୩ କରୋନା ସଂକ୍ରମିତ ଚିହ୍ନଟ ପରେ ସିଲ୍ ହେଲା ବମିଖାଲ ଅଞ୍ଚଳ

1 min read

ଭୁବନେଶ୍ୱର: ସୂର୍ଯ୍ୟନଗର ପରେ ବମିଖାଲ ସିଲ୍ । କରୋନା ଆକ୍ରାନ୍ତ ଚିହ୍ନଟ ପରେ ସଂକ୍ରମଣ ରୋକିବାକୁ ବିଏମସିର ତ୍ୱରିତ ପଦକ୍ଷେପ । ବମିଖାଲ ଅଞ୍ଚଳରୁ ଆଜି ୩ ଜଣ କରୋନା ସଂକ୍ରମିତ ଚିହ୍ନଟ ପରେ ସମ୍ପୃକ୍ତ ଅଞ୍ଚଳକୁ ବିଏମସି ପକ୍ଷରୁ ସିଲ୍ କରାଯାଇଛି । ସମ୍ପୃକ୍ତ ଅଞ୍ଚଳକୁ ପ୍ରଶାସନ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି ।

ଭୁବନେଶ୍ୱରରେ ଗୋଟିଏ ଦିନରେ ୩ କରୋନା ପଜିଟିଭ୍ ମାମଲା, ବମିଖାଲ ଅଞ୍ଚଳରେ ରୁହନ୍ତି ସମସ୍ତ ସଂକ୍ରମିତ

ଏକାମ୍ର ସିନେମା ହଲ ଠାରୁ ଝାରପଡ଼ା କେନାଲ ରୋଡ୍ । ଝାରପଡ଼ା କେନାଲ ରୋଡରୁ ଝାରପଡ଼ା ଦୁର୍ଗା ମଣ୍ଡପ । ଝାରପଡ଼ା ଦୁର୍ଗା ମଣ୍ଡପ ଠାରୁ କଟକ-ପୁରୀ ରୋଡ୍ ଡିସିବି ବ୍ୟାଙ୍କ । କଟକ-ପୁରୀ ରୋଡ୍ ଡିସିବି ବ୍ୟାଙ୍କ ଠାରୁ ଏକାମ୍ର ସିନେମା ହଲ୍ ନିକଟ ରୋଡକୁ ସିଲ୍ କରାଯାଇଛି । ଏହି ଅଞ୍ଚଳରେ ଲୋକଙ୍କ ଯାତାୟାତ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଛି ।

ଅଞ୍ଚଳକୁ ବ୍ୟାରିକେଡିଂ କରାଯିବ । ଲୋକଙ୍କୁ ଦୁଆର ମୁହଁରେ ବିଏମସି ପକ୍ଷରୁ ସମସ୍ତ ସେବା ଯୋଗାଇ ଦିଆଯିବ । ଏଥିପାଇଁ ପ୍ରଶାସନ ପକ୍ଷରୁ ୩ ଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଏମାନେ ସମ୍ପୃକ୍ତ ଅଞ୍ଚଳରେ ଅତ୍ୟାବଶ୍ୟକୀୟ ସେବା ପ୍ରଦାନର ପରିଚାଳନା କରିବେ । କିନ୍ତୁ, ଅତ୍ୟାବଶ୍ୟକୀୟ ସେବା ସଟଡାଉନ୍ ସରିବା ପରେ ପ୍ରଦାନ କରାଯିବ ।

୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ହେବ ଭୁବନେଶ୍ୱର ଓ ଭଦ୍ରକ ଟାଉନ୍‌

ଶୁକ୍ରବାର କଟକରେ ଜଣେ ଓ ଭୁବନେଶ୍ୱରରେ ୩ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ପ୍ରଶାସନ ଭଦ୍ରକ ମ୍ୟୁନିସିପାଲିଟି, କଟକ ସହର, ଭୁବନେଶ୍ୱର ମହାନଗର ନିଗମ ସହ ରାଜଧାନୀ ସଂଲଗ୍ନ ୧୪ଟି ପଞ୍ଚାୟତକୁ ୪୮ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରିଛି । ଏହି ସଟଡାଉନ୍ ଏକପ୍ରକାର କର୍ଫ୍ୟୁ କହିଲେ ଚଳେ ।

Leave a Reply