ଗୁରୁ ଶିଷ୍ୟ ସମ୍ପର୍କରେ କଳାଦାଗ, ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ

Minor Girl Alleged Rape Several Times By An OAS Officers Father In Law In Bhubaneswar

ଜଗତସିଂହପୁର: ଗୁରୁ ଶିଷ୍ୟ ସମ୍ପର୍କରେ କଳାଦାଗ । ଲଜ୍ଜା ସହିନପାରି ନାବାଳିକାଙ୍କ ଆତ୍ମହତ୍ୟା ଉଦ୍ୟମ । ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କଲେ ପୋଲିସ ଓ ସ୍ଥାନୀୟ ଲୋକେ । ଜଗତସିଂହପୁର କୁଜଙ୍ଗ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ।

ନାବାଳିକା ଜଣକ ତାଙ୍କ ଗାଁର ରଞ୍ଜନ ରାଉତ ନାମକ ଜଣେ ଶିକ୍ଷକଙ୍କ ପାଖକୁ ଟ୍ୟୁସନ୍‌ ହେବାକୁ ଯାଉଥିଲେ । ହେଲେ ଟ୍ୟୁସନ୍‌ ସାର୍‌ ଜଣକ ନାବାଳିକାଙ୍କ ଉପରେ ରଖିଥିଲା ଲୋଲୁପ ଦୃଷ୍ଟି । ନାବାଳିକାଙ୍କୁ ସରଳତାର ଫାଇଦା ଉଠାଇଥିଲେ ଶିକ୍ଷକ ଜଣକ । ଜୋରଜବରଦସ୍ତ ନାବାଳିକା ସହ ରଖିଥିଲେ ଶାରୀରିକ ସମ୍ପର୍କ । ଏକଥା କାହାକୁ କହିଲେ ନାବାଳିକାର ବାପାକୁ ମାରିଦେବେ ବୋଲି ଟ୍ୟୁସନ୍‌ ସାର ଧମକ ଦେଇଥିଲେ ।

ତେଣୁ ଭୟରେ ନାବାଳିକା ଏକଥା କାହାକୁ କହି ନପାରିନଥିଲେ । ଆଉ ଗର୍ଭବତୀ ହେବା ପରେ ଲୋକ ଲଜ୍ଜାକୁ ଭୟ କରି ନଦୀକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଏହି ସମୟରେ ତାଙ୍କୁ ଉଦ୍ଧାର କରାଯାଇଛି । ନାବାବାଳିକାଙ୍କୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ପରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି । ଉଭୟ ମା ଓ ଛୁଆ ସୁସ୍ଥ ଥିବାବେଳେ ପୋଲିସ ଟିଉସନ୍‌ ସାର ରଞ୍ଜନକୁ ଅଟକ ରଖି ତଦନ୍ତ ଚଳାଇଛି ।

Leave a Reply