ରବିଶଙ୍କରଙ୍କ ହମଲା: ରାହୁଲଙ୍କ କଥାରେ ଓଜନ ନାହିଁ, ତାଙ୍କ କଥାକୁ କଂଗ୍ରେସ ମୁଖ୍ୟମନ୍ତ୍ରୀ ବି ମାନୁନାହାନ୍ତି

ନୂଆଦିଲ୍ଲୀ: ଲକଡାଉନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପ୍ରଶ୍ନ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ । ସେ କହିଛନ୍ତି ଯେ, ରାହୁଲଙ୍କ କଥା ତାଙ୍କ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଶୁଣୁ ନାହାନ୍ତି । ଯାହାର ଅର୍ଥ ହେଉଛି ତାଙ୍କ କଥାର କୌଣସି ଗୁରତ୍ୱ ନାହିଁ । କଂଗ୍ରେସ ଲକ୍‌ଡାଉନ୍‌କୁ ନେଇ ରାଜନୀତି କରୁଛି ବୋଲି ଅଭିଯୋଗ କରି ରବିଶଙ୍କର ଏଭଳି କହିଛନ୍ତି ।

ଗୋଟିଏ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ରବିଶଙ୍କର କହିଛନ୍ତି ଯେ, ଏହା ହେଉଛି ଏକତା ଦେଖାଇବାର ସମୟ । ରାହୁଲ ଗାନ୍ଧି ଲକ୍‌ଡାଉନ୍‌କୁ ବିରୋଧ କରିଥିଲେ, ଡାକ୍ତର ଓ ଅନ୍ୟ କୋରନା ଯୋଦ୍ଧାଙ୍କ ସମ୍ମାନରେ ଦୀପ ଜାଳିବାକୁ ବିରୋଧ କରିଥିଲେ ।

ରାହୁଲଙ୍କ କଥାରେ ଓଜନ ନାହିଁ

ଲକ୍‌ଡାଉନ୍‌କୁ ନେଇ ରାହୁଲଙ୍କ ଆକ୍ରମଣ ଉପରେ ପ୍ରତିଆକ୍ରମଣ କରି ସେ କହିଛନ୍ତି ଯେ, ରାହୁଲଙ୍କ କଥାକୁ ତାଙ୍କରି ନିଜ ମୁଖ୍ୟମନ୍ତ୍ରୀ ମାନୁନାହାନ୍ତି । ପ୍ରଶ୍ନ ହେଉଛି ରାହୁଲଙ୍କ କଥାକୁ ତାଙ୍କରି ମୁଖ୍ୟମନ୍ତ୍ରୀ କ’ଣ ପାଇଁ ଶୁଣୁନାହାନ୍ତି ? ଅମରିନ୍ଦର ସିଂହ ପଞ୍ଜାବରେ ପ୍ରଥମେ କର୍ଫ୍ୟୁ ଲଗାଇଥିଲେ, ଲକ୍‌ଡାଉନ୍ ଲାଗୁ କରିଥିଲେ । ରାଜସ୍ଥାନ ମଧ୍ୟ ସେଇ ଏକା କଥା କରିଥିଲା । ମହାରାଷ୍ଟ୍ରରେ ଏହା ହୋଇଥିଲା ନା ନାହିଁ ? ସେମାନେ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପୂର୍ବରୁ ଘୋଷଣା କଲେ ଯେ, ୩୧ ମେ’ ପର୍ଯ୍ୟନ୍ତ ଲକଡାଉନ୍ ବଢିଲା । ରାହୁଲଙ୍କ କଥା ତାଙ୍କରି ମୁଖ୍ୟମନ୍ତ୍ରୀ ନଶୁଣିବାର ଅର୍ଥ କଣ ? ଏହାର ମାନେ ହେଉଛି ତାଙ୍କ କଥାର ଓଜନ ନାହିଁ କିମ୍ବା ତାଙ୍କୁ କେହି ଗମ୍ଭୀରତାର ସହ ନେଉ ନାହାନ୍ତି ।

Leave a Reply