ଗାନ୍ଧି ମୂର୍ତ୍ତି ତଳେ ବିଜେପି ବିଧାୟକଙ୍କ ଧାରଣା

1 min read

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନରେ ବି ପ୍ରତିବାଦ ଜାରି ରଖିଛି ବିଜେପି । ନାରୀ ନିର୍ଯାତନା ନେଇ ପ୍ରଶ୍ନକାଳ ଆରମ୍ଭରୁ ବିଜେପି ସଦସ୍ୟମାନେ ନିଜ ଆସନରେ ଠିଆ ହୋଇ ନିରବ ପ୍ରତିବାଦ କରିଥିଲେ । ଗତକାଲି ମୁହଁରେ କଳା କନା ବାନ୍ଧିଥିବା ବେଳେ ଆଜି ବେକରେ କଳା କନା ପକାଇ ପ୍ରତିବାଦ କରିଛନ୍ତି ।ବାଚସ୍ପତି, ବିଜେପି ସଦସ୍ୟଙ୍କୁ ଆସନରେ ବସିବାକୁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ । ପ୍ରଶ୍ନକାଳ ଜାରି ରହିଥିବା ବେଳେ ବିଜେପି ବିଧାୟକ କକ୍ଷତ୍ୟାଗ କରିଛନ୍ତି । ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ବିଜେପି ବିଧାୟକମାନେ ଧାରଣା ଦେଇଛନ୍ତି । ')}

Leave a Reply