ନୂଆ ବର୍ଷରେ ଡ଼େରାସ ଡ୍ୟାମରେ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବ ବୋଟିଂ‌ ବ୍ୟବସ୍ଥା

ଭୁବନେଶ୍ୱର: ନୂତନ ବର୍ଷରେ ଡେରାସ ଡ୍ୟାମ୍‌ରେ ହେବ ବୋଟ୍‌ ବ୍ୟବସ୍ଥା । ପର୍ଯ୍ୟଟକଙ୍କୁ ଆକୃଷ୍ଠ କରୁଥିବା ଡେରାସ ଡ୍ୟାମ୍‌ରେ ୨୦ ଲକ୍ଷ ଟଙ୍କାର ଅଟକଳ ମୂଲ୍ୟରେ ହେବ ବୋଟିଂର ସୁବିଧା । ଏନେଇ ବନବିଭାଗ ପକ୍ଷରୁ ଯୋଜନା କେରାଯାଇଥିବା ବେଳେ ପ୍ରଥମ ଥର ବୋଟିଂ ବ୍ୟବସ୍ଥାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଦେଖା ଦେଇଛି ଉତ୍ସାହ  ।

ପର୍ଯ୍ୟଟକଙ୍କ ବଣ ଭୋଜି ପାଇଁ ବେସ ପରିଚିତ ଡେରାସ ଡ୍ୟାମ୍‌ । ପାହାଡ଼ ଜଙ୍ଗଲ ଘେରା ମଧ୍ୟରେ ଥିବା ଏହି ଡ୍ୟାମ୍‌ଟି ତାର ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଥାଏ  । ଏବଂ ଏହି ଡ୍ୟାମ୍‌ରେ କଟେଜର ବ୍ୟବସ୍ଥା ରହିଥିବା ବେଳେ ବଣ ଭୋଜିର ମଜା ନେଇଥାନ୍ତି ପର୍ଯ୍ୟଟକ  । ହେଲେ ପର୍ଯ୍ୟଟକଙ୍କ ପାଇଁ ନୂଆବର୍ଷରେ ବୋଟିଂର ସୁବିଧା କରିବାକୁ ଯାଇଛି ବନବିଭାଗ ।

ସେପଟେ ଡ୍ୟାମ୍‌ ଆଗରେ ଧାରଣାରେ ବସିଛନ୍ତି ଆଦିବାସୀ ମହିଳା । ଅଞ୍ଚଳରେ ବ୍ୟବସାୟୀଙ୍କ ଗୁଣ୍ଡାରାଜ୍‌କୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଆଣିଛନ୍ତି ଅଭିଯୋଗ । ମହିଳା ମାନଙ୍କ ଅଭିଯୋଗ ଅନୁଯାୟୀ ଡ୍ୟାମ୍‌କୁ ଆସୁଥିବା ପଯ୍ୟଟକଙ୍କ ଉପରେ ହେଉଛି ଦାଦାଗିରି । ପର୍ଯ୍ୟଟକଙ୍କୁ ହଇରାଣ କରାଯିବା ସହ ମାରପିଟ୍‌ ମଧ୍ୟ କରୁଛନ୍ତି ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ।

Leave a Reply