ପୁଣି କଳାପଲ୍‌ସର୍‌ ଆତଙ୍କ, ବ୍ୟାଙ୍କ୍‌ ସାମ୍ନରୁ ଝାମ୍ପିନେଲେ ୫ ଲକ୍ଷ ଟଙ୍କା

Anti Number Plate Reader To Be Installed In Major Traffic Posts Of Bhubaneswar

ବଲାଙ୍ଗିର: ପୁଣି ମାତିଲେ କଳା ପଲ୍‌ସର ଗ୍ୟାଙ୍ଗ୍‌ । ରାଜଧାନୀ ପରେ ଏବେ ବଲାଙ୍ଗିରରେ କଳା ପଲ୍‌ସର୍‌ ଆତଙ୍କ । ଦୁର୍ବୃତ୍ତମାନେ କଳାପଲ୍‌ସର୍‌ରେ ଆସୁଛନ୍ତି ଏବଂ ଆଖିପିଛୁଳାକେ ଲୁଟ୍‌ କରି ଚମ୍ପଟ ମାରୁଛନ୍ତି । ଆଉ ସେମାନଙ୍କ ଟେର୍‌ ପାଉନି ପୋଲିସ ।

ଦିନ ଦିପହରରେ ବ୍ୟବସାୟୀଙ୍କଠାରୁ ଦୁବୃତ୍ତ ଝାମ୍ପିନେଲେ ଲକ୍ଷ ଲକ୍ଷ ଟଙ୍କା । ବଲାଙ୍ଗିର ଏସବିଆଇ ଏଡିବି ବ୍ୟାଙ୍କ ସାମ୍ନାରେ ଘଟିଛି ଏହି ଲୁଟ୍ ଘଟଣା । କଳା ପଲସରରେ ଆସି ଦୁଇ ଜଣ ଲୁଟେରା ଏକ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପିନେଇ ଥିବା ଅଭିଯୋଗ ହୋଇଛି । ବ୍ୟାଗ୍‌ରେ ପ୍ରାୟ ୫ଲକ୍ଷ ଟଙ୍କା ଥିଲା ବୋଲି ସୂଚନା ମିଳିଛି । ଲୁଟ୍‌ର ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ବଲାଙ୍ଗିର ସହରର ଅଜନ୍ତା ଘଣ୍ଟା ଦୋକାନର ମାଲିକ ସଞ୍ଜୟ ଶତପଥୀ ।

  

ସଞ୍ଜୟ କୌଣସି କାମ ପାଇଁ ବ୍ୟାଙ୍କରୁ ଟଙ୍କା ବାହାର କରିଥିଲେ । ବ୍ୟାଙ୍କରୁ ୨ଲକ୍ଷ ଟଙ୍କା ଉଠାଇଥିବା ବେଳେ ପୂର୍ବରୁ ତାଙ୍କ ପାଖରେ ୩ଲକ୍ଷ ଟଙ୍କା ଥିଲା । ଏନେଇ ସଞ୍ଜୟ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ବ୍ୟାଙ୍କର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛି । ସ୍ପଷ୍ଟ ଦିବାଲୋକରେ ଜନଗହଳିପୂର୍ଣ ସ୍ଥାନରୁ ଲକ୍ଷାଧିକ ଟଙ୍କା ଲୁଟ ହେବା ପରେ ବ୍ୟାଙ୍କକୁ ଆସୁଥିବା ଅନ୍ୟ ଗ୍ରାହକ ମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ଗତ କିଛି ଦିନ ହେଲା ବଲାଙ୍ଗିର ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟେରା ମାନେ ଗୋଟିଏ ପରେ ଗୋଟିଏ ଲୁଟ କରି ଚାଲିଛନ୍ତି । ଟାଉନ ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ।

Leave a Reply