ବିହାର : ବିଜେପି ହେବ ବଡ ଭାଇ ? ଟ୍ରେଣ୍ଡରେ ସବୁଠୁ ବଡ ଦଳ ଭାବେ ହେଲା ଉଭା

ପାଟନା : ବିହାର ଭୋଟ ଗଣତି ଚାଲିଥିବା ବେଳେ ବର୍ତ୍ତମାନ ସମୟର ସବୁଠୁ ବଡ ଖବର ସାମ୍ନାକୁ ଆସୁଛି । ଆଉ ତାହା ହେଉଛି ବର୍ତ୍ତମାନ ପାଇଁ ବିଜେପି ରାଜ୍ୟର ସବୁଠୁ ବଡ ଦଳ ଭାବେ ଉଭା ହୋଇଛି । ବିଜେପି ୬୭ ଆସନରେ ଆଗୁଆ ଥିବା ବେଳେ ଆରଜେଡି ୬୩ ଆସନରେ ଆଗୁଆ ଅଛି । ଅନ୍ୟପକ୍ଷରେ ଜେଡିୟୁ ୪୯ ଆସନରେ ଆଗୁଆ ଅଛି (ମଧ୍ୟାହ୍ନ ୧୨ଟାର ଟ୍ରେଣ୍ଡ୍) । ବିଜେପି ଯଦି ଏହି ଧାରା ବଜାୟ ରଖେ ଓ ଏହି ଟ୍ରେଣ୍ଡ୍ ବିଜୟରେ ପରିଣତ ହୁଏ ତେବେ ବିହାରର ସବୁଠୁ ବଡ ଦଳ ଭାବେ ଗୈରିକ ପାର୍ଟି ଉଭା ହେବ । ଗତ ୧୫ ବର୍ଷ ଧରି ଜେଡିୟୁର ସାନ ଭାଇ ଭାବେ ରାଜ୍ୟ ସରକାରରେ ଅଂଶିଦାର ଥିବା ବିଜେପି ଭୂମିକାରେ ନିଶ୍ଚୟ ପରିବର୍ତ୍ତନ ଚାହିଁବ ।

counting

ବର୍ତ୍ତମାନ ପର୍ଯ୍ୟନ୍ତ ଯାହା ଟ୍ରେଣ୍ଡ୍ ଆସୁଛି ତା’ ଅନୁସାରେ ଏନଡିଏ ମ୍ୟାଜିକ୍ ନମ୍ବର ପାର କରିସାରିଛି । ଆଜିର ଜନାଦେଶ ବିହାର ରାଜନୀତିକୁ ଏକ ବିଶେଷ ସନ୍ଦେଶ ଦେବ । ତାହା ହେଉଛି ବିହାର ରାଜନୀତିରେ ଗୋଟିଏ ପୀଢି ଏବେ ଅସ୍ତ ହେବାକୁ ଯାଉଛି । ଅସ୍ତ ହେବାକୁ ଯାଉଥିବ ପୀଢିକୁ ନୂଆ ପୀଢି ସିଧାସଳଖ ଚ୍ୟାଲେଂଜ୍ କରିଛି । ତେଜସ୍ୱୀ ହାରନ୍ତୁ କି ଜିତନ୍ତୁ କିନ୍ତୁ ଗୋଟିଏ କଥା ସ୍ପଷ୍ଟ ନୀତିଶଙ୍କ ଯାଦୁ ଫିକା ପଡିଛି ।

Leave a Reply