ତିର୍ତ୍ତୋଲରେ ବିଜେପି କନ୍ଦଳ; ଦଳୀୟ ଉପ ସଭାପତି ଭୃଗୁ ବକ୍ସିପାତ୍ରଙ୍କ କାର୍ କାଚ ଭାଙ୍ଗିଦେଲେ…

ତିର୍ତ୍ତୋଲ: ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ , ଆସନ୍ତା ୩ ତାରିଖରେ ହେବ ମତଦାନ । ତିର୍ତ୍ତୋଲରେ ପ୍ରଚାର ଜୋରସୋରରେ ଚାଲିଛି । ସବୁ ଦଳ ନିଜ ନିଜ ରଣନୀତି ଉପରେ କାର୍ଯ୍ୟ କରୁଛନ୍ତି । ତେବେ ଇତି ମଧ୍ୟରେ ବିଜେପିର ଅନ୍ତକନ୍ଦଳ ସାମ୍ନାକୁ ଆସିଛି । ପୂର୍ବ ଦଳୀୟ ଅସନ୍ତୋଷକୁ କେନ୍ଦ୍ର କରି ଜଗତସିଂହପୁର ତିର୍ତ୍ତୋଲ ଆନନ୍ଦମଣ୍ଡପ ସମୁଖରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ଗାଡି ଭଙ୍ଗାରୁଜା କରାଯାଇଛି ।

ଦଳୀୟ ବୈଠକରେ ଅସନ୍ତୋଷକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କିରିଛି । ତେବେ ସୂଚନା ଅନୁଯାୟୀ, ତିର୍ତ୍ତୋଲ ବିଜେପିରେ ନିର୍ବାଚନ ଆରମ୍ଭରୁ ହିଁ କନ୍ଦଳ ଦେଖା ଦେଇଛି । ଦଳ ସେଠାରେ ଦୁଇ ଭାଗରେ ବିଭକ୍ତ ହୋଇଛି । ଦଳୀୟ କର୍ମୀଙ୍କ କହିବା କଥା ଯେ କୌଣସି ରାଜ୍ୟ ନେତୃତ୍ୱ ଉଭୟ ପକ୍ଷଙ୍କ ବିନା ଉପସ୍ଥିତରେ ଆଲୋଚନା କରିବେ ନାହିଁ ।

ମାତ୍ର ରାଜ୍ୟ ଉପ ସଭାପତି ଭୃଗୁ ବକ୍ସିପାତ୍ର ଗୋଟିଏ ପକ୍ଷ ସହ ଆଲୋଚନା କରିବା ପାଇଁ ଆନନ୍ଦମଣ୍ଡପରେ ଏକାଠି ହୋଇଥିଲେ । ଏହାପରେ ବିରୋଧୀ ଗୋଷ୍ଠୀ ରାଜ୍ୟ ଉପ ସଭାପତିଙ୍କ ଏତାଦୃଶ୍ୟ କାର୍ଯ୍ୟକଳାପକୁ ବିରୋଧ କରିବା ସହ ସେଠାରେ ପହଞ୍ଚି ହଙ୍ଗାମା କରିଥିଲେ । ତେବେ ଗୋଟିଏ ପଟେ ତିର୍ତ୍ତୋଲରେ ବିଜେଡି ଏକଦମ ଶକ୍ତ ଦେଖାଯାଉଥିବା ବେଳେ ବିଜେପିର ଏହି କନ୍ଦଳ ଦଳର ଦୁର୍ବଳତାକୁ ପଦାରେ ପକାଇଛି ।

Leave a Reply