ସବୁ ବ୍ରିଟେନ୍‌ ଫେରନ୍ତାଙ୍କ ପତ୍ତା ପାଉନି BMC, ଗଳିକନ୍ଦି ଖୋଜୁଛି ମୋବାଇଲ୍ ମେଡିକାଲ ଟିମ୍‌

1 min read

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟରେ ୨୦ ଜଣ ବ୍ରିଟେନ୍‌ ଫେରନ୍ତାଙ୍କ ତାଲିକା BMC ପାଇଥିଲା । ସେମାନଙ୍କ ଟେଷ୍ଟ କରିବା ପରେ ୩ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ସୋମବାର ରାତିରେ ୬୦ରୁ ୭୦ ଜଣ ବ୍ରିଟେନ୍‌ ଫେରନ୍ତାଙ୍କ ତାଲିକା ହସ୍ତଗତ ହୋଇଛି । ବୁଧବାର ସୁଦ୍ଧା ଚୂଡ଼ାନ୍ତ ରିପୋର୍ଟ ଦେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଏମସି କମିଶନର ।

ହେଲେ ଫରେନ୍ ଫୋନ ନମ୍ବର ଯୋଗୁଁ ମିଳୁନି ବ୍ରିଟେନ୍ ଫେରନ୍ତାଙ୍କ ତଥ୍ୟ । ସେମାନଙ୍କ ଘରକୁ RRT ପଠାଯାଇଛି । ବାକି ଯେଉଁମାନେ ଟ୍ରେସ୍‌ ହୋଇସାରିଛନ୍ତି, ସେମାନଙ୍କ ପରୀକ୍ଷା କରାଯାଉଛି । କିଛି ଲୋକ ଘରୋଇ ହସ୍ପିଟାଲରେ ନିଜେ ଟେଷ୍ଟ କରିଛନ୍ତି । ଜୋନ୍‌ଓ୍ୱାରୀ ମୋବାଇଲ୍ ମେଡିକାଲ ଟିମ୍‌ ପଠାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି ।

ସେପଟେ ଓଡ଼ିଶାରେ ପତ୍ତା ମିଳୁନଥିବା ବ୍ରିଟେନ ଫେରନ୍ତାଙ୍କୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ନିବେଦନ କରିଛନ୍ତି । ନିଜ ଆଡ଼ୁ ସରକାରଙ୍କ ପାଖରେ ତଥ୍ୟ ଦିଅନ୍ତୁ ବୋଲି କହିଛନ୍ତି ନିରଞ୍ଜନ । କାରଣ ବହୁତ ମୋବାଇଲ ନମ୍ବର ଭୁଲ ଅଛି । ୧୮ଟି ଜିଲ୍ଲାକୁ ବ୍ରିଟେନରୁ ଲୋକ ଫେରିଛନ୍ତି । ଅଧିକାଂଶ ଭୁବନେଶ୍ୱରର ବୋଲି ଜଣାପଡିଛି । ସେମାନଙ୍କୁ ଖୋଜିବାକୁ BMC ଟିମ୍‌ ଯାଇଛନ୍ତି । ତେବେ ଭୟ କରିବାର କିଛି ନାହିଁ । କେବଳ ସେମାନଙ୍କ ଜେନମ ସିକ୍ୱେନ୍ସ ଦେଖାଯିବା ସହ ଆସିଡିକ୍‌ ରିସର୍ଚ୍ଚ କରାଯିବ। ଭାରତରେ ନୂଆ ୬ ଷ୍ଟ୍ରେନ ଚିହ୍ନଟ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିବେଦନ କରିଛନ୍ତି । ରିପୋର୍ଟ ଆମ ପାଖକୁ ଆସିବ ନାହିଁ । କେନ୍ଦ୍ର ସରକାର ଅବଗତ କରିବେ । ହେଲେ ଆମେ ନୂଆ ଷ୍ଟ୍ରେନ ନେଇ କେନ୍ଦ୍ରର SOP ପାଳନ କରୁଛୁ । ଯେଉଁ ୮ ରୁ ୧୦ ଦେଶରେ ନୂଆ ଷ୍ଟ୍ରେନ ଦେଖାଯାଇଛି, ସେଠି ମୃତ୍ୟୁ ସଂଖ୍ୟା ବିଶେଷ ନାହିଁ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

Leave a Reply