନିକାଲ୍ ଏକ୍ସପର୍ଟ ୱିଙ୍ଗ୍

1 min read

ବଲାଙ୍ଗିର: ବଲାଙ୍ଗିର ପାଟଣାଗଡ ବ୍ଲକ ତମିଆଁ-ମୁଦଲସର୍ ବ୍ରିଜ୍ ଭୁଷୁଡିବା ଘଟଣା । ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛନ୍ତି ଭିଜିଲାନ୍ସ ଟେକନିକାଲ୍ ଏକ୍ସପର୍ଟ ୱିଙ୍ଗ୍ । ଦୁର୍ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ୪ ଜଣିଆ ଟିମ । ୪ ଜଣିଆ ଟିମରେ କଟକ ଭିଜିଲାନ୍ସ ଏକ୍ସପର୍ଟ ଟିମର ସୁରେନ୍ଦ୍ର ବେହେରା ଓ ଉପେନ୍ଦ୍ର ସାହୁ ଓ ଗ୍ରାମ୍ୟ ଉନ୍ନୟନ ବିଭାଜନର ବରିଷ୍ଠ ଅଧିକାରୀ ଅଛନ୍ତି । ଭିଜିଲାନ୍ସ କାର୍ଯ୍ୟାଳୟରେ କାଗଜପତ୍ର ଯାଞ୍ଚ କରିବା ପରେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛି ଟିମ ।

ଘଟଣା ନେଇ ଗତ ସେପ୍ଟେମ୍ବର ୧୩ରେ ଲୋକାଯୁକ୍ତ ଘଟଣାର ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ଏପ୍ରିଲ ୨୯ରେ ବ୍ରିଜର ମରାମତି ଚାଲିଥିବା ବେଳେ ଭୁଷୁଡ଼ିପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଥିଲେ । ଘଟଣାରେ ନିର୍ମାଣକାରୀ ସଂସ୍ଥା ରାମକୁମାର ଅଗ୍ରୱାଲ ଠିକା କମ୍ପାନୀର ମାଲିକ ସଞ୍ଜୟ ଅଗ୍ରୱାଲଙ୍କ ସମେତ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଭିଜିଲାନ୍ସ ।

୨୦୧୪ ଫେବୃୟାରୀରେ ୭ କୋଟି ଟଙ୍କା ବ୍ୟୟ ଅଟକଳରେ ବ୍ରିଜ ନିର୍ମାଣ ଆରମ୍ଭ ହୋଇ ୨୦୧୬ରେ ଶେଷ ହୋଇଥିଲା । ତେବେ ମାତ୍ର ୪ ବର୍ଷ ପରେ ବ୍ରିଜ ଦବିବା ଆରମ୍ଭ କରିଥିଲା । ଏନେଇ ବିଭାଗୀୟ ଯାଂଚ କରି ମରାମତି ଚାଲିଥିବା ବେଳେ ଘଟିଥିଲା ଅଘଟଣ । ବ୍ରିଜ ଭୁଷୁଡ଼ି ପଡିବାରୁ ଚାପି ହୋଇ ୨ ଶ୍ରମିକଙ୍କ ଜୀବନ ଯାଇଥିଲା ।

Leave a Reply