ବିହାରରେ କଡା ଟକ୍କର : ଟ୍ରାକକୁ ଫେରିଲା ଏନଡିଏ,ମଧ୍ୟପ୍ରଦେଶରେ ବିଜେପି ଆଗରେ

Bihar CM Nitish Kumar On Favour Of Caste Based Census

ପାଟନା : ପୋଷ୍ଟାଲ ଭୋଟ୍ ଗଣତିରେ ପଛରେ ପଡିଥିବା ଏନଡିଏ ଟ୍ରାକକୁ ଫେରିଛି । ଏନଡିଏ ଓ ମହାମେଣ୍ଟ ମଧ୍ୟରେ କଡା ଟକ୍କର ଜାରି ରହିଛି । ଏନଡିଏ ୯୫ ଆସନରେ ଅଧିକ ଭୋଟ ପାଇ ଆଗରେ ଥିବା ବେଳେ ମହାମେଣ୍ଟ ୯୩ ଆସନରେ ଆଗୁଆ ଅଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କିନ୍ତୁ ଏହି ଧାରା ବିଲକୁଲ ଓଲଟା ଥିଲା । ପ୍ରଥମେ ମହାମେଣ୍ଟ ଆଗରେ ଥିଲା କିନ୍ତୁ ମତଗଣନା ସମୟ ବଢିବା ସହ ସଂକେତ ମଧ୍ୟ ବଦଳିବାରେ ଲାଗିଛି ।

ତେବେ ବିହାର କାହା ଖାତାକୁ ଯାଉଛି ତାହା ଜାଣିବାକୁ ଆହୁରି ଦୁଇରୁ ତିନି ଘଣ୍ଟା ଅପେକ୍ଷା କରିବାକୁ ପଡିବ । ଦିନ ୧ଟା ସୁଧା ଚିତ୍ର ସ୍ପଷ୍ଟ ହେବ ।

ଅନ୍ୟପକ୍ଷରେ ମଧ୍ୟ ପ୍ରଦେଶର ୨୮ ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ ନିର୍ବାଚନରେ ଟ୍ରେଣ୍ଡ୍ ସଂପୂର୍ଣ୍ଣ ଅଲଗା ରହିଛି । ୨୮ ଆସନ ମଧ୍ୟରୁ ବିଜେପି ୧୭ରେ ଆଗୁଆ ଥିବା ବେଳେ କଂଗ୍ରେସ ୭ ଆସନରେ ଆଗୁଆ ରହିଛି ।

Leave a Reply