ହାତଠାରି ବିବାଦକୁ ଡ଼ାକୁଛନ୍ତି ବିବାଦ ରାଣୀ ବିଜେପି ସାଂସଦ ଅପରାଜିତା, ଶ୍ରୀଜଗନ୍ନାଥଙ୍କ ମୁରୁଜ ଉପରେ ଚଢ଼ି କଲେ ଅବମାନନା

ବାରିପଦା: ଅପରାଜିତାଙ୍କ ପିଛା ଛାଡୁନି ବିବାଦ । ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହେଉଛନ୍ତି । ବୋଧେ ବିବାଦକୁ ନେଇ ଏଠି ପ୍ରତିଯୋଗିତା ଚାଲିଛି । କାରଣ କିଛି ଦିନ ପୂର୍ପରୁ ବିଜେପି ନେତ୍ରୀ ଲେଖାଶ୍ରୀ ମାଡାମ ଶ୍ରୀଜଗନ୍ନାଥ ମନ୍ଦିର କଲିତାରେ କହି ବିବାଦକୁ ଆସିଥିଲେ । ଆଉ ଏବେ ବିବାଦ ରାଣୀ ଅପରାଜିତା ପୁଣି ଥରେ ବିବାଦକୁ ହାତଠାରି ଘରକୁ ଡ଼ାକିଛନ୍ତି । ଶ୍ରୀରାମଙ୍କ ମନ୍ଦିରର ଶିଳାନ୍ୟାସ କରିବାକୁ ଯାଇଥିଲେ ହେଲେ ଶ୍ରୀଜଗନ୍ନାଥଙ୍କୁ କଲେ ଅବମାନନା । ମୁରୁଜରେ ଅଙ୍କିତ ମହାପ୍ରଭୁଙ୍କ ଚିତ୍ରକୁ ଅସମ୍ମାନ କରି ବିବାଦରେ ଫସିଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ବାରିପଦା ଭୁଗୁଡାକଟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଅପରାଜିତା । ସେଠାରୁ ଫେରିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ମହିଳାଙ୍କ ଧାରଣା ଦେଖି ଅଟକି ଥିଲେ । ମହିଳା ତିଆରି କରିଥିବା ମହାପ୍ରଭୁଙ୍କ ଝୋଟି ଚିତା ଉପରେ ମାଡିଗଲେ ଅମାନିଆ ଅପରାଜିତା । ଏଥିପାଇଁ ସେମାନଙ୍କୁ ଭୁଲ ବି ମାଗିନଥିଲେ ଓଲଟି ବିରୋଧ କରିବାରୁ ଲୋକଙ୍କୁ ଗାଳି ଗୁଲଜ କରିଥିବା ନେଇ ଥାନାରେ ଏତଲା ‘ଦେଇଛି ଜାଗ ମୟୂରଭଞ୍ଜ ଜାଗ ସଂଗଠନ’ ।

ବାରିପଦା ଟାଉନ ଥାନାରେ ଅପରାଜିତାଙ୍କ ନାଁରେ ଏତଲା ଦେଇଛି ସଂଗଠନ । ଚିପଟାସ୍ତିଆ ଗାଁର ଭୂମିହୀନ ପରିବାରର ମହିଳା ମାନେ ଜମିପଟ୍ଟା ଦାବିରେ ଧାରଣାରେ ବସିଥିଲେ । ପଞ୍ଚୁକ  ଓ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହେଉଥିବାରୁ ରାସ୍ତାରେ ମହାପ୍ରଭୁଙ୍କ ଆକୃତି ମୁରୁଜରେ ଆଙ୍କିଥିଲେ । ହେଲେ ମ୍ୟାଡାମ ଅପରାଜିତା ମୁରୁଜ ଉପରେ ଅଜାଣତରେ ଚଢିଯାଇଥିଲେ ହେଲେ ଏଥିପାଇଁ କ୍ଷମା ବି ମାଗିନଥିବା ଅଭିଯୋଗ ହୋଇଛି । କେବଳ ଯେ ମହାପ୍ରଭୁଙ୍କ ସଂସ୍କୃତି ପରମ୍ପରାକୁ ଅବମାନନା କରିଛନ୍ତି ତାନୁହେଁ ଅପରାଜିତ ପୁଣି କୋଭିଡ ନିୟମ ଉଲଙ୍ଘନ କରିଥିବା ମଧ୍ୟ ଅଭିଯୋଗ ହୋଇଛି ।

Leave a Reply