ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଶ୍ରୀମନ୍ଦିର ବିଜ୍ଞପ୍ତି ପ୍ରସଙ୍ଗରେ ଏମିତି ପ୍ରତିକ୍ରିୟା ଦେଲେ ବିଜେପି ନେତା

1 min read

ଭୁବନେଶ୍ୱର: ଶ୍ରୀଜଗନ୍ନାଥ ମନ୍ଦିରକୁ ସ୍ମାରକୀ ବିବେଚନା କରିଛି ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷ -ଏନ୍‌ଏମ୍‌ଏ । ଏନେଇ ପ୍ରାଧିକରଣ ବିଜ୍ଞପ୍ତି ମଧ୍ୟ ଜାରି କରିଛି  । ଏନ୍‌ଏମ୍‌ଏ ବିଜ୍ଞପ୍ତି ଅନୁସାରେ ସ୍ମାରକୀ ତାଲିକାରେ ୪ଟି ଅନ୍ୟ ଧର୍ମର ସ୍ମାରକୀପୀଠ ସହ ସ୍ଥାନ ପାଇଛି ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର  । ଏବେ ଏହି ପ୍ରସଙ୍ଗକୁ ନେଇ ନିଜ ନିଜ ମତ ରଖିଛନ୍ତି ବିଭିନ୍ନ ଦଳର ନେତା ରାଜନେତା । ଏବେ ଏହି ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ।

ବିଜୟ ମହାପାତ୍ର କହିଛନ୍ତି ଯେ, ଏନଏମଏର  ଗାଇଡଲାଇନ ପୁରୀ ପାଇଁ ପ୍ରଯୁଜ୍ୟ ନୁହେଁ । ଏହା ବିସ୍ଫୋରକ ସ୍ଥିତି ସୃଷ୍ଟି କରିବ । ପୁରୀ ମନ୍ଦିର ପାଇଁ ସ୍ୱତନ୍ତ୍ର ବିଚାର କରିବା ଆବଶ୍ୟକ। । ଭାରତ ବର୍ଷର ଅନ୍ୟ ମନ୍ଦିର ସାଙ୍ଗରେ ପୁରୀ ମନ୍ଦିରକୁ ତୁଳନା କରିବା ଉଚିତ ନୁହେଁ । ଶ୍ରୀ ଜଗନ୍ନାଥ ହେଉଛନ୍ତି ଜୀବନ୍ତ ଦେବତା, ଏଠି ଅନ୍ୟ କୌଣସି ଆଇନକାନୁନ ଲାଗୁ ହେବ ନାହିଁ ।

ସାଢେ ୪ କୋଟି ଓଡ଼ିଆଙ୍କ  ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ହେଉଛନ୍ତି ପରମବ୍ରହ୍ମ  । ଜଗନ୍ନାଥ ହେଉଛନ୍ତି ଜୀବନ୍ତ ଠାକୁର । କୋଟିକୋଟି ଭକ୍ତଙ୍କ ବିଶ୍ୱସର ଜୀବନ୍ତ ଠାକୁର ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଏକ ସ୍ମାରକୀ ଭାବେ ବିବେଚନା କରାଯାଇଥିବାରୁ ସବୁଆଡ଼େ ଆକ୍ରୋସ ସ୍ୱର ଗୁଞ୍ଜରିତ ହେବାରେ ଲାଗିଛି । ଏବଂ ଏନ୍‌ଏମ୍‌ଏ ର ଘୁଣ୍ୟ ଷଡ଼ଯନ୍ତ୍ରକୁ ସବୁକ୍ଷେତ୍ରରେ ନିନ୍ଦା କରାଯାଇଛି ।

Leave a Reply