ପ୍ଲାଜମା ଦାନ କଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

1 min read

ନୂଆଦିଲ୍ଲୀ: ବିଜେପି ମୁଖପାତ୍ର ସମ୍ବିତ ପାତ୍ର  ରକ୍ତ ପ୍ଲାଜମା ଦାନ କରିଛନ୍ତି । କୋଭିଡ୍ ପୀଡିତଙ୍କ ଚିକିତ୍ସା ପାଇଁ ସମ୍ବିଦ ପ୍ଲାଜମା ଦାନ କରିଛନ୍ତି ।  ଏନେଇ ସମ୍ବିତ ପାତ୍ର ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସେବା ଭାବ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ସେ ପ୍ଲାଜମା ଦେଇଥିବା କହିଛନ୍ତି । ପ୍ଲାଜମା ଦେବା ପୂର୍ବରୁ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । କରୋନାରୁ ସୁସ୍ଥ ହୋଇଥିବା ଅନ୍ୟମାନଙ୍କୁ ମଧ୍ୟ ପ୍ଲାଜମା ଦାନ କରିବାକୁ ସେ ଅନୁରୋଧ କରିଛନ୍ତି ।

 କେବେ ହେଲା କରୋନା ?

ମେ ୨୭ ପର୍ଯ୍ୟନ୍ତ ବିଭିନ୍ନ ଟିଭି ଡିବେଟରେ ସମ୍ବିତ ପାତ୍ର ଅଂଶଗ୍ରହଣ କରୁଥିଲେ । ମେ ୨୮ରେ ତାଙ୍କ ଠାରେ କରୋନାର ଲକ୍ଷଣ ଦେଖାଯାଇଥିଲା । ତାଙ୍କୁ ଗୁରୁଗ୍ରାମସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ, ସମ୍ବିତ ପାତ୍ରଙ୍କୁ କରୋନା ହୋଇଛି କି ନାହିଁ ସେତେବେଳେ କିଛି କୁହାଯାଇ ନଥିଲା । ଜୁନ୍ ୮ ତାରିଖରେ ସେ ମେଡିକାଲରୁ ଡିସଚାର୍ଜ ହେବା ପରେ ୯ ତାରିଖରେ ଏକ ଟ୍ୱିଟ୍ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ ମୋ ଦେହ ଖରାପ ଥିବାବେଳେ ବିଜେପି ମାଆ ଭଳି ମୋର ଚିନ୍ତା କରୁଛି । ଏଥିପାଇଁ ସେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।

କିଏ ଦେଇପାରିବେ ପ୍ଲାଜମା ?

ଏବେ ଦେଶର ବିଭିନ୍ନ ରାଜ୍ୟ ପ୍ଲାଜମା ଥେରାପିକୁ ଆପଣାଇଛନ୍ତି । କୋଭିଡରୁ ସୁସ୍ଥ ବ୍ୟକ୍ତିଙ୍କ ଠାରୁ ପ୍ଲାଜମା ନେଇ କରୋନାରେ ଗମ୍ଭୀର ଭାବେ ପୀଡ଼ିତଙ୍କୁ ଦିଆଯାଇଥାଏ । ରକ୍ତରେ ଥିବା ଏକ ଉପାଦାନକୁ ପ୍ଲାଜମା କୁହାଯାଏ । ଯେଉଁଥିରେ ଆଣ୍ଟିବଡିଜ୍ ମହଜୁଦ୍ ଥାଏ ।

କରୋନା ଲକ୍ଷଣ ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର

Leave a Reply