କୋଭିଡ କଟକଣାରେ ରାଜଧାନୀରେ ଆଜିଠୁ ଖୋଲିଲା ସମସ୍ତ ଆହାର କେନ୍ଦ୍ର

ଭୁବନେଶ୍ୱର: କରୋନା ପାଇଁ ରାଜଧାନୀରେ ଆହାର କେନ୍ଦ୍ର ବନ୍ଦ ଥିଲା । ଆଜିଠୁ ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ଏନେଇ ବିଏମସି ନିଷ୍ପତ୍ତି ନେଇଛି । ପୂର୍ବରୁ ଡ଼ାକ୍ତରଖାନା ପାଖରେ ଥିବା ୫ଟି ଆହାର କେନ୍ଦ୍ର ଖୋଲା ଥିଲା । ବାକି ୭ଟି ଆହାର କେନ୍ଦ୍ର ବନ୍ଦ ହୋଇ ରହିଥିଲା । ଏବେ ସେସବୁ ଖୋଲିବ । ରାଜଧାନୀରେ ସଂକ୍ରମଣର ମାତ୍ର ଏବେ ଅପେକ୍ଷାକୃତ ଭାବେ ଯଥେଷ୍ଟ କମିଛି । ସେରୋ ସର୍ଭେଲାନ୍ସ ଟେଷ୍ଟ କହୁଛି, ରାଜଧାନୀରେ ୫୦ ପ୍ରତିଶତଙ୍କ ମଧ୍ୟରେ ଆଣ୍ଟିବଡି ବିକଶିତ ହୋଇସାରିଛି ।

ଏଣୁ ସଂକ୍ରମଣ ଏବେ ବ୍ୟାପିବା ନେଇ ଆଶଙ୍କା ମଧ୍ୟ କମିଛି । ବିଏମସି ଏସବୁ ପ୍ରସଙ୍ଗ ଉପରେ ବିଚାର କରି ଆହାର କେନ୍ଦ୍ର ଖୋଲିବା ନେଇ ନିଷ୍ପତ୍ତି ନେଇଛି । ବିଏମସିର କହିବା କଥା ଯେ, ରାଜଧାନୀରେ ସଂକ୍ରମଣ ଅଧିକ ଥିବା ବେଳେ ଆଗତଙ୍କ ସଂଖ୍ୟାକୁ ରୋକ୍ କରି ରଖାଯାଇଥିଲା । କମ୍ ଲୋକେ ବାହାରୁ ରାଜଧାନୀ ଆସୁଥିଲେ, ତେଣୁ ବିନା ଆହାର କେନ୍ଦ୍ରରେ କାମ ଚଳି ଯାଉଥିଲା । ମାତ୍ର ଏବେ ଯାତାୟାତ ସ୍ୱାଭାବିକ ହେବା ପରେ ଆହାର କେନ୍ଦ୍ର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।

Leave a Reply