ବିଏମସି ଫୋକସରେ ବସ୍ତି, ହଟସ୍ପଟ ଜିଲ୍ଲାରୁ ଆସିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବେ

BMC special focus on Slum area to contain Corona infection

ଭୁବନେଶ୍ୱର: କୋଭିଡ୍ ସ୍ଥିତିର ମୁକାବିଲା ପାଇଁ ପଦକ୍ଷେପ ନେଉଛି ବିଏମସି । ଏନେଇ ବିଏମସି ପକ୍ଷରୁ ପ୍ରେସମିଟରେ ସୂଚନା ଦିଆଯାଇଛି । ରାଜଧାନୀର ୬୭ଟି ୱାର୍ଡରେ ୱାର୍ଡ କମିଟି ଗଠନ ହୋଇଛି । ପ୍ରତି ୱାର୍ଡ ସଚେତକ କମିଟିରେ ୨୫ରୁ ଅଧିକ ଲୋକ ଅଛନ୍ତି । ଏଥିରେ ସ୍ୱେଚ୍ଛାସେବୀ, ମେଣ୍ଟର, ଡକ୍ଟର ଆଦି ରହିଛନ୍ତି । କମିଟି ସଦସ୍ୟଙ୍କୁ ଟ୍ରେନିଂ ଦିଆଯିବା ସହ କିଟ୍ ଦିଆଯାଇଛି । ୫ଟି ୱାର୍ଡର ତଦାରଖ ପାଇଁ ବିଏମସିର ଜଣେ ବରିଷ୍ଠ ଅଧିକାରୀ ରହିଛନ୍ତି । ସେ ପ୍ରତିଦିନ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।

ରାଜଧାନୀର ଜନସଂଖ୍ୟାର ୩୩ ପ୍ରତିଶତ ହେଉଛି ବସ୍ତି ଅଞ୍ଚଳ । ସେଥିପାଇଁ ବସ୍ତି ଅଞ୍ଚଳ ଉପରେ ବିଏମସି ସ୍ୱତନ୍ତ୍ର ଧ୍ୟାନ ଦେଇଛି । ବସ୍ତି ଅଞ୍ଚଳରେ ହୋମ୍ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା ନାହିଁ । ସରକାରୀ କ୍ୱାରେଣ୍ଟାଇନରେ ୧୪ ଦିନ ରଖାଯାଉଛି । ବସ୍ତି ଅଞ୍ଚଳରେ ସର୍ଭେ କରାଯାଉଛି । କାହାର ଲକ୍ଷଣ ଦେଖାଗଲେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇ ଟେଷ୍ଟିଂ କରାଯାଉଛି ।

ସୁବାସ ନଗର ବସ୍ତିରେ ୬ଟି ପଜିଟିଭ୍ କେସ୍ ଆସିବା ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହୋଇଛି । ଏବେ ୩୧୭ ଘରକୁ କଣ୍ଟେନମେଣ୍ଟ କରାଯାଇଛି । ୬ ରାଉଣ୍ଡ ସର୍ଭେ ସରିଛି । ସାଲିଆସାହିରେ ୪ଟି ସକ୍ରିୟ ମାମଲା ରହିଛି । ପ୍ରାୟ ୧୦୦ ପରିବାର ହୋମ୍ କ୍ୱାରେଣ୍ଟାଇନରେ ଅଛନ୍ତି । ୧୦ ରାଉଣ୍ଡ ସର୍ଭେ ସରିଥିବା ବେଳେ ପାଖାପାଖି ୫ ହଜାର ଲୋକଙ୍କ ପରୀକ୍ଷା ସରିଛି ।

ବୃଦ୍ଧ, ଗର୍ଭବତି ଓ ଏକାଧିକ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଅଧିକ ଫୋକସରେ ରଖାଯାଇଛି । ସମ୍ପୂର୍ଣ୍ଣ ରାଜଧାନୀରେ ଏଭଳି ଲୋକଙ୍କ ପାଇଁ ସର୍ଭେ କରାଯାଉଛି । ବୃଦ୍ଧ ଓ ଏକାଧିକ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଚିହ୍ନଟ ପାଇଁ ଘରକୁ ଘର ସର୍ଭେ କରାଯାଉଛି । ଏଥିସହ ସଚେତନତା ଲାଗି ଏକ ଆପ୍ କରାଯାଉଛି । ସେଥିରେ ସମସ୍ତ ସୂଚନା ଡାକ୍ତରଙ୍କ ନମ୍ବର ରହିଛି । ଯେଉଁ ଲୋକଙ୍କ ଘରେ କେହି ନାହାଁନ୍ତି ସେଠାରେ ଜଣେ ସଚେତକଙ୍କୁ ଦାୟିତ୍ୱ ଦିଆଯାଉଛି ।

ଭୁବନେଶ୍ୱରରେ ଏବେ ୨୭୪ ସଂକ୍ରମଣ ମାମଲା ଆସିଛି । ୧୩୨ ଲୋକଙ୍କ ଚିକିତ୍ସା ଚାଲିଛି । ୮ ହଜାର ୬୮୧ ଜଣ ଲୋକ ବାହାରୁ ଫେରିଛନ୍ତି । ୨ ହଜାର ୭୯୧ ଲୋକ କ୍ୱାରେଣ୍ଟାଇନରେ ଅଛନ୍ତି । ପ୍ରତି ୱାର୍ଡରେ ୱାର୍ଡ ସଚେତକ କମିଟି ଗଠନ ହୋଇଛି । ସେଥିରେ ୨ ହଜାର ୮୫ ଜଣ ସ୍ୱେଚ୍ଛାସେବୀ ଅଛନ୍ତି ।

କଣ ରହିଛି ଚ୍ୟାଲେଞ୍ଜ ?

ସହରାଞ୍ଚଳରେ ସଂକ୍ରମଣ ବଢ଼ୁଛି । ବିଶେଷକରି ସଟଡାଉନ୍ ପୂର୍ବ ଦିନ ଅର୍ଥାତ୍ ଶୁକ୍ରବାର ଗହଳି ଜମୁଛି । ମାର୍କେଟ ଓ ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ରହୁନି, ଲୋକ ମାସ୍କ ପିନ୍ଧୁନାହାଁନ୍ତି । ସଂକ୍ରମଣ ବଢ଼ୁଥିବା ବେଳେ ସତର୍କତା କମୁଛି । ତେଣୁ ସତର୍କ ରହିଲେ ମୁକାବିଲା କରିପାରିବା । ଲୋକେ ପୂର୍ବରୁ ମାସ୍କ ପିନ୍ଧୁଥିବା ବେଳେ ଏବେ ପିନ୍ଧୁନାହାନ୍ତି । ବିଶେଷକରି ରାଜଧାନୀରେ ଥିବା ଘରୋଇ ହସ୍ପିଟାଲ, କ୍ଲିନିକ୍ କୋଭିଡ୍ ନିୟମ ମାନିବାକୁ ବିଏମସି ଅପିଲ୍ କରିଛି ।

Leave a Reply