ଗାଁ ଦାଣ୍ଡରେ ଗତକାଲିଠୁ ପଡ଼ିଛି ଶବ, ସତ୍କାର ପାଇଁ ଛାଡ଼ୁନାହାଁନ୍ତି ଗାଁ ଲୋକ

Body Remains In Road Since Yesterday In Nayagarh

ନୟାଗଡ଼: କଙ୍ଗାରୁ କୋର୍ଟର କଠୋର ଚିତ୍ର । ଶବକୁ ବି ମିଳୁନି ସମ୍ମାନ । ବଞ୍ଚିଥିଲା ବେଳେ ଯେତିକି ହନ୍ତସନ୍ତ କରିଥିଲେ ମଲା ପରେ ବି ମରଶରୀରକୁ ମୁଖାଗ୍ନି ଦେବାକୁ ଛାଡ଼ୁନାହାଁନ୍ତି । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଅଞ୍ଚଳରେ ।

Body Remains In Road Since Yesterday In Nayagarh

ଶରଣକୂଳ ଥାନା ପାଣିଭଣ୍ଡାର ଗାଁର ପ୍ରଫୁଲ୍ଲ ଡାକୁଆଙ୍କୁ ଗାଁ ଲୋକ ପୂର୍ବରୁ ଦେଢ଼ ଲକ୍ଷ ଟଙ୍କା ଜରିମାନା କରିଥିଲେ । ଜରିମାନା ଟଙ୍କା ଦେଇ ପାରି ନଥିଲା ପ୍ରଫୁଲ୍ଲଙ୍କ ପରିବାର । ଫଳରେ ଗାଁ ଲୋକ ପ୍ରଫୁଲ୍ଲଙ୍କ ପରିବାରକୁ ନିଆଁ, ପାଣି ବାସନ୍ଦ କରିବା ଏକଘରିକିଆ କରି ଦେଇଥିଲେ ।

Body Remains In Road Since Yesterday In Nayagarh

ଗତକାଲି କୌଣସି କାରଣରୁ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଥିଲା । ତାପରେ ପରିବାର ଲୋକ ମୃତଦେହ ସଂସ୍କାର ପାଇଁ ନେଉଥିଲେ । ହେଲେ ଗାଁ ଲୋକ ମୃତଦେହ ଦାହ ପାଇଁ ଛାଡ଼ି ନଥିଲେ । ଫଳରେ ଗତକାଲି ଠାରୁ ଗାଁ ଦାଣ୍ଡରେ ମୃତଦେହ ସେମିତି ପଡ଼ି ରହିଛି । ଘଟଣାସ୍ଥଳରେ ଶରଣକୂଳ ପୋଲିସ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରୁଛି ।

Leave a Reply