ମଧ୍ୟପ୍ରଦେଶରେ ନିଶ୍ଚିତ ବିଜୟ ଆଡକୁ ମୁହାଁଇଛି ବିଜେପି, ବିଜୟାନନ୍ଦରେ ଶିବରାଜ…

1 min read

ମଧ୍ୟପ୍ରଦେଶ: ବିଜୟ ପୂର୍ବରୁ ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟିର ଆନନ୍ଦ ଉଲ୍ଲାସ ଦେଖିବାକୁ ମିଳିଲାଣି । ଉପ-ନିର୍ବାଚନରେ ମଧ୍ୟପ୍ରଦେଶର ୨୮ଟି ଆସନରେ ଭୋଟଗଣତି ହେଉଥିବା ବେଳେ ବିଜେପି ଏଯାବତ୍ ୨୧ଟି ଆସନରେ ଆଗରେ ଚାଲିଛି । ସେହିଭଳି କଂଗ୍ରେସ ୬ଟି ଓ ବିଏସପି ଗୋଟିଏ ଆସନରେ ଆଗରେ ରହିଛି ।   ସରକାର ବଞ୍ଚାଇବାକୁ ହେଲେ ବିଜେପିକୁ ଅତିକମରେ ୮ଟି ଆସନ ଦଖଲ କରିବାକୁ ପଡିବ । ଏଣୁ ଏବେ ୨୧ ଆସନରେ ଆଗୁଆ ଥିବା ହେତୁ ବିଜେପି ସରକାରର ଏବେଠାରୁ ପାର୍ଟି ଅଫିସରେ ଏକତ୍ରୀତ ହୋଇ ଉତ୍ସବ ମନାଇବା ଆରମ୍ଭ କଲେଣି ।

ତେବେ ସୂଚନାଯୋଗ୍ୟ ଯେ ସଂପ୍ରତି ଶିବରାଜଙ୍କ ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱରେ ଥିବା ୨ ଜଣ ପ୍ରାର୍ଥୀ ଏବେ ପଛରେ ପଡିଛନ୍ତି । ଉକ୍ତ ଆସନରେ କଂଗ୍ରେସ ଆଗରେ ରହିଛି । ଆଇଦଲ ସିଂ କନସନା, ଗିରାଜ ଦନୋତିଆ ପଛରେ ଚାଲୁଛନ୍ତି । ସେହିଭଳି ଓପିଏସ ଭଦୋରିଆ କିଛି ସମୟ ପୂର୍ବରୁ ମାତ୍ର ୧୭୫ ଖଣ୍ଡ ଭୋଟରେ କଂଗ୍ରେସ ପ୍ରାର୍ଥୀଠାରୁ ପଛରେ ପଡିଥିଲେ । ମାତ୍ର ଏବେ ସେ ମଧ୍ୟ ଆଗରେ ଥିବା ସୂଚନା ମିଳୁଛି । ଅନ୍ୟପକ୍ଷରେ ଫଳାଫଳ ନେଇ ସ୍ପଷ୍ଟ ଚିତ୍ର ଆସିନଥିଲେ ମଧ୍ୟ ମୁଖ୍ୟମନ୍ତ୍ରା ଶିବରାଜ ସିଂ ଚହ୍ୱାନ ନିଜ ବିଜୟ ନେଇ ଖୁସିବ୍ୟକ୍ତ କରିଛନ୍ତି । ଦଳ ଏକ ନିଶ୍ଚିତ ବିଜୟର ଦ୍ୱାର ଦେଶରେ ବୋଲି ସେ କହିଛନ୍ତି ।

ସେହିଭଳି ସେ କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଉପରେ ଆରୋପ ମଧ୍ୟ ଲଗାଇଛନ୍ତି । କମଳନାଥ ବିଜେପି ପ୍ରାର୍ଥୀଙ୍କ ସହ କ୍ରମାଗତ ଭାବେ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରି ସେମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଶିବରାଜ ଅଭିଯୋଗ ଆଣିଛନ୍ତି । ସେହିଭଳି କଂଗ୍ରେସ ରାଜ୍ୟ ମୁଖ୍ୟ କମଳନାଥ ସିଧାସଳଖ ଭାବେ ନହେଲେ ମଧ୍ୟ ପରୋକ୍ଷରେ ନିଜର ପରାଜୟ ସ୍ୱୀକାର କରିସାରିଛନ୍ତି । ଦଳକୁ ମିଳିଥିବା ଜନମତକୁ ସେ ସମ୍ମାନ ଦେଉଛନ୍ତି ବୋଲି କହିଛନ୍ତି । ଏହାକୁ କଂଗ୍ରେସ ଔପଚାରିକ ଭାବେ ପରାଜୟ ସ୍ୱୀକାର ବୋଲି ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।

Leave a Reply