ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ: କହିଲେ, ‘କରୋନା ସଂକ୍ରମିତ ହେଲେ ମମତାଙ୍କୁ ଆଲିଙ୍ଗନ କରିବି’

କୋଲକାତା: ପଶ୍ଚିମବଙ୍ଗର କ୍ଷମତାସୀନ  ତୃଣମୂଳ କଂଗ୍ରେସର ପୂର୍ବତନ ନେତା ତଥା ବିଜେପି ମହାସଚିବଙ୍କ ବିବାଦୀୟ ମନ୍ତବ୍ୟ । ମହାସଚିବ ଅନୁପମ ହାଜ୍ରା କହିଛନ୍ତି ଯେ, ଯଦି କରୋନା ଆକ୍ରାନ୍ତ ହେବେ ତା’ହେଲେ ସେ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବେ ବୋଲି କହିଛନ୍ତି । ପୂର୍ବରୁ ଟିଏମ୍‌ସି ସାଂସଦ ରହିସାରିଥିବା ହାଜ୍ରା ଦକ୍ଷିଣା ୨୪ ପ୍ରଗଣା ଜିଲ୍ଲାର ବାରୁପୁରରେ ସେ ଦଳୀୟ କର୍ମୀଙ୍କ ଏକ ବୈଠକରେ ଯୋଗଦେବାକୁ ଯାଇଥିଲେ  । ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଥିଲେ । ଅନୁଷ୍ଠିତ ଏହି ବୈଠକରେ ବିଜେପି ନେତା ତଥା ଓ କର୍ମୀ କେହି ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା ।

ଶ୍ରୀ ହାଜ୍ରା କରୋନା ଅପେକ୍ଷା ମମତାଙ୍କୁ ବଡ଼ ଶତ୍ରୁଭାବେ ଅଭିହିତ କରିଛନ୍ତି । ସେ କହିଛନ୍ତି ଆମ ଦଳୀୟ କର୍ମୀଙ୍କ କରୋନା ଅପେକ୍ଷା ବଡ଼ ଶତ୍ରୁ ହେଉଛି ମମତା ବାନାର୍ଜୀ । ଯଦି ମୁଁ କରୋନା ସଂକ୍ରମିତ ହୁଏ ତେବେ ମୁଁ ମମତା ବାନାର୍ଜୀଙ୍କୁ ଆଲିଙ୍ଗନ କରିବି । ଉଲ୍ଲେଖ ଥାଉ କି, ବିଜେପି ସଭାପତି ଜେପି ନାଡ୍ଡା ଗତ ଶନିବାର ଦଳର ସାଂଗଠନିକ ପରିବର୍ତ୍ତନ କରିଥିଲେ । ଏହି ନୂଆ ତାଲିକାରେ ଟିଏମ୍‌ସିର ଦୁଇ ପୂର୍ବତନ ନେତା ମୁକୁଲ ରୟ ଏବଂ ଅନୁପମ ହଜ୍ରାଙ୍କୁ ପଦୋନ୍ନତୀ ମିଳିଛି । ମୁକୁଲ ରୟ ଦଳର ଜାତୀୟ ଉପାଧ୍ୟକ୍ଷ ପଦବୀରେ ଅବସ୍ଥାପତି ହୋଇଥିବା ବେଳେ ଅନୁପମ ହାଜ୍ରା ମହାସଚିବ ପଦବୀରେ ନିଯୁକ୍ତ ରହିଛନ୍ତି ।

Leave a Reply