ବ୍ଲୁ ହ୍ୱିଲ୍ ହସ୍ପିଟାଲ ପରେ ସିଲ୍ ହେଲା ଆଉ ଗୋଟିଏ ଘରୋଇ ହସ୍ପିଟାଲ

ଭୁବନେଶ୍ୱର: କୋଭିଡ୍ ନିୟମ ମାନୁନଥିବା ଅଭିଯୋଗରେ ଆଉ ଏକ ହସ୍ପିଟାଲ୍ ସିଲ୍ । ଭୁବନେଶ୍ୱର ମହାନଗର ନିଗମ ଆଉ ଏକ ଘରୋଇ ହସ୍ପିଟାଲକୁ ସିଲ୍ କରିଛି । ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଥିବା ରୁଚିକା ନର୍ସିଂ ହୋମକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି । ରୁଚିକା ନର୍ସିଂ ହୋମ୍ କୋଭିଡ୍ ନିୟମକୁ ଠିକ୍ ଭାବେ ପାଳନ କରୁନଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ବିଏମସି ସୂଚନା ଦେଇଛି ।

ଏହା ପୂର୍ବରୁ ବିଏମସି ମଞ୍ଚେଶ୍ୱର ସ୍ଥିତ ବ୍ଲୁ ହ୍ୱିଲ୍ ହସ୍ପିଟାଲକୁ ସିଲ୍ କରିଥିଲା । କରୋନା ସଂକ୍ରମିତଙ୍କ ତଥ୍ୟ ଲୁଚାଇବା ଅଭିଯୋଗରେ ହସ୍ପିଟାଲକୁ ସିଲ୍ କରାଯାଇଥିବା ବେଳେ ସେଠାରୁ ୩୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଗତ ଜୁନ୍ ୨୪ ତାରିଖରେ ବିଏମସି ବ୍ଲୁ ହ୍ୱିଲ୍ ହସ୍ପିଟାଲ ସିଲ୍ କରିଥିଲା । ୨୩ ତାରିଖ ସୁଦ୍ଧା ୨୭ ଜଣ ସଂକ୍ରମିତ ହସ୍ପିଟାଲରୁ ଚିହ୍ନଟ ହୋଇଥିଲେ । କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଏନେଇ କୌଣସି ସୂଚନା ସରକାରଙ୍କୁ ଦେଇନଥିଲେ । ଫଳରେ ବିଏମସି କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ହସ୍ପିଟାଲକୁ ସିଲ୍ କରିଥିଲା ।

କୋଭିଡ୍ ନିୟମ ମାନି ଘରୋଇ ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ପାଇଁ ବିଏମସି ପକ୍ଷରୁ କୁହାଯାଇଥିଲା । ଏଥିସହ ବିଏମସି ଅଧିକାରୀ ବିଭିନ୍ନ ସମୟରେ ଚଢ଼ାଉ କରି ହସ୍ପିଟାଲ ଗୁଡ଼ିକ ନିୟମ ମାନୁଛନ୍ତି କି ନାହିଁ ତାର ଯାଞ୍ଚ କରୁଛନ୍ତି । ଆଜି ହଠାତ୍ ଚଢ଼ାଇ ବେଳେ ବରମୁଣ୍ଡା ସ୍ଥିତ ରୁଚିକା ନର୍ସିଂ ହୋମ୍ କୋଭିଡ୍ ନିୟମ ମାନୁନଥିବା ଜଣାପଡ଼ିଥିଲା । ତାପରେ ବିଏମସି ପକ୍ଷରୁ ନର୍ସିଂ ହୋମକୁ ସିଲ୍ କରାଯାଇଛି ।

ଏଥିସହ ପଢ଼ନ୍ତୁ

କରୋନା କଟକଣାକୁ ଫୁ, ତଥ୍ୟ ଲୁଚାଇ ସିଲ୍‌ ହେଲା ବ୍ଲୁ ହ୍ୱିଲ୍ ହସ୍ପିଟାଲ୍

Leave a Reply