କୃଷି ଆଇନ୍ ବିରୋଧରେ ପ୍ରସ୍ତାବକୁ ବିଜେପି ବିଧାୟକଙ୍କ ସମର୍ଥନ

1 min read
BJP MLA Supports Resolution Against New Farmers Law In Kerala Assembly

ଥିରୁବନନ୍ଥପୁରମ: ୩ ଗୋଟି କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ମାସେରୁ ଅଧିକ ସମୟ ହେଲା ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଅନ୍ୟପଟେ କେରଳ ବିଧାନସଭାରେ କେନ୍ଦ୍ରର ନୂଆ ବିବାଦିତ କୃଷି ଆଇନ୍ ବିରୋଧରେ ପ୍ରସ୍ତାବ ଆଣିଛନ୍ତି ପି.ବିଜୟନ ସରକାର । ଆଉ ଏହି ପ୍ରସ୍ତାବକୁ ବିଜେପିର ଏକମାତ୍ର ଓ.ରାଜଗୋପାଳ ସମର୍ଥନ କରିଛନ୍ତି । ଏହି ପ୍ରସ୍ତାବରେ କେନ୍ଦ୍ରର କୃଷି ଆଇନକୁ ଫେରାଇ ନେବା ପାଇଁ ଦାବି କରାଯାଇଛି ।

BJP MLA Supports Resolution Against New Farmers Law In Kerala Assembly

ନିଜର ବିଧାୟକଙ୍କ ବିରୋଧକୁ ସହଜରେ ଗ୍ରହଣ କରିପାରିନି ବିଜେପି । କେରଳ ବିଜେପି ନେତା କେ.ଏସ୍ ରାଧାକ୍ରିଷ୍ଣନ୍ ଆଶ୍ଚର୍ଯ୍ୟ ବ୍ୟକ୍ତ କରିଛନ୍ତି । କହିଛନ୍ତି- ମୁଁ ବୁଝିପାରୁନି ଓ.ରାମଗୋପାଳ କାହିଁକି କେନ୍ଦ୍ର ସରକାରଙ୍କ ବିରୋଧରେ ଗଲେ, ଏହା ଆଶ୍ଚର୍ଯ୍ୟଜନକ । ସମସ୍ତେ ଜାଣନ୍ତି ଜଣେ ସଦସ୍ୟ କିଛି କରିପାରିବେ ନାହିଁ । ତାଙ୍କୁ ପ୍ରସ୍ତାବକୁ ବିରୋଧ କରିବାର ଥିଲା । ଏହା ଇଚ୍ଛା ଓ ବିଜେପିର ଭାବନା ବିରୋଧୀ ଅଟେ ।

ଓ.ରାଜଗୋପାଳଙ୍କ ପ୍ରତିକ୍ରିୟା

ଅଧିବେଶନ ପରେ ଓ.ରାଜଗୋପାଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି- ‘ପ୍ରସ୍ତାବ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ପ୍ରସ୍ତାବରେ କିଛି କଥାକୁ ନେଇ ନିଜ ରାୟ ରଖିଥିଲି । ଯାହାକୁ ନେଇ ବିଚାରରେ ପାର୍ଥକ୍ୟ ଥିଲା । ମୁଁ ପ୍ରସ୍ତାବକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିଛି । କେନ୍ଦ୍ର ସରକାର ୩ଟି ଯାକ କୃଷି ଆଇନକୁ ଫେରାଇ ନେବା ଉଚିତ୍ ।’

Leave a Reply