ଟ୍ରେନ୍ ଲାଇନରେ ଜୀବନ ହାରିଲେ ଆଦିତ୍ୟ, ମୃତ୍ୟୁର କାରଣ ଖୋଜୁଛି ପୋଲିସ

1 min read

ଭୁବନେଶ୍ୱର: ଅନ୍ୟକୁ ପ୍ରେରଣା, ପ୍ରୋତ୍ସାହିତ କରିବାରେ ସେ ଥିଲେ ମାହିର୍ । ସୋସିଆଲ୍ ମିଡିଆରେ ଯାହାଙ୍କ ଭିଡିଓକୁ ଦେଖି ଅନୁପ୍ରାଣିତ ହେଉଥିଲେ ଅନେକ । ମଣିଷର ମନ କଥା ବୁଝୁଥିବା ମଣିଷ ଟିଏ ଆଦିତ୍ୟ ଦାଶ । ସ୍ୱେଚ୍ଛାସେବୀ ସଂଗଠନ ‘ପିପୁଲ୍ ଫର୍ ସେବା’ ଗଠନ କରି ଅସହାୟଙ୍କ ନିକଟରେ ଅସମୟରେ ଛିଡ଼ା ହେଉଥିଲେ ।

ହେଲେ କିଏ ଜାଣିଥିଲା ମୃତ୍ୟୁ ବି ଏମିତି ଆସିବ ତାଙ୍କୁ ନେଇଯିବ । ସୋମବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି । ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡ଼ରୁ ତାଙ୍କର ରକ୍ତାକ୍ତ ମୃତଦେହ ମିଳିଛି । ତେବେ ଆଦିତ୍ୟଙ୍କ ମୃତ୍ୟୁ ହେଲା କେମିତି ? ତାଙ୍କୁ ହତ୍ୟା କରାଯାଇଛି ନା ସେ ସୁଇସାଇଡ୍ କରିଛନ୍ତି । ତାହା ଏବେ ବି ସନ୍ଦେହ ଘେରରେ ।

ବଲିଉଡ୍ ଅଭିନେତା ସୁଶାନ୍ତ ସିଂହଙ୍କ ଆତ୍ମହତ୍ୟା ପରେ ଆଦିତ୍ୟ ଫେସବୁକ୍ ପୋଷ୍ଟ କରି ଆତ୍ମହତ୍ୟା ଜୀବନର ଶେଷ ବିକଳ୍ପ ନୁହେଁ ବୋଲି ଲେଖିଥିଲେ । ସୁଶାନ୍ତଙ୍କ ମୃତ୍ୟୁରେ ସେ ଦୁଃଖ ବ୍ୟକ୍ତ କରିଥିଲେ । ଜୀବନରେ ଅନ୍ୟକୁ ଜିଇଁବାର ବାଟ ଦେଖାଉଥିବା ମଣିଷଟିର ମୃତ୍ୟୁ ରହସ୍ୟ ଛିଡ଼ା କରିଛି । ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ସେ ନବବିବାହିତା ପତ୍ନୀଙ୍କ ସହ ଏକ ଭିଡିଓ ସୁଟ୍ କରି ଫେସବୁକରେ ପୋଷ୍ଟ କରିଥିଲେ ।

https://www.facebook.com/adishreeproduction/videos/741210786709769/

ଯାହାର ଶୀଷର୍କ ଥିଲା ‘ଉତ୍ତମ ସମ୍ପର୍କରେ ଭୁଲ୍ ବୁଝାମଣା’ । ଅର୍ଥାତ୍ ପାରିବାରିକ ଜୀବନରେ କଳହ ଭଲ ସମ୍ପର୍କକୁ କିଭଳି ନଷ୍ଟ କରେ ଏହା ଭିଡିଓରେ ବାଖ୍ୟା କରିଥିଲେ ଦମ୍ପତି । ଏଥିରୁ ଜଣାପଡ଼ୁଛି ଆଦିତ୍ୟଙ୍କ ଦାମ୍ପତ୍ୟ ଜୀବନ ବେଶ୍ ଖୁସି ଥିଲା ।

ଏହି ଭିଡିଓର କିଛି ଘଣ୍ଟା ଓ ମୃତ୍ୟୁର ମାତ୍ର କିଛି ସମୟ ପୂର୍ବରୁ ଆଦିତ୍ୟ ନିଜର ଶେଷ ପୋଷ୍ଟ କରିଥିଲେ । ଲେଖିଥିଲେ –‘ମୃତ୍ୟୁ ଯେତେବେଳେ ଆସେ, ବହୁତ ଧିରେ ଧିରେ ଆସେ, କେହି ଜାଣି ପାରନ୍ତି ନାହିଁ’ । ଆଦିତ୍ୟଙ୍କ ଏହି ପୋଷ୍ଟ ହିଁ ଅଲଗା କିଛି କହୁଛି । ସତରେ କଣ ମଲା ପୂର୍ବରୁ ମାନବ ମୃତ୍ୟୁର ଆଭାସ୍ ପାଇଥିଲେ । ନା ସେ ଆତ୍ମହତ୍ୟା କରିବାର ଏହା ଆଭାସ୍ । କେବଳ ଏହି ଗୋଟିଏ ପୋଷ୍ଟ ନୁହେଁ ଜୁଲାଇ ୫ ତାରିଖରେ ଆଦିତ୍ୟ ଗୋଟିଏ ଭିଡିଓ ପୋଷ୍ଟ କରିଥିଲେ । ଯାହାର ଶୀଷର୍କ ଥିଲା ଆପଣ ଦୁଃଖରେ ଅଛନ୍ତି କି ? ଏହି ଭିଡିଓ ମାଧ୍ୟମରେ ଅନ୍ୟକୁ ଖୁସି ଦେବାକୁ ଚାହୁଁଥିଲେ ସେ ।

ସେହିଭଳି ଜୁଲାଇ ୨ ତାରିଖରେ ଆଦିତ୍ୟ ଏକ ଦୁଃଖ ଭରା କବିତା ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଦୁଃଖ ଘରୁ ଯମପୁର କଥା ଲେଖିଥିଲେ । ତେବେ, କଣ ଏହି କବିତା ମାନବ ଜୀବନର  ଦୁଃଖ ବଖାଣିବାକୁ ଚାହିଁଥିଲେ । କଣ ଏଇଥିପାଇଁ ହିଁ ଭାଙ୍ଗି ପଡ଼ିଥିଲେ ଆଦିତ୍ୟ । ଆଦିତ୍ୟ ଏଥିପାଇଁ ଆତ୍ମହତ୍ୟାର ବାଟ ବାଛିନଥିଲେ ତ ? ଏସବୁ ପ୍ରଶ୍ନର ଉତ୍ତର ଏବେ ରେଳବାଇ ପୋଲିସ ଖୋଜୁଛି ।

https://www.facebook.com/NandighoshaTV/videos/196893208394680/

Leave a Reply