୩୩ଟି ସାଙ୍ଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା କଲା ବିଜେପି

1 min read

ଭୁବନେଶ୍ୱର: ରାଜ୍ୟ ବିଜେପି ପକ୍ଷରୁ ୩୩ଟି ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରାଯାଇଛି । ରାଜ୍ୟ ନିର୍ବାଚନ ଅଧିକାରୀ ରଂଜନ ପଟେଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ସହ ନିର୍ବାଚନ ଅଧିକାରୀ ଓ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟ ନାଁ ଘୋଷଣା କରିଛନ୍ତି । ଜିଲ୍ଲା ସଭାପତିମାନେ ହେଲେ ଅନୁଗୁଳ–ଦିଲେଶ୍ୱର ପ୍ରଧାନ, ଢେଙ୍କାନାଳ-ନରେଶ ମହାପାତ୍ର, କଟକ ନଗର- ଲଲାତେନ୍ଦୁ ବଡୁ, କଟକ ସଦର- ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା, ଜଗତସିଂହପୁର- ସତ୍ୟବ୍ରତ ମହାପାତ୍ର, କେନ୍ଦ୍ରାପଡ଼ା- କିଶୋର ପଣ୍ଡା, ଯାଜପୁର- ଗୌତମ ରାୟ, ଭଦ୍ରକ- ହେମନ୍ତ ପାଢୀ, ବାଲେଶ୍ୱର- ଉମାକାନ୍ତ ମହାପାତ୍ର, ବାରିପଦା- ପୂର୍ବତନ ବିଧାୟକ କାନ୍ଦରା ସୋରେନ, ରାଇରଙ୍ଗପୁର- ବିଧାୟକ ନବଚରଣ ମାଝୀ ।BJPକେନ୍ଦୁଝର- ଅଂଶୁମାନ ସବୁଜ ମହନ୍ତ ବର୍ମା, ସୁନ୍ଦରଗଡ଼(ବଣାଇ)- ଅନୀଲ ବାର୍ଲା, ସୁନ୍ଦରଗଡ଼ (ପାନପୋଷ)- ଲତିକା ପଟ୍ଟନାୟକ, ସୁନ୍ଦରଗଡ଼- ବିଧାୟକ ଭବାନୀ ଭୋଇ, ଝାରସୁଗୁଡ଼ା- ମଙ୍ଗଳ ସାହୁ, ଦେବଗଡ଼- ମୀନ କେତନ ପ୍ରଧାନ, ସମ୍ବଲପୁର- ଗିରୀଶ ପଟେଲ, ବରଗଡ଼- ଅଶ୍ୱନୀ ଷଡ଼ଙ୍ଗୀ, ବୌଦ୍ଧ- ବିପ୍ର ଚରଣ ମହାନ୍ତି, ସୁବର୍ଣ୍ଣପୁର- ପ୍ରମୋଦ ମହାପାତ୍ର, ବଲାଙ୍ଗୀର- ଶିବାଜୀ ମହାନ୍ତି, ନୂଆପଡା- ସୁବ୍ରତ ଠାକୁର, କନ୍ଧମାଳ- ଜଗନ୍ନାଥ ସାହୁ, ନବରଙ୍ଗପୁର- ଜଗଦୀଶ ବିଶୋଇ, କୋରାପୁଟ- ସୁମନ୍ତ ପ୍ରଧାନ, ମାଲକାନଗିରି- ବିଧାୟକ ଆଦିତ୍ୟ ମାଢୀ, ରାୟଗଡା- ଶିବ ପଟ୍ଟନାୟକ, ଗଜପତି- ବିଧାୟକ କେ. ନାରାୟଣ ରାଓ, ଗଂଜାମ-ବିଭୂତି ଜେନା, ଘୁମୁସର- ଗୋକୁଳାନନ୍ଦ ମଲ୍ଲିକ, ନୟାଗଡ-ଲାଲା ମନୋଜ ରାୟ, ଖୋର୍ଦ୍ଧା- ରଶ୍ମି ରଂଜନ ମହାପାତ୍ର, ପୁରୀ- ଆଶ୍ରିତ ପଟ୍ଟନାୟକଙ୍କୁ ଚୟନ କରାଯାଇଛି ।ଜିଲ୍ଲା ସଭାପତି ନିର୍ବାଚନ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ମଣ୍ଡଳ ସ୍ତରର ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି କରିଥିଲେ । ଡିସେମ୍ବର ୧୫ ଓ ୧୬ ଦୁଇ ଦିନ ଧରି ଅନୁଷ୍ଠିତ ଜିଲ୍ଲା ସଭାପତି ନିର୍ବାଚନର ଫଳାଫଳ ଆଜି ଘୋଷଣା ହୋଇଛି ।

Leave a Reply